Advertisment

ବିଜେପିର ବିଜୟ ଶୋଭାଯାତ୍ରା ବେଳେ ମରଣାନ୍ତକ ଆକ୍ରମଣ

ସୋର(ଓଡ଼ିଶା ରିପୋର୍ଟର): ବିଜୟ ଶୋଭାଯାତ୍ରା ବେଳେ ହେଲା ମରଣାନ୍ତକ ଆକ୍ରମଣ।  ଛୁରାମାଡ଼ର ଶିକାର ଦୁଇ ଗୁରୁତର ହେଲେ ୨ ବିଜେପି କର୍ମୀ। ଏପରି ଅଭାବନୀୟ ଘଟଣା ଗତକାଲି  ବାଲେଶ୍ୱର ଜିଲ୍ଲା ସୋରରେ ଘଟିଥିବା ବେଳେ ବିଜେଡି ବିଧାୟକଙ୍କ ଇସାରାରେ ଏପରି ହୋଇଥିବା ଅଭିଯୋଗ ହୋଇଛି। ଚଳିତ ପୌର ନିର୍ବାଚନରେ ସୋରରେ ବିଜେପି ୧୯ରୁ ୧୨ କାଉନସିଲର ପଦ ହାତେଇଥିବା ବେଳେ ଚେୟାରମ୍ୟାନ ପଦ ହାସଲ କରିଛନ୍ତି  ମାଧବ ଧଡ଼ା । ଏହି ପରିପ୍ରେକ୍ଷୀରେ ଗତକାଲି ଶହ ଶହ […]

ଅଦ୍ୟତନ ହୋଇଛି
ବିଜେପିର ବିଜୟ ଶୋଭାଯାତ୍ରା ବେଳେ ମରଣାନ୍ତକ ଆକ୍ରମଣ

attack

Advertisment

ସୋର(ଓଡ଼ିଶା ରିପୋର୍ଟର): ବିଜୟ ଶୋଭାଯାତ୍ରା ବେଳେ ହେଲା ମରଣାନ୍ତକ ଆକ୍ରମଣ।  ଛୁରାମାଡ଼ର ଶିକାର ଦୁଇ ଗୁରୁତର ହେଲେ ୨ ବିଜେପି କର୍ମୀ। ଏପରି ଅଭାବନୀୟ ଘଟଣା ଗତକାଲି  ବାଲେଶ୍ୱର ଜିଲ୍ଲା ସୋରରେ ଘଟିଥିବା ବେଳେ ବିଜେଡି ବିଧାୟକଙ୍କ ଇସାରାରେ ଏପରି ହୋଇଥିବା ଅଭିଯୋଗ ହୋଇଛି।

Advertisment

ଚଳିତ ପୌର ନିର୍ବାଚନରେ ସୋରରେ ବିଜେପି ୧୯ରୁ ୧୨ କାଉନସିଲର ପଦ ହାତେଇଥିବା ବେଳେ ଚେୟାରମ୍ୟାନ ପଦ ହାସଲ କରିଛନ୍ତି  ମାଧବ ଧଡ଼ା । ଏହି ପରିପ୍ରେକ୍ଷୀରେ ଗତକାଲି ଶହ ଶହ  ବିଜେପି କର୍ମୀ ବିଜୟ ଉତ୍ସବ ପାଳନ କରି ରାଲିରେ ଯାଉଥିଲେ। ଏହାପରେ  ୩ ନଂ ୱାର୍ଡ ଷ୍ଟେଶନ ଛକରେ ଏକ ସଭା ମଧ୍ୟ ଆୟୋଜିତ ହୋଇଥିଲା। ସେଠାରେ ହଠାତ୍‌ ୨ ବିଜେପି କର୍ମୀ ତାଳନଗର ଗାଁର ପ୍ରଫୁଲ୍ଲ ଦାସ ଓ ଶରତ ଦାସଙ୍କୁ ଛୁରା ମାଡ଼ ହୋଇଥିଲା। ଏହି ଆକ୍ରମଣରେ ଉଭୟ ପ୍ରଫୁଲ୍ଲ ଓ ଶରତ ଗୁରୁତର ହୋଇଥିବା ବେଳେ ଆକ୍ରମଣକାରୀ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ।

ଗୁରୁତର ଦୁଇଜଣ ୪୪ ନମ୍ବର ବିଜେପି ମଣ୍ଡଳ ସଭାପତିଙ୍କ ଭାଇ ବୋଲି ଜଣାପଡ଼ିଛି l ସେମାନଙ୍କୁ ପ୍ରଥମେ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଉଭୟଙ୍କୁ ବାଲେଶ୍ୱର ମେଡିକାଲ ସ୍ଥାନାନ୍ତର କରାଯାଇଛି।  ଯୋଜନା ବଦ୍ଧ ଭାବେ ବିଜେଡି ବିଧାୟକଙ୍କ ଇସାରାରେ ଏହି ଆକ୍ରମଣ କରାଯାଇଥିବା ବିଜେପି ପକ୍ଷରୁ ଅଭିଯୋଗ ହୋଇଛି।

Advertisment

ଏହି ଘଟଣା ପ୍ରଚାରିତ ହେବା ପରେ ଉତ୍ତ୍ୟକ୍ତ ବିଜେପି କର୍ମୀ ସୋର ଥାନା ଘେରାଉ କରିଥିଲେ।  ଲିଖିତ ଅଭିଯୋଗ ହେଲେ ପୁଲିସ୍‌ ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରି ଦୃଢ କାର୍ଯ୍ୟାନୁଷ୍ଠାନ ନେବ ବୋଲି ସୋର ଏସଡିପିଓ ପ୍ରତିଶୃତି ଦେବା ପରେ ସ୍ଥିତି ଶାନ୍ତ ପଡ଼ିଥିଲା ।

ଏନେଇ ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ଇଶ୍ୱର ଚନ୍ଦ୍ର ବେହେରା କହିଛନ୍ତି , ପୌର ନିର୍ବାଚନରେ ବିପୁଳ ବିଜୟ ହାସଲ କରିଥିବା ବିଜେପି ବିଜୟ ଉତ୍ସବ ପାଳନ କରୁଥିଲା।  ୩ ନଂ ୱାର୍ଡ ଷ୍ଟେଶନ ଛକରେ ଏକ ସଭା ଆୟୋଜିତ ହୋଇଥିଲା। ବିଜେଡି ବିଧାୟକଙ୍କ ଇସାରାରେ କିଛି ଗୁଣ୍ଡା ଆମ କର୍ମୀଙ୍କୁ ଛୁରାରେ ଆକ୍ରମଣ କରିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe