Advertisment

ମର୍ଣ୍ଣିଂ ୱାକ ବେଳେ ବିଜେପି ନେତାଙ୍କୁ ହାଣିଲେ ଦୁର୍ବୃତ୍ତ

ଲୋକନାଥ ଆଜି ସକାଳେ ମର୍ଣ୍ଣିଂ ୱାକ କରିବାକୁ ଘରୁ ବାହାରି ଯାଇଥିଲେ। ଥାନା ନିକଟରେ ୨ ଅଜଣା ଯୁବକ ଲୋକନାଥଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲେ।

Bjp Leader

Bjp Leader

Advertisment

ବାଲେଶ୍ୱର ଜିଲ୍ଲା ସୋର ପୌରପାଳିକା ନଗର ଉପସଭାପତି ଲୋକନାଥ ରାଉତଙ୍କ ଉପରକୁ ଆଜି ସକାଳୁ ମରଣାନ୍ତକ ଆକ୍ରମଣ ହୋଇଛି l ଆଜି ସକାଳେ ସେ ଲୋକନାଥ ମର୍ଣ୍ଣିଂ ୱାକ କରି ଫେରୁଥିବା ବେଳେ ସୋର ଥାନା ନିକଟରେ ଏହି ଆକ୍ରମଣ ହୋଇଛି l

Advertisment

ଲୋକନାଥ ଆଜି ସକାଳେ ମର୍ଣ୍ଣିଂ ୱାକ କରିବାକୁ ଘରୁ ବାହାରି ଯାଇଥିଲେ। ମର୍ଣ୍ଣିଂ ୱାକ ସାରି ସେ ଏକୁଟିଆ ଘରକୁ ଫେରୁଥିଲେ। ଏହି ସମୟରେ ଥାନା ନିକଟରେ ୨ ଅଜଣା ଯୁବକ ପଛରୁ ଦ୍ରୁତ ଗତିରେ ଏକ ବାଇକ୍‌ରେ ଆସି ଲୋକନାଥଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲେ।

ଲୋକନାଥ ତଳେ ପଡ଼ିଯିବା ପରେ ଦୁର୍ବୃତ୍ତମାନେ ଫେରାର ହୋଇ ଯାଇଥିଲେ। ଲୋକନାଥଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ସୋର ମେଡିକାଲରେ ଭର୍ତ୍ତି କରିଛନ୍ତି। ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାଲେଶ୍ୱର ସ୍ଥାନାନ୍ତରୂ କରାଯାଇଛି। ଖବର ପାଇ ପୁଲିସ୍‌ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଆକ୍ରମଣକାରୀଙ୍କ ଟେର ପାଇପାରିନି।

Advertisment

ସୂଚନାଯୋଗ୍ୟ, ଲୋକନାଥ ପୂର୍ବରୁ କାଉନସିଲର ଥିବା ବେଳେ ଏବେ ତାଙ୍କର ପତ୍ନୀ ମଧ୍ୟ କାଉନସିଲର ଅଛନ୍ତି l ତେବେ ପୂର୍ବରୁ ଲୋକନାଥ ବିଜୁ ଜନତା ଦଳରେ ଥିବା ବେଳେ ଏବେ ବିଜେପିରେ ରହିଛନ୍ତି l ତେବେ କିଛି ରାଜନୈତିକ ଶତ୍ରୁତା ପାଇଁ ଏଭଳି ହୋଇଥିବା ଅନୁମାନ କରାଯାଉଛି l

Bjp Tension Situation
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe