Advertisment

ବିଜେଡି ଛାଡ଼ି ବିଜେପିରେ ମିଶିଲେ ଶତାଧିକ କର୍ମୀ

ଜଳେଶ୍ୱର (ଅଜିତ କୁମାର ଦାସ): ଜଳେଶ୍ୱର ବ୍ଲକ ମୁରଲୀ କଲ୍ୟାଣ ମଣ୍ଡପରେ ଶୁକ୍ରବାର ଅପରାହ୍ନରେ ଜଳେଶ୍ୱର ବିଜେପି ତରଫରୁ ଏକ ବଡ଼ ଧରଣର ମିଶ୍ରଣ ପର୍ବ ସହିତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହେଇଯାଇଛି। ଏହି ମିଶ୍ରଣ ପର୍ବରେ ପୌରପରିଷଦର ପୂର୍ବତନ ଅଧ୍ୟକ୍ଷ ତଥା ବରିଷ୍ଠ ବିଜେଡି ନେତା ପ୍ରବୀର ପ୍ରଧାନଙ୍କ ସହିତ ଜଳେଶ୍ୱର ବ୍ଲକର ବିଜୁ ଜନତା ଦଳ ସମର୍ଥିତ ୩ ଜଣ ପଞ୍ଚାୟତ ସମିତି ସଦସ୍ୟ ଯୋଗ ଦେଇଥିଲେ। ଏହି ତିନି ସଦସ୍ୟ ହେଲେ ଯଥା […]

author-image
Ranjit Kumar Jena
ବିଜେଡି ଛାଡ଼ି ବିଜେପିରେ ମିଶିଲେ ଶତାଧିକ କର୍ମୀ

bjp

ଜଳେଶ୍ୱର (ଅଜିତ କୁମାର ଦାସ): ଜଳେଶ୍ୱର ବ୍ଲକ ମୁରଲୀ କଲ୍ୟାଣ ମଣ୍ଡପରେ ଶୁକ୍ରବାର ଅପରାହ୍ନରେ ଜଳେଶ୍ୱର ବିଜେପି ତରଫରୁ ଏକ ବଡ଼ ଧରଣର ମିଶ୍ରଣ ପର୍ବ ସହିତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହେଇଯାଇଛି। ଏହି ମିଶ୍ରଣ ପର୍ବରେ ପୌରପରିଷଦର ପୂର୍ବତନ ଅଧ୍ୟକ୍ଷ ତଥା ବରିଷ୍ଠ ବିଜେଡି ନେତା ପ୍ରବୀର ପ୍ରଧାନଙ୍କ ସହିତ ଜଳେଶ୍ୱର ବ୍ଲକର ବିଜୁ ଜନତା ଦଳ ସମର୍ଥିତ ୩ ଜଣ ପଞ୍ଚାୟତ ସମିତି ସଦସ୍ୟ ଯୋଗ ଦେଇଥିଲେ। ଏହି ତିନି ସଦସ୍ୟ ହେଲେ ଯଥା ସୁଗ ପଞ୍ଚାୟତର ସମିତି ସଦସ୍ୟ ସଞ୍ଜୟ ମହାନ୍ତି, ନେତୁଆ ସମିତି ସଦସ୍ୟ ସୁରେଶ ଜେନା, ଶ୍ରୀରାମପୁର ସଦସ୍ୟା ପୁଷ୍ପଲତା ଘୋଷ।

Advertisment

ଏମାନଙ୍କ ସହିତ ୨୦୦ ଲୋକ ଅନ୍ୟ ଦଳରୁ ଆସି ବିଜେପିରେ ମିଶିଥିବା ଜଣା ପଡ଼ିଛି। ଶ୍ରୀ ପ୍ରଧାନ ଜଳେଶ୍ଵର ପୌର ପରିଷଦରେ ୨୦୦୮ ମସିହାରୁ ୨୦୧୩ ମସିହା ଯାଏ ବିଜେପି ଦଳରୁ ପୌରାଧ୍ୟକ୍ଷ ଭାବେ ବିଜୟୀ ହୋଇଥିଲେ। ତେବେ ପରବର୍ତ୍ତୀ କିଛି ମାସ ପରେ ସେ ବିଜେପି ଛାଡ଼ି ଶଙ୍ଖ ଧରିଲେ। ସେ ଜଳେଶ୍ୱର ପୌର ପରିଷଦରେ ଜଣେ ଅଭିଜ୍ଞ ନେତା ଭାବେ ଜଣା ଶୁଣା। ୨୦୧୯ ବିଧାନସଭା ନିର୍ବାଚନରେ ସେ ମଧ୍ୟ ଜଳେଶ୍ୱର ବିଧାନସଭା ଆସନ ପାଇଁ ଟିକେଟ ଆଶାୟୀ ଥିଲେ। ତାଙ୍କୁ ଦଳରୁ ଟିକେଟ୍ ମିଳିବା ପରେ ତାଙ୍କୁ ଦଳର କୌଣସି କାର୍ଯ୍ୟକ୍ରମରେ ଦେଖୁବାକୁ ମିଳୁ ନ ଥିଲା। ତା’ ପରଠୁ ତାଙ୍କୁ ଦଳରେ କୋଣଠେସା କରି ରଖାଯାଇଛି ବୋଲି ତାଙ୍କ ସମର୍ଥକ ମାନେ କହିଆସୁଥିଲେ।

ସେହିପରି ନିକଟ ଭବିଷ୍ୟତରେ ହେବାକୁଥିବା ପୌର ପରିଷଦ ନିର୍ବାଚନରେ ସେ ପୌରାଧ୍ୟକ୍ଷ ଭାବେ ଲଢ଼ିବାକୁ ଆସାଇ ଥିଲା ବେଳେ ବିଜେପି ତାଙ୍କୁ ସେହି ପଦବୀରେ ଲଢ଼ିବା ପାଇଁ ସୁଯୋଗ ଦେଇ ପାରେ ବୋଲି ଆଶା ରଖି ପ୍ରବୀର ବିଜେପିରେ ମିଶୁଛନ୍ତି ବୋଲି ରାଜନୈତିକ ସମୀକ୍ଷକ ମାନେ ମତ ପୋଷଣ କରିଛନ୍ତି।

Advertisment

ଏହି ମିଶ୍ରଣ ପର୍ବରେ ବାଲେଶ୍ୱର ଜିଲ୍ଲା ବିଜେପିର ସଭାପତି ଉମାକାନ୍ତ ମହାପାତ୍ର, ପୂର୍ବତନ ମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ପୂର୍ବତନ ବିଧାୟକ ତଥା ଜଳେଶ୍ୱର ପର୍ଯ୍ୟବେକ୍ଷକ ଜୀବନ ପ୍ରଦୀପ ଦାସ, ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି, ଅରୁଣ ବେଜ, ସମୀର ପାତ୍ର, ଅଂଶୁମାନ ମହାନ୍ତି ପ୍ରମୁଖ ସାମିଲ ଥିଲେ। ଏହି ସଭାରେ ଜଳେଶ୍ୱର ପୌର ପରିଷଦର ବିଜେପି ସଭାପତି ଫାଲଗୁନୀ ପାଣିଗ୍ରାହୀ ସଭାପତିତ୍ୱ କରିଥିଲେ।