Advertisment

ପୋଷ୍ଟମର୍ଟମରୁ ଆସିଲା ପୁରୁଣା କଥା, ହାଇଦର ଦେହରେ ଆଗରୁ ଗୋଟିଏ ଗୁଳି ଥିଲା

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ପରିବାରକୁ ହସ୍ତାନ୍ତର ହେଲା ହାଇଦରର ମୃତଦେହ। ପୋଷ୍ଟମର୍ଟମ ପରେ ହସ୍ତାନ୍ତର ହେଲା ମୃତଦେହ। ସ୍ତ୍ରୀ ଓ ଦୁଇ ବୋହୂଙ୍କୁ ହସ୍ତାନ୍ତର କରାଗଲା ମୃତଦେହ। ହାଇଦର ଶରୀରରୁ ୪ଟି ଗୁଳି ବାହାରିଥିବା ସୂଚନା ମିଳିଛି। ୨ଟି ଅଣ୍ଟାରୁ ଓ ୨ଟି ଜଙ୍ଘରୁ ବାହାରିଥିବା ସୂଚନା ମିଳିଛି। ୪ଟି ଗୁଳିରୁ ଗୋଟିଏ ଗୁଳି ପୂର୍ବରୁ ଶରୀରରେ ଥିଲା। ଏନେଇ ବାଲେଶ୍ୱର ଏଡିଏମ୍ଓ ସୁଶାନ୍ତ ନାୟକଙ୍କ ସୂଚନା ଦେଇଛନ୍ତି। ଗ୍ୟାଙ୍ଗଷ୍ଟର ହାଇଦରର ଆଜି ବାଲେଶ୍ୱର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ […]

ପୋଷ୍ଟମର୍ଟମରୁ ଆସିଲା ପୁରୁଣା କଥା, ହାଇଦର ଦେହରେ ଆଗରୁ ଗୋଟିଏ ଗୁଳି ଥିଲା

5bn

Advertisment

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ପରିବାରକୁ ହସ୍ତାନ୍ତର ହେଲା ହାଇଦରର ମୃତଦେହ। ପୋଷ୍ଟମର୍ଟମ ପରେ ହସ୍ତାନ୍ତର ହେଲା ମୃତଦେହ। ସ୍ତ୍ରୀ ଓ ଦୁଇ ବୋହୂଙ୍କୁ ହସ୍ତାନ୍ତର କରାଗଲା ମୃତଦେହ। ହାଇଦର ଶରୀରରୁ ୪ଟି ଗୁଳି ବାହାରିଥିବା ସୂଚନା ମିଳିଛି। ୨ଟି ଅଣ୍ଟାରୁ ଓ ୨ଟି ଜଙ୍ଘରୁ ବାହାରିଥିବା ସୂଚନା ମିଳିଛି। ୪ଟି ଗୁଳିରୁ ଗୋଟିଏ ଗୁଳି ପୂର୍ବରୁ ଶରୀରରେ ଥିଲା। ଏନେଇ ବାଲେଶ୍ୱର ଏଡିଏମ୍ଓ ସୁଶାନ୍ତ ନାୟକଙ୍କ ସୂଚନା ଦେଇଛନ୍ତି। ଗ୍ୟାଙ୍ଗଷ୍ଟର ହାଇଦରର ଆଜି ବାଲେଶ୍ୱର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଶବ ବ୍ୟବଚ୍ଛେଦ କରାଯାଇଛି।   ହାଇଦରର ପତ୍ନୀ ଓ ଦୁଇ ବୋହୂଙ୍କୁ ମୃତଦେହ ଦେଖାଯିବା ପରେ ମାଜିଷ୍ଟ୍ରେଟ୍ ଓ ପୋଲିସ୍ ଉପସ୍ଥିତିରେ ଚାଲି ଥିଲା ଶବ ବ୍ୟବଚ୍ଛେଦ । ବ୍ୟବଚ୍ଛେଦ ପରେ ହାଇଦରର ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

Advertisment

ପୋଷ୍ଟମର୍ଟମ ବେଳେ ହାଇଦର ପକେଟରୁ ଏକ ଫୋନ୍ ଡାଇରୀ ଜବତ ସହ ତା ଶରୀରରେ ୩ ରାଉଣ୍ଡ ଗୁଳି ବାଜିଥିବା ସୂଚନା ମିଳିଛି।  ଏପଟେ ବାଲେଶ୍ୱର ସିମୁଳିଆର ଏନ୍‌କାଉଣ୍ଟର ସ୍ପଟରେ ସାଇଣ୍ଟିଫିକ୍ ଟିମ୍ ଓ ପୁଲିସ ପକ୍ଷରୁ ଯାଂଚ କରାଯାଇଛି । ଏହି ଯାଂଚ ବେଳେ ଘଟଣାସ୍ଥଳରୁ ୨ଟି ଖୋକା ମିଳିଛି।  ୧୬ ନମ୍ବର ଜାତୀୟ ରାଜପଥ ଉପରେ ସିମୁଳିଆ କଲେଜ ଡାଇଭର୍ସନ ପାଖରେ ସକାଳୁ ସକାଳୁ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ କରିଥିଲା  । ଏନ୍‌କାଉଣ୍ଟର ସ୍ପଟରୁ ନମୁନା ସଂଗ୍ରହ କରିଛି ସାଇଣ୍ଟିଫିକ୍ ଟିମ୍  ।

ବାଲେଶ୍ୱର ଏସଡିପିଓ ଶ୍ରୀହର୍ଷ ମିଶ୍ର, ଅତିରିକ୍ତ ଡିସିପି ପ୍ରମୋଦ ରଥ ସ୍ପଟରେ ତଦନ୍ତ କରିଛନ୍ତି।  ଗତକାଲି ପୁଲିସ ଏନ୍‌କାଉଣ୍ଟରରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦରର ମୃତ୍ୟୁ  ହୋଇଥିଲା । ହାଇଦରକୁ ଚୌଦ୍ୱାର ଜେଲରୁ ବାରିପଦା ଜେଲ୍ ନିଆଯାଉଥିବା ବେଳେ ଏନ୍‌କାଉଣ୍ଟର ହୋଇଥିଲା । ପରିସ୍ରା ଯିବା ବାହାନାରେ ବାହାରିବା ପରେ ଗାର୍ଡଙ୍କ ବନ୍ଧୁକ ଛଡ଼ାଇ ଖସିଯିବାକୁ ଉଦ୍ୟମ କରିଥିଲା । ତେବେ ଏତିକି ବେଳେ ହାଇଦରକୁ ୱାର୍ଣ୍ଣିଂ ଦିଆଯାଇଥିଲେ ବି ସେ ମାନିନଥିଲା।   ତେବେ ବାଧ୍ୟହୋଇ ପୁଲିସ ଗୁଳି କରିଥିଲା ବୋଲି କହିଥିଲେ କଟକ ଡିସିପି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe