Advertisment

ACF ସୌମ୍ୟ ମୃତ୍ୟୁ ମାମଲା; ପତ୍ନୀ ବିଦ୍ୟାଭାରତୀଙ୍କୁ ପାଉନି ପୁଲିସ

୨୦୨୧ ଜୁଲାଇ ୧୨ ତାରିଖରେ ପାରଳାଖେମୁଣ୍ଡିର ଏସିଏଫ୍‌ଙ୍କ ମୃତ୍ୟୁ ଘଟିଥିଲା।

author-image
Tapaswini Nayak
ଅଦ୍ୟତନ ହୋଇଛି
bidya bharati

bidya bharati

ପାରଳାଖେମୁଣ୍ଡି ACF ସୌମ୍ୟ ରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀଙ୍କୁ ପାଉନି ପୁଲିସ। କୋର୍ଟଙ୍କ ଜାମିନ ବିହୀନ ଗିରଫ ପରୱାନା ପରେ ପୁଲିସ ବିଦ୍ୟାଭାରତୀଙ୍କୁ ଖୋଜିବାକୁ କପ୍ତିପଦା ଗୌଡ଼ ଗାଁକୁ ୨ ଥର ଯାଇ ଖାଲି ହାତରେ ଫେରିଥିବା ସୂଚନା ମିଳିଛି। ଏପରିକି ବିଦ୍ୟାଭାରତୀଙ୍କ ପରିବାର ଲୋକେ ଗାଁରେ ନଥିବା ଜଣାପଡ଼ିଛି। ବିଦ୍ୟାଭାରତୀଙ୍କ ନାଁରେ NBW ଜାରି ପରେ ତାଙ୍କୁ କୋର୍ଟରେ ହାଜର କରାଇବା ପାଇଁ ପୁଲିସ ତାଙ୍କ ଗାଁକୁ ଯାଇଥିଲା ।

Advertisment

ସେହିପରି ଗତକାଲି ବିଦ୍ୟାଭାରତୀ କାର୍ଯ୍ୟରତ ବେତନଟୀ ଅଫିସକୁ ପୁଲିସ ଯାଇଥିଲେ ବି ବିଦ୍ୟାଭାରତୀଙ୍କୁ ପୁଲିସ ପାଇନଥିଲା। ବିଦ୍ୟାଭାରତୀ ୨ ତାରିଖ ପର୍ଯ୍ୟନ୍ତ ଛୁଟିରେ ଥିଲେ ବୋଲି ପୁଲିସ ସୂଚନ ପାଇଥିଲା। ଗତକାଲି ଛୁଟି ଅବଧି ସରିଥିବାରୁ ବିଦ୍ୟାଭାରତୀଙ୍କ ଅଫିସକୁ ପୁଲିସ ଯାଇଥିଲା। ହେଲେ ଅଫିସରେ ବିଦ୍ୟାଭାରତୀ ନଥିଲେ। ବିଦ୍ୟାଭାରତୀ ନିଜର ଛୁଟି ଅବଧି ବଢ଼ାଇଛନ୍ତି ନାହିଁ ତାହା ଜଣାପଡ଼ି ନାହିଁ।

 ତିନି ଦିନ ତଳେ ବିଦ୍ୟାଭାରତୀଙ୍କ ନାଁରେ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା, DFO ସଂଗ୍ରାମ ବେହେରା ଓ ରୋଷେୟା ମନ୍ମଥ କୁମ୍ଭଙ୍କ ନାଁରେ NBW ଜାରି କରିଥିଲେ ପାରଳାଖେମୁଣ୍ଡି SDJM କୋର୍ଟ। ଆସନ୍ତା ଜୁଲାଇ ୭ ତାରିଖରେ ହାଜର କରାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟପକ୍ଷରେ ମାମଲା ଖାରଜ ପାଇଁ ହୋଇଥିବା ଆବେଦନକୁ ଅଗ୍ରାହ୍ୟ କରିଥିଲେ କୋର୍ଟ।

Advertisment

ସୂଚନାଯୋଗ୍ୟ, ୨୦୨୧ ଜୁଲାଇ ୧୨ ତାରିଖରେ ପାରଳାଖେମୁଣ୍ଡିର ଏସିଏଫ୍‌ଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣା ସମଗ୍ର ରାଜ୍ୟରେ ଆଲୋଡ଼ନ ଖେଳାଇ ଦେଇଥିଲା। ସୌମ୍ୟଙ୍କ ମୃତ୍ୟୁ ପରେ ସନ୍ଦେହ ଘେରକୁ ଆସିଥିଲେ ବିଦ୍ୟାଭରତୀ। ଡିଏଫ୍‌ଓଙ୍କ ପାଇଁ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ତିକ୍ତତା ଲାଗି ରହିଥିବା ପରିବାର ଲୋକେ ଅଭିଯୋଗ କରିଥିଲେ। ଏପରିକି ଅନୈତିକ ସମ୍ପର୍କ ନେଇ ପାରଳାଖେମୁଣ୍ଡି ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା। ମାମଲା ଉପରୁ ପର୍ଦ୍ଦା ହଟାଇବା ପାଇଁ ପୁଲିସ ସୌମ୍ୟଙ୍କ ରୋଷେୟା, ଡିଏଫ୍‌ଓ, ବିଦ୍ୟା ଓ ସୌମ୍ୟଙ୍କ ପରିବାର ଲୋକଙ୍କୁ ପଚରାଉଚରା କରିଥିଲା। ପରେ ପାରଳାଖେମୁଣ୍ଡିର ପୂର୍ବତନ ଏସ୍‌ପି ଡିଏଫ୍‌ଓ ଓ ରୋଷେୟାଙ୍କୁ କ୍ଲିନ୍‌ଚିଟ୍‌ ଦେଇଥିଲା। ଯାହାକୁ ସୌମ୍ୟଙ୍କ ପରିବାର ଲୋକ ବିରୋଧ କରିଥିଲେ। ମାମଲାରେ ସିବିଆଇ ତଦନ୍ତ ଦାବି କରି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କରିଥିଲେ। ଅଭିଯୁକ୍ତ ଗିରଫ ନହେଲେ ଆତ୍ମାହୂତି ଦେବେ ବୋଲି ଚେତାବନୀ ଦେଇଥିଲେ। ଏହା ପରେ କ୍ରାଇମବ୍ରାଞ୍ଚ ତଦନ୍ତ ନେଇ ନିର୍ଦ୍ଦେଶ ଦେଇଥିଲେ ଡିଜିପି।

Balasore Crime ACFO Death Bidyabharti