ବାହାନଗା ଦୁର୍ଘଟଣା: ଆଜି ଆଉ ଜଣଙ୍କ ମୃତ୍ୟୁ, ୨୭ଦିନ ପରେବି ଶବାଗାରରେ ୮୧ ଶବ, ହତାଶରେ ଆତ୍ମୀୟସ୍ୱଜନ

ଜୁନ୍ ୨ତାରିଖରେ ବାହାନଗାଠାରେ ଭୟାବହ ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ମଧ୍ୟରୁ ଏବେବି ୮୧ଜଣଙ୍କ ଶବ ଭୁବନେଶ୍ୱରସ୍ଥିତ ଏମସ ହସ୍ପିଟାଲ ପରିସରରେ ରହିଛି ।

Bahanaga Train Accident

ବାହାନଗା ଟ୍ରେନ୍‌ ଦୁର୍ଘଟଣା ପରେ

Ordigital Desk
  • Published: Thursday, 29 June 2023
  • Updated: 29 June 2023, 10:20 PM IST

Sports

Latest News

ବାଲେଶ୍ୱର ଜିଲ୍ଲା ବାହାନଗା ଭୟାବହ ଟ୍ରେନ ଦୁର୍ଘଟଣାକୁ ୨୭ଦିନ ପୁରିବାକୁ ବସିଲାଣି । ଆଜି ଆଉ ଜଣେ ଯାତ୍ରୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିବା ପରେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇଁ ୨୯୩ରେ ପହଂଚିଛି । ଏପଟେ  ଦୁର୍ଘଟଣା ପରଠୁ ଭୁବନେଶ୍ୱରର ଏମସ ହସ୍ପିଟାଲର ଶବାଗାରରେ ଥିବା ୮୧ଜଣ ଯାତ୍ରୀଙ୍କ ଶବକୁ ସେମାନଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରିବା ପ୍ରକ୍ରିୟା ବିଳମ୍ବ ହେବାରେ ଲାଗିଛି ।  ନିଜର ଆତ୍ମୀୟଙ୍କୁ ହରାଇ ଦୁଃଖରେ ଭାଙ୍ଗି ପଡ଼ିଥିବା ପରିବାର ସଦସ୍ୟଙ୍କ ପାଇଁ ସରକାରୀ ବ୍ୟବସ୍ଥା ଏବେ କଟା ଘା’ରେ ଚୂନ ଦେବା ସଦୃଶ ହୋଇଛି । ଏକାଧିକ ଦାବିଦାର ଥିବାରୁ ଓଡ଼ିଶା ସରକାର ଏବେ ବିନା ଡିଏନଏ ରିପୋର୍ଟରେ ସେମାନଙ୍କ ଆତ୍ମୀୟସ୍ୱଜନଙ୍କୁ ଶବ ହସ୍ତାନ୍ତର ନକରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି । ଏପଟେ ଡିଏନଏ ରିପୋର୍ଟ କେବେ ଆସିବ ସେ ନେଇ ମଧ୍ୟ କାହାରି ପାଖରେ କିଛି ଖବର ନାହିଁ । ଆଉ ନିଜ ଆତ୍ମୀୟଙ୍କ ଶବକୁ ନେବାକୁ ବିଭିନ୍ନ ରାଜ୍ୟରୁ ଆସିଥିବା ଲୋକମାନେ ଦୀର୍ଘ ୩ ସପ୍ତାହରୁ ଅଧିକ ଦିନ ଧରି ଭୁବନେଶ୍ୱର ଏମସ ପରିସରରେ ଡେରା ପକାଇଛନ୍ତି ଓ ନିଜ ଭାଗ୍ୟକୁ ଆଦରି ପଡ଼ି ରହିଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ, ଜୁନ୍ ୨ତାରିଖରେ ବାହାନଗାଠାରେ ଭୟାବହ ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ମଧ୍ୟରୁ ଏବେବି ୮୧ଜଣଙ୍କ ଶବ ଭୁବନେଶ୍ୱରସ୍ଥିତ ଏମସ ହସ୍ପିଟାଲ ପରିସରରେ ରହିଛି । ତେବେ ମୃତ ଯାତ୍ରୀଙ୍କ ଉପରେ ତୁଳନାରେ ଦାବିଦାର ସଂଖ୍ୟା ଅଧିକ ରହିବାରୁ ଡିଏନଏ ପରୀକ୍ଷା ପାଇଁ ପ୍ରଶାସନ ପଦକ୍ଷେପ ନେଇଥିଲା । ଏବେ ପ୍ରାୟ ୮୪ଜଣ ବ୍ୟକ୍ତି ନିଜର ସମ୍ପର୍କୀୟଙ୍କ ଶବ ଉପରେ ଦାବି କରି ଡିଏନଏ ଓ ରକ୍ତ ନମୂନା ଦେଇଛନ୍ତି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର  ମୃତ ଯାତ୍ରୀଙ୍କ ପ୍ରକୃତ ପରିବାରକୁ ଶବ ହସ୍ତାନ୍ତର କରିବା ଉପରେ ଗୁରୁତ୍ୱ ଦେଉଥିବାରୁ ଡିଏନଏ ରିପୋର୍ଟକୁ ଅପେକ୍ଷା କରାଯାଇଛି । ମୃତକଙ୍କ ପରିବାରକୁ ମୋଟା ଅଙ୍କର କ୍ଷତିପୂରଣ ପ୍ରଦାନ କରାଯାଉଥିବାରୁ ପ୍ରକୃତ ପ୍ରଭାବିତ ପରିବାରକୁ ଏହା ଦେବାକୁ ସରକାର ଚାହୁଁଛନ୍ତି । ଡିଏନଏ ନମୂନା ଭାବେ ମୃତ ଯାତ୍ରୀଙ୍କର ବାଳ, ଦାନ୍ତ, ହାଡ଼, ନଖ,ମାଂସ ଓ ଶରୀରର ଅନ୍ୟାନ୍ୟ ଅଙ୍ଗର ନମୂନା ନୂଆଦିଲ୍ଲୀସ୍ଥିତ କେନ୍ଦ୍ରୀୟ ଫୋରେନ୍ସିକ ସାଇନ୍ସ ଲ୍ୟାବକୁ ପଠାଯାଇଛି । ମାତ୍ର କିଛି ଶବର ହାଡ଼,ମାଂସ, ଦାନ୍ତ ଆଦି ନଷ୍ଟ ହୋଇଥିବାରୁ ସେମାନଙ୍କର ଡିଏନଏ ମେଳ କରିବାରେ ସମସ୍ୟା ହେଉଛି । ତେଣୁ ଡିଏନଏ ରିପୋର୍ଟ ଆସିବାରେ ବିଳମ୍ବ ହେଉଛି ବୋଲି ଭୁବନେଶ୍ୱର ଏମସ ହସ୍ପିଟାଲ ସୂତ୍ରରୁ ସୂଚନା ମିଳିଛି ।

Also Read

ସେହିପରି ଏମସ ହସ୍ପିଟାଲରେ ସଂରକ୍ଷିତ ଥିବା ୮୧ଜଣ ଯାତ୍ରୀଙ୍କ ଶବକୁ ଅତି ବେଶୀରେ ୬ମାସ ପର୍ଯ୍ୟନ୍ତ ସୁରକ୍ଷିତ ରଖାଯାଇପାରିବ । ଏବେବି ୩୫ରୁ ୪୦ଜଣ ମୃତ ଯାତ୍ରୀଙ୍କ ସମ୍ପର୍କୀୟ ଏମସ ପରିସରରେ ଡେରା ପକାଇଥିବାରୁ ସେମାନଙ୍କୁ ନିଜ ନିଜ ଘରକୁ ଫେରିଯିବାକୁ ଏମ୍ସ କର୍ତ୍ତୃପକ୍ଷ ପରାମର୍ଶ ଦେଇଛନ୍ତି । ଅଧିକାଂଶ ପୀଡ଼ିତ ଲୋକ ବିହାର ଓ ପଶ୍ଚିମବଙ୍ଗର ହୋଇଥିବାରୁ ସେମାନଙ୍କୁ ଘରକୁ ଫେରିଯିବାକୁ କୁହାଯାଇଛି । ଡିଏନଏ ରିପୋର୍ଟ ଆସିଲେ ସେମାନଙ୍କୁ ସୂଚିତ କରାଯିବ ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଉଥିଲେ ମଧ୍ୟ ନିଜର ଆତ୍ମୀୟଙ୍କ ହରାଇଥିବା ଲୋକେ ଶବ ବିନା ଘରକୁ ଫେରିବାକୁ ଚାହୁଁନଥିବା ଜଣାପଡ଼ିଛି । ନିଜର ଆତ୍ମୀୟଙ୍କୁ ହରାଇବାର ଦୁଃଖ ତୁଳନାରେ ସେମାନଙ୍କର ଶବକୁ ନେବାରେ ହେଉଥିବା ବିଳମ୍ବ ଏବେ ସମ୍ପୃକ୍ତ ପ୍ରଭାବିତ ଲୋକମାନଙ୍କୁ ଅଧିକ ହତାଶ କରିଦେଇଛି । ଡିଏନଏ ନମୂନା ସଂଗ୍ରହକୁ ପ୍ରାୟ ୩ ସପ୍ତାହ ବିତିଯାଇଥିଲେ ମଧ୍ୟ କେନ୍ଦ୍ର ଓ ରାଜ୍ୟ ସରକାର କାର୍ହିକି ତ୍ୱରିତ୍ ଡିଏନଏ ମେଳ କରାଇବା ଦିଗରେ ଆଖିଦୃଶିଆ ପଦକ୍ଷେପ ନେଉନାହାନ୍ତି ବୋଲି ସେମାନେ ପ୍ରଶ୍ନ କରିଛନ୍ତି ।

ତେବେ ଏହି ପ୍ରଭାବିତ ଲୋକମାନଙ୍କୁ କେବେସୁଦ୍ଧା ଶବ ହସ୍ତାନ୍ତର କରାଯିବ ସେ ନେଇ ସରକାରୀ ଭାବେ ମଧ୍ୟ ଗଣମାଧ୍ୟମକୁ କିଛି ସୂଚନା ଦିଆଯାଉନି । ଆଉ ନିଜ ନିଜର ଆତ୍ମୀୟଙ୍କ ଶବକୁ ପାଇବା ପାଇଁ ପ୍ରଭାବିତ ଲୋକମାନେ ନିଜ ଭାଗ୍ୟକୁ ଆଦରି ଏମସ ପରିସରରେ ରହିଥିବା ଦେଖିବାକୁ ମିଳିଛି ।

ସୂଚନାଯୋଗ୍ୟ, ଟ୍ରେନ ଦୁର୍ଘଟଣାରେ ଆହତ ହୋଇ କଟକ ବଡ଼ମେଡିକାଲରେ ଚିକିତ୍ସାଧୀନ ଥିବା ବିହାରର ମନୀଷ କୁମାରଙ୍କ ଆଜି ମୃତ୍ୟୁ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ଏପର୍ଯ୍ୟନ୍ତ ୫ ଜଣଙ୍କ ମୃତ୍ୟୁ ହୋଇସାରିଲାଣି ଓ ଟ୍ରେନ ଦୁର୍ଘଟଣାର ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଁ ୨୯୩ରେ ପହଂଚିଥିବା ଜଣାପଡ଼ିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story