୧୪ବର୍ଷ ପରେ ଓଡ଼ିଶାରେ କରମଣ୍ଡଳ ଏକ୍ସପ୍ରେସ ପୁଣି ନେଲା ଜୀବନ

୨୦୦୯ ଫେବୃୟାରୀ ୧୩ତାରିଖରେ ହାୱାଡ଼ାରୁ ଚେନ୍ନାଇ ଯାଉଥିବା କରମଣ୍ଡଳ ଏକ୍ସପ୍ରେସ ଯାଜପୁର ଷ୍ଟେସନ ନିକଟରେ ଦୁର୍ଘଟଣାଗ୍ରସ୍ତ ହେବାରୁ ୧୩ଟି ବଗି ଓଲଟି ପଡ଼ିଥିଲା । ସେତେବେଳେ ମୋଟ ୧୬ଜଣଙ୍କ ମୃତ୍ୟୁ ହେବା ସହ ୧୬୧ଜଣ ଆହତ ହୋଇଥିଲେ ।

Train PhotoOR

ଦୁର୍ଘଟଣା ପରେ ଚାଲିଛି ଉଦ୍ଧାରକାର୍ଯ୍ୟ

Ordigital Desk
  • Published: Friday, 02 June 2023
  • Updated: 02 June 2023, 11:47 PM IST

Sports

Latest News

ପ୍ରାୟ ୧୪ବର୍ଷ ପରେ ଆଜି ସନ୍ଧ୍ୟାରେ ପୁଣିଥରେ ଏକ ଭୟାବହ ଦୁର୍ଘଟଣାର ଶିକାର ହୋଇଛି କରମଣ୍ଡଳ ଏକ୍ସପ୍ରେସ । ବାଲେଶ୍ୱରର ବାହାନଗା ବଜାର ଷ୍ଟେସନ ନିକଟରେ ଆଜି ଦୁର୍ଘଟଣାଗ୍ରସ୍ତ କରମଣ୍ଡଳ ଏକ୍ସପ୍ରେସର ବଗି ଲାଇନଚ୍ୟୁତ ହେବା ଯୋଗୁ ପ୍ରାୟ ୫୦ଜଣଙ୍କ ଜୀବନ ଯାଇଛି ଓ ୩୫୦ରୁ ଅଧିକ ଲୋକ ଆହତ ହୋଇଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି । ମୃତ୍ୟୁ ସଂଖ୍ୟା ଅଧିକ ବୃଦ୍ଧି ପାଇବାର ଆଶଙ୍କା ରହିଛି । ୨୦୦୯ ଫେବୃୟାରୀ ମାସରେ ଲୌହଦାନବ ‘କରମଣ୍ଡଳ ଏକ୍ସପ୍ରେସ୍‌’ ଯାଜପୁର ନିକଟରେ ଦୁର୍ଘଟଣାର ଶିକାର ହୋଇ ୧୬ଜଣଙ୍କ ପ୍ରାଣ ନେବା ସହ ୧୬୧ଜଣ ଆହତ ହୋଇଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ, ୨୦୦୯ ଫେବୃୟାରୀ ୧୩ତାରିଖରେ ହାୱାଡ଼ାରୁ ଚେନ୍ନାଇ ଯାଉଥିବା କରମଣ୍ଡଳ ଏକ୍ସପ୍ରେସ ଯାଜପୁର ଷ୍ଟେସନ ନିକଟରେ ଦୁର୍ଘଟଣାଗ୍ରସ୍ତ ହେବାରୁ ୧୩ଟି ବଗି ଓଲଟି ପଡ଼ିଥିଲା । ସେତେବେଳେ ମୋଟ ୧୬ଜଣଙ୍କ ମୃତ୍ୟୁ ହେବା ସହ ୧୬୧ଜଣ ଆହତ ହୋଇଥିଲେ । ଏହାପରେ ସେହି ଯାଜପୁର ଜିଲ୍ଲାରେ ୨୦୨୨ ନଭେମ୍ବର ୨୧ତାରିଖ କୋରେଇ ଷ୍ଟେସନ ନିକଟରେ ୱେଟିଂ ହଲକୁ ଏକ ମାଲବାହୀ ଟ୍ରେନ ମାଡ଼ିଯିବାରୁ ୩ଜଣଙ୍କ ମୃତ୍ୟୁ ହେବା ସହ ୮ଜଣ ଆହତ ହୋଇଥିଲେ ।

Also Read

ଆଜି ବାହାନଗା ଷ୍ଟେସନ ନିକଟରେ ଭୟାବହ ଟ୍ରେନ ଧକ୍କାରେ ପ୍ରାୟ ୫୦୦ଜଣ ମୃତାହତ ହୋଇଥିବା ଆଶଙ୍କା କରାଯାଉଛି । ଏବେ ସେଠାରେ ଉଦ୍ଧାର ଓ ରିଲିଫ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉଥିବାବେଳେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ସକାଳେ ଦୁର୍ଘଟଣାସ୍ଥଳ ଯିବେ । ଏବେ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କ ନେତୃତ୍ୱରେ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ସେଠାରେ ଉଦ୍ଧାର ଓ ଚିକିତ୍ସା କାର୍ଯ୍ୟ ତ୍ୱରାନ୍ୱିତ କରୁଛନ୍ତି । ବହୁ ସଂଖ୍ୟାରେ ଅଗ୍ନିଶମ ବାହିନୀ, ୪ଟି ଓଡ୍ରାଫ ଟିମ୍ ଓ ୩ଟି ଏନଡିଆରଏଫ ଟିମ୍ ସହ ରେଳବାଇର ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ସେଠାରେ ଉଦ୍ଧାର ଓ ଚିକିତ୍ସା ସେବା ଯୋଗାଇ ଦେଉଛନ୍ତି ।

ସୂଚନାଯୋଗ୍ୟ, ୨୦୧୬ ନଭେମ୍ବର ୨୦ତାରିଖରେ ଇନ୍ଦୋର-ପାଟନା ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହେବାରୁ ୧୫୦ଜଣ ଯାତ୍ରୀଙ୍କ ମୃତ୍ୟୁ ସହ ୧୫୦ରୁ ଅଧିକ ଆହତ ହୋଇଥିଲେ । ଏହି ଦୁର୍ଘଟଣା ପରେ ସବୁଠୁ ବଡ଼ ରେଳ ଦୁର୍ଘଟଣା ଆଜି ବାହାନଗାରେ ସଂଘଟିତ ହୋଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story