Advertisment

କିଏ ପୋଛିଦେବ କୁନି ଝିଅ ଆଖିରୁ ଲୁହ?

ଜଳେଶ୍ୱର (ଅଜିତ୍ କୁମାର ଦାସ): ବାପା ଚାଲିଗଲେ କ୍ୟାନସରରେ। ପରେ ପରେ ମା’ ମହାମାରୀ କରୋନାରେ ପରଲୋକକୁ ଚାଲିଗଲେ। ବାପା ଓ ମା’ ଦୁନିଆରୁ ଚାଲିଯିବା ପରେ ଏବେ ଏକୁଟିଆ ପଡ଼ିଯାଇଛି ସେମାନଙ୍କର ଏକମାତ୍ର କୁନି ଝିଅ। କୁନି ଝିଅଟିର ବୟସ ମାତ୍ର ୯, ଯାହାର ନାଁ ଜ୍ୟୋତି। ଏହି ବୟସରେ ନା ସେ ଦୁନିଆକୁ ଭଲଭାବେ ଚିହ୍ନିଛି ନା ଜାଣିଛି। ଏପରି ସ୍ଥିତିରେ ବାପା-ମା’ ଚାଲିଯିବା ତା’ ଉପରେ ଯେପରି ଦୁଃଖର ପାହାଡ଼ ହୋଇ ଛିଡ଼ା […]

କିଏ ପୋଛିଦେବ କୁନି ଝିଅ ଆଖିରୁ ଲୁହ?

jyoti

Advertisment

ଜଳେଶ୍ୱର (ଅଜିତ୍ କୁମାର ଦାସ): ବାପା ଚାଲିଗଲେ କ୍ୟାନସରରେ। ପରେ ପରେ ମା’ ମହାମାରୀ କରୋନାରେ ପରଲୋକକୁ ଚାଲିଗଲେ। ବାପା ଓ ମା’ ଦୁନିଆରୁ ଚାଲିଯିବା ପରେ ଏବେ ଏକୁଟିଆ ପଡ଼ିଯାଇଛି ସେମାନଙ୍କର ଏକମାତ୍ର କୁନି ଝିଅ। କୁନି ଝିଅଟିର ବୟସ ମାତ୍ର ୯, ଯାହାର ନାଁ ଜ୍ୟୋତି। ଏହି ବୟସରେ ନା ସେ ଦୁନିଆକୁ ଭଲଭାବେ ଚିହ୍ନିଛି ନା ଜାଣିଛି। ଏପରି ସ୍ଥିତିରେ ବାପା-ମା’ ଚାଲିଯିବା ତା’ ଉପରେ ଯେପରି ଦୁଃଖର ପାହାଡ଼ ହୋଇ ଛିଡ଼ା ହୋଇଛି। ଏବେ କୁନି ଝିଅଟି ପୂରା ଏକୁଟିଆ ହୋଇଯାଇଛି। ପାଖରେ ପରିବାରର ଅନ୍ୟ କେହି ସଦସ୍ୟ ନଥିବାରୁ ଏବେ ଭୋକ ଉପାସରେ ଅସହାୟ ଅବସ୍ଥାରେ ବାରଣ୍ଡାରେ ପଡ଼ିରହିଛି କୁନି ଝିଅ। ମା’ର ଫଟୋକୁ ଦେଖି କେବଳ କାନ୍ଦିବା ଛଡ଼ା ତା’ ପାଖରେ ଆଉ କିଛି ଉପାୟ ନାହିଁ।

Advertisment

ଜ୍ୟୋତିର ଘର ହେଉଛି ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ବିଷ୍ଣୁପୁର ପଞ୍ଚାୟତରେ। ଏହି ପଞ୍ଚାୟତର ନୟାବାଲି ଗ୍ରାମର ଅଙ୍ଗନବାଡି-୨ କେନ୍ଦ୍ରର ସହାୟିକା ଭାବରେ କାର୍ଯ୍ୟ କରୁଥିଲେ ତା’ର ମା’ ରେବତୀ ପରିଡା। ନିଜର ଜମିବାଡି କିଛି ନଥିବାରୁ ରେବତୀଙ୍କ ସ୍ୱାମୀ ମଧୂସୁଦନ ପର ଘରେ ମୂଲ ଲାଗୁଥିଲେ। ସେଥିରୁ ଯାହା ମିଳୁଥିଲା, ସେଥିରେ ପୂରା ପରିବାର ହସଖୁସିରେ ଚଳି ଯାଉଥିଲା। କିନ୍ତୁ ଏହି ହସଖୁସିର ପରିବାରରେ ଯେପରି କାହାର ନଜର ପଡ଼ିଗଲା। ରେବତୀଙ୍କ ସ୍ୱାମୀ ମଧୂସୁଦନ କ୍ୟାନସର ଭଳି ମାରାତ୍ମକ ରୋଗରେ ଆକ୍ରାନ୍ତ ହୋଇଥିଲେ। ଚିକିତ୍ସା ପାଇଁ ପାଖରେ ଅର୍ଥ ନଥିଲା। ଯେଉଁକାରଣରୁ ବିନା ଚିକିତ୍ସା ପାଇ ସ୍ତ୍ରୀ ଏବଂ ଛୋଟ ଝିଅକୁ ଛାଡି ଆରପାରିକୁ ଚାଲିଗଲେ ମଧୂସୁଦନ। ସ୍ୱାମୀ ଯିବାର ଦୁଃଖରେ ଭାଙ୍ଗି ନପଥି ରେବତୀ ଝିଅକୁ ପାଠ ପଢାଇ ଭଲ ମଣିଷ କରିବା ପାଇଁ ପରିଶ୍ରମ କରିଥିଲେ।

ରେବତୀ ମହାମାରୀ କରୋନା ସମୟରେ କୁନି ଝିଅ ଟିକୁ ଘରେ ଏକୁଟିଆ ଘରେ ଛାଡି ଦେଇ ଘର ଘର ବୁଲି ଲୋକଙ୍କୁ ସଚେତନ କରିବା ସହ ଜଣେ ଆଗ ଧାଡିର କରୋନା ଯୋଦ୍ଧା ଭାବେ ଦିନରାତି ଲୋକଙ୍କ ସେବା କରୁଥିଲେ। ଅଙ୍ଗନବାଡି ସହାୟିକା ଭାବରେ ଯାହା ଅଳ୍ପ କିଛି ପାରିଶ୍ରମିକ ମିଳୁଥିଲା, ସେଥିରେ ଝିଅର ପଢା ଖର୍ଚ୍ଚ ବହନ କରିବା ସହ କଷ୍ଟେମଷ୍ଟେ ଦୁଇ ପ୍ରାଣୀ ଚଳି ଯାଉଥିଲେ। ମାତ୍ର ବିଧିର ବିଧାନ କିଛି ଅଲଗା ଥିଲା।

Advertisment

ଅଦୃଶ୍ୟ ଭୂତାଣୁ କରୋନା ସହିତ ଲଢେଇ କରୁ କରୁ ରେବତୀ ନିଜେ କରୋନାରେ ଆକ୍ରାନ୍ତ ହେଲେ। ଗ୍ରାମବାସୀଙ୍କ ସହାୟତାରେ ବାଲେଶ୍ୱର କୋଭିଡ୍ ହସପିଟାଲରେ ଭର୍ତ୍ତି ହେଲେ। ଏପଟେ ମା’ କେବେ ହସ୍ପିଟାଲରୁ ଫେରିବ, କୁନି ଝିଅଟି ଘରେ ଏକୁଟିଆ ଅପେକ୍ଷା କରି ରହିଥିଲା। ମାତ୍ର ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଦେଲେ ରେବତୀ। ଆଉ ବାପା ମା’ ଛେଉଣ୍ଡ ହୋଇଗଲା ୯ ବର୍ଷର ଝିଅ।

ମଧୂସୁଦନଙ୍କ ମୃତ୍ୟୁ ପରେ ରେବତୀଙ୍କ ଦେହାନ୍ତ ଖବର ପାଇବା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। କୁନି ଝିଅଟିର ଏଭଳି ଅବସ୍ଥା ଦେଖି ସାହି ପଡିଶାଙ୍କ ଆଖିରୁ ବି ଲୁହ ଶୁଖୁନି। ପରିବାରର ଅନ୍ୟ କେହି ସଦସ୍ୟ ନଥିବାରୁ ବାପା-ମା’ ଙ୍କୁ ଝୁରିଝୁରି ନଖାଇ ନପିଇ ଭୋକ ଉପାସରେ ଭଙ୍ଗା ନଡା ଛପର ଘରେ ଏକୁଟିଆ ପଡି ରହିଛି। ଏଭଳି ସ୍ଥିତିରେ ସାହି ପଡିଶା ପିଲାଟିକୁ ଖାଇବାକୁ ଦେବା ସହ ଦେଖାଶୁଣା କରୁଛନ୍ତି। ଅନ୍ୟପକ୍ଷରେ ଛୋଟ ଝିଅ ଟିକୁ କେମିତି ଲାଳନ ପାଳନ କରିବେ ତାକୁ ନେଇ ଏବେ ଗ୍ରାମବାସୀ ଚିତିନ୍ତ ହୋଇପଡିଛନ୍ତି। ତେବେ ସରକାର ତୁରନ୍ତ ଏହି ଅନାଥ ଝିଅର ଲାଳନ ପାଳନ ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ମାନେ ନିବେଦନ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe