Advertisment

ଏ ଯୁଗରେ ତୁମେ ଜନକ ରାଜନ, ମୁଁ ତୁମ ଦୁହିତା ସୀତା...

ଜଳେଶ୍ୱର(ଅଜିତ ଦାଶ): “ଝିଅ ବୋଲି ମୋତେ କଲ ସମ୍ବୋଧନ ତେଣୁ ତୁମେ ମୋର ପିତା। ଏ ଯୁଗରେ ତୁମେ ଜନକ ରାଜନ ମୁଁ ତୁମ ଦୁହିତା ସୀତା”…କେନ୍ଦ୍ରମନ୍ତ୍ରୀଙ୍କଠାରୁ ସହାୟତା ପାଇଁ ପ୍ରତିଶ୍ରୁତି ପାଇବା ପରେ ମାମୁନୀ ଖାତୁନ୍ ଏମିତି ଏକ କବିତା ଲେଖି ସୋଶାଲ ମିଡିଆରେ ଶୁଭେଚ୍ଛା ଜଣାଇଛନ୍ତି। ବାଲେଶ୍ୱର ଜିଲ୍ଲା ବାଲିଆପାଳ ସୁନାରୁଇ ଗ୍ରାମର ମାମୁନୀ ଖାତୁନଙ୍କ ସମସ୍ତ ପାଠ ପଢ଼ାର ଦାୟିତ୍ୱ ନେଇଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ମାମୁନୀ ଖାତୁନ ଗାୟତ୍ରୀ ମନ୍ତ୍ର […]

ଅଦ୍ୟତନ ହୋଇଛି
ଏ ଯୁଗରେ ତୁମେ ଜନକ ରାଜନ, ମୁଁ ତୁମ ଦୁହିତା ସୀତା...

90

Advertisment

ଜଳେଶ୍ୱର(ଅଜିତ ଦାଶ): “ଝିଅ ବୋଲି ମୋତେ କଲ ସମ୍ବୋଧନ ତେଣୁ ତୁମେ ମୋର ପିତା। ଏ ଯୁଗରେ ତୁମେ ଜନକ ରାଜନ ମୁଁ ତୁମ ଦୁହିତା ସୀତା”...କେନ୍ଦ୍ରମନ୍ତ୍ରୀଙ୍କଠାରୁ ସହାୟତା ପାଇଁ ପ୍ରତିଶ୍ରୁତି ପାଇବା ପରେ ମାମୁନୀ ଖାତୁନ୍ ଏମିତି ଏକ କବିତା ଲେଖି ସୋଶାଲ ମିଡିଆରେ ଶୁଭେଚ୍ଛା ଜଣାଇଛନ୍ତି। ବାଲେଶ୍ୱର ଜିଲ୍ଲା ବାଲିଆପାଳ ସୁନାରୁଇ ଗ୍ରାମର ମାମୁନୀ ଖାତୁନଙ୍କ ସମସ୍ତ ପାଠ ପଢ଼ାର ଦାୟିତ୍ୱ ନେଇଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ମାମୁନୀ ଖାତୁନ ଗାୟତ୍ରୀ ମନ୍ତ୍ର ଠାରୁ ଆରମ୍ଭ କରି ଜଗନ୍ନାଥଙ୍କ ଭଜନ ଓ ବେଦପାଠ କରି ସର୍ବଧର୍ମ ସମନ୍ୱୟର ବାର୍ତ୍ତା ଦେଇଥିଲେ। ଯାହାକୁ ନେଇ ବେଶ ପ୍ରଶଂସା ସାଉଁଟିଥିଲେ ମାମୁନୀ । ବାଲେଶ୍ୱର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ମାମୁନୀ ଖାତୁନଙ୍କ ଘରକୁ  ଯାଇ ତାଙ୍କୁ ଭେଟିଥିଲେ। ମାମୁନୀ ଜଣେ ସଂସ୍କୃତ ଅଧ୍ୟାପିକା ହେବା ପାଇଁ ଇଚ୍ଛା ରଖିଛନ୍ତି।  ଦାରିଦ୍ର୍ୟ ପାଇଁ ପଢିପାରୁନଥିବା ଜଣାଇବା ପରେ କନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ମାମୁନୀର ସମସ୍ତ ପାଠ ପଢା ଖର୍ଚ୍ଚ ବହନ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।

Advertisment

ବାଲିଆପାଳ ସୁନାରୁଇ ଗାଁର ସାମସୁଦ୍ଦୀନ ଶାହାଙ୍କ ତୃତୀୟ କନ୍ୟା ହେଉଛନ୍ତି ମାମୁନୀ ଖାତୁନ। ହାଇସ୍କୁଲରେ ପଢ଼ୁଥିଲା ବେଳେ ରାଧା ମାଧବ… ଭଜନ ଗାଇ ଚର୍ଚ୍ଚାକୁ ଆସିଥିଲେ। ପରବର୍ତ୍ତୀ ସମୟରେ ଶିକ୍ଷକଙ୍କ ପରାମର୍ଶରେ ଭଜନ, ଜଣାଣ, ଗାୟତ୍ରୀ ମନ୍ତ୍ର, ଗୀତା ଓ ଭାଗବତକୁ ଅତି ଶାବଲୀଳ ଢଙ୍ଗରେ ଗାଉଛନ୍ତି। କୋରାନ ପଢ଼ିବା ସହିତ ଭଜନ ଓ ଜଣାଣରେ ବେଶ୍‌ ଦକ୍ଷତା ରଖିଛନ୍ତି ସେ।
ଅନଟତ ସତ୍ତ୍ୱେ କଠନ ପରିଶ୍ରମ କରି ମ୍ୟାଟ୍ରିକ୍‌ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ପାସ୍‌ କରିଛନ୍ତି ମାମୁନୀ। ଏବେ ସେ ସୁବର୍ଣ୍ଣରେଖା ମହାବିଦ୍ୟାଳୟରେ ଯୁକ୍ତ ଦୁଇର ଦ୍ୱିତୀୟ ବର୍ଷର ଛାତ୍ରୀ। ସଂସ୍କୃତ ଓ ଭଜନ, ଜଣାଣ ପ୍ରତି ମାମୁନୀଙ୍କ ଥିବା ଆଗ୍ରହ ସମ୍ପର୍କରେ ଜାଣିବାକୁ ପାଇଥିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ। ପରେ ତାଙ୍କ ସହିତ ଫୋନ୍‌ରେ କଥା ହୋଇଥିଲେ। ସମୟ ମିଳିଲେ ଯାଇ ଦେଖା କରିବେ ବୋଲି ଫୋନ୍‌ରେ ମାମୁନୀଙ୍କୁ ପ୍ରତିଶ୍ରୁତି ବି ଦେଇଥିଲେ କେନ୍ଦ୍ରମନ୍ତ୍ରୀ। ପ୍ରତିଶ୍ରୁତି ମୁତାବକ ଆଜି ମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ ସୁନାରୁଇ ଗାଁକୁ ଯାଇଥିଲେ।

ସେ ମାମୁନୀ ଓ ତାଙ୍କ ପରିବାର ଲୋକଙ୍କ ସହିତ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ। ପରେ ମାମୁନୀର ପାଠପଢ଼ା ଖର୍ଚ୍ଚ ବହନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ କହିଛନ୍ତି- “ସାମ୍‌ସୁଦ୍ଦୀନ୍‌ ଶାହା ଜଣେ ଦିନ ମଜୁରିଆ। ସେ ଯାହା ଉପାର୍ଜନ କରୁଛନ୍ତି, ସେଥିରେ ଝିଅ ମାମୁନୀ ଖାତୁନକୁ ପଢ଼ାଉଛନ୍ତି। ନିଜର କଠିନ ଅଧ୍ୟବସାୟ ବଳରେ ସେ ମ୍ୟାଟ୍ରିକ୍‌ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି।

Advertisment

ମାମୁନୀ ଗୀତା, ଭାଗବନ, ମହାମୃତ୍ୟୁଞ୍ଜୟ ମନ୍ତ୍ର ସହ ବିଭିନ୍ନ ସଂସ୍କୃତ ମନ୍ତ୍ର ଆବୃତି କରୁଛନ୍ତି। ଏହାଛଡ଼ା ଭଜନ ଗାଉଛନ୍ତି ଓ ନମାଜ ପଢ଼ୁଛନ୍ତି। ଏଭଳି ପ୍ରତିଭାବାନ ଝିଅର ପ୍ରତିଭା ନଲୁଚୁ। ସେଥିପାଇଁ ତାଙ୍କର ପାଠପଢ଼ାରେ ମୁଁ ସବୁପ୍ରକାର ସାହାଯ୍ୟ କରିବି। ମାମୁନୀ ହଷ୍ଟେଲ୍‌ ରହି ପାଠ ପଢ଼ିବେ। ସେ ଯେଉଁଠି ପଢ଼ିବେ, ମୁଁ ତାକୁ ସେଇଠି ପଢ଼ାଇବି। ତାଙ୍କର ସବୁ ସ୍ୱପ୍ନ ପୂରଣ କରିବି।”

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe