Advertisment

୨୧ ଦିନ ପରେ ଛାତ୍ରୀଙ୍କ ଘରୁ ମିଳିଲା ଉତ୍ତର ଖାତା; ପ୍ରଧାନଶିକ୍ଷକ କହିଲେ- ଏଇଟା ଫେକ୍‌ ନ୍ୟୁଜ୍‌

ମାଟ୍ରିକ ପରୀକ୍ଷା ସରିବା ପରେ ଆରମ୍ଭ ହେଲା ଖାତା ଦେଖା। ସେତେବେଳେ ଦାମୋଦର ସରକାରୀ ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ଜଣେ ଛାତ୍ରୀଙ୍କ ଗଣିତ ଖାତା କମ୍‌ ଥିବା ଜଣାପଡ଼ିଥିଲା।

ଅଦ୍ୟତନ ହୋଇଛି
‌‌DD High School

‌‌DD High School

Advertisment

ମାଟ୍ରିକ୍‌ ପରୀକ୍ଷା ସରିବାର ୨୧ ଦିନ ପରେ ପରୀକ୍ଷାର୍ଥୀଙ୍କ ଘରୁ ମିଳିଲା ଗଣିତ ଉତ୍ତର ଖାତା। ଏପରି ଖବର ବାଲେଶ୍ୱର ଜିଲ୍ଲାରୁ ଆସିଛି। ପରୀକ୍ଷା ସରିବା ପରେ ଛାତ୍ରୀ ଜଣକ ସାଙ୍ଗରେ ଉତ୍ତର ଖାତା ନେଇଯାଇଥିବା କହିଛନ୍ତି। ତେବେ ଏପରି ଅଭିଯୋଗକୁ ପରୀକ୍ଷା କେନ୍ଦ୍ରର ସୁପାରିଟେଣ୍ଡେଣ୍ଟ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ଏଇଟା ଫେକ୍‌ ନ୍ୟୁଜ୍‌।

Advertisment

ସିମୁଳିଆ ବ୍ଲକ୍‌ କ୍ଷୀରକୋଣା ଉପେନ୍ଦ୍ରନାଥ ସରକାରୀ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ ହେଉଛନ୍ତି ପଦ୍ମା(ଛଦ୍ମନାମ)। ସେ ଏଥର ମାଟ୍ରିକ୍‌ ପରୀକ୍ଷା ଦେଇଥିଲେ। ଜାମୁଝାଡି ଦାମୋଦର ସରକାରୀ ଉଚ୍ଚ ବିଦ୍ୟାଳୟରେ ପଦ୍ମା ପରୀକ୍ଷା ଦେଇଥିଲେ। ପ୍ରତିଦିନ ସେ ଘରୁ ଯିବା ଆସିବା କରୁଥିଲେ। ତେବେ ଗଣିତ ପରୀକ୍ଷା ଦିନ ସେ ଭୁଲ୍‌ ବସତଃ ଘରକୁ ନିଜର ଉତ୍ତର ଖାତା ନେଇଆସି ଥିଲେ।

ମାଟ୍ରିକ ପରୀକ୍ଷା ସରିବା ପରେ ଆରମ୍ଭ ହେଲା ଖାତା ଦେଖା। ସେତେବେଳେ ଦାମୋଦର ସରକାରୀ ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ଜଣେ ଛାତ୍ରୀଙ୍କ ଗଣିତ ଖାତା କମ୍‌ ଥିବା ଜଣାପଡ଼ିଥିଲା। ଖାତା ମୂଲ୍ୟାୟନ ହେଉଥିବା କେନ୍ଦ୍ରରୁ ଏନେଇ ଦାମୋଦର ସରକାରୀ ଉଚ୍ଚ ବିଦ୍ୟାଳୟର ସୁପାରିଟେଣ୍ଡେଣ୍ଟଙ୍କୁ ସୂଚନା ଦିଆଯାଇଥିଲା। ଏହା ପରେ ଖୋଳତାଡ ଆରମ୍ଭ ହୋଇଥିଲା।

Advertisment

ଗଣିତ ଖାତା ଖୋଜି ଖୋଜି ପରେ ଶେଷରେ ପଦ୍ମାଙ୍କ ପାଖରେ ପହଞ୍ଚିଥିଲେ ଶିକ୍ଷକ। ତା’ପରେ ତାଙ୍କୁ ପଚରାଉଚରା କରାଯିବାରୁ ଗଣିତ ଖାତାକୁ ନିଜ ଘରେ ରଖିଥିବା କହିଥିଲେ। ପରୀକ୍ଷା ସରିବାର ୨୦ ଦିନ ପରେ ଦାମୋଦର ସରକାରୀ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ଅନ୍ୟ କର୍ମଚାରୀମାନେ ଛାତ୍ରୀଙ୍କ ଘରକୁ ଯାଇ ଗଣିତ ଉତ୍ତର ଖାତା ନେଇ ଆସିଥିଲେ।

ସେପଟେ ଛାତ୍ରୀ ଘରକୁ ଖାତା ମିଳିବା ଘଟଣା ଫେକ୍‌ ନ୍ୟୁଜ୍‌ ବୋଲି କହିଛନ୍ତି ଦାମୋଦର ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ବୀରେନ୍ଦ୍ର କୁମାର ଦତ୍ତ। ସେ କହିଛନ୍ତି, ଆପଣ ଯାହା ଅଭିଯୋଗ କରିଛନ୍ତି, ସେମିତି କିଛି ଘଟଣା ଆମ ସ୍କୁଲରେ ଘଟିନାହିଁ। ଏହା ଫେକ୍‌ ଖବର।

ତେବେ ଏଠି ପ୍ରଶ୍ନ ଉଠୁଛି, ପରୀକ୍ଷା ସରିଲା ପରେ ଛାତ୍ରୀ ଜଣକ ଘରକୁ ଉତ୍ତରଖାନା ଖାତା ନେଲେ କେମିତି? ପରୀକ୍ଷା ପରିଚାଳନା ଦାୟିତ୍ୱରେ ଥିବା କର୍ମଚାରୀମାନେ କ’ଣ କରୁଥିଲେ? ପରୀକ୍ଷା ସରିଲା ପରେ କ’ଣ ଖାତା ଗଣା ଯାଇନଥିଲା କି? ଯଦି ଉତ୍ତରଖାତା ଗଣା ଯାଇଥିଲା, ତାହାହେଲେ ୨୦ ଦିନ ପରେ ପରୀକ୍ଷାର୍ଥୀଙ୍କ ଘରୁ ଖାତା ମିଳିଲା କେମିତି? ଗଣିତ ଖାତା ମିଳିବା ପରେ ଏମିତି ନାନା ପ୍ରଶ୍ନ ସାଧାରଣରେ ଉଙ୍କି ମାରୁଥିବା ବେଳେ ପ୍ରଧାନଶିକ୍ଷକ ମିଛ କହୁଥିବା ସାଧାରଣରେ ଚର୍ଚ୍ଚା ହେଉଛି।

ରିପୋର୍ଟ-ସୋରରୁ ନିରଞ୍ଜନ ବେହେରା

Balasore MatricExam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe