Advertisment

ୱାର୍ଡ ମେମ୍ବରଙ୍କୁ ନିର୍ଧୂମ ଛେଚିଲେ ୭ ଯୁବକ, ଜାଳିଦେଲେ ବାଇକ୍‌

ୱାର୍ଡ ମେମ୍ବର ଦୀପକ ପାଣିଗ୍ରାହୀ ଗତ ରାତିରେ ଏକ ସମସ୍ୟାର ସମାଧାନ ପାଇଁ ଜଳଦା ପଞ୍ଚାୟତ ସମ୍ପେଇ ଗାଁକୁ ଯାଇଥିଲେ। ସେଠାରୁ ସେ ଘରକୁ ଫେରୁଥିଲେ l ତୁଟ ମୁନିପଦାଠାରେ ୭ରୁ ଊର୍ଦ୍ଧ୍ୱ ଯୁବକ ମୁହଁରେ ଲୁଗା ବାନ୍ଧି ପାଇପରେ ତାଙ୍କୁ ଆଖି ବୁଜା ପିଟିଥିଲେ।

author-image
Niharika Rout
Attack

Attack

ପୂର୍ବ ଶତ୍ରୁତାରୁ ୱାର୍ଡ ମେମ୍ବରଙ୍କୁ ନିର୍ଧୂମ ପିଟିଲେ ୭ ଯୁବକ । ପ୍ଲାଷ୍ଟିକ ଓ ଷ୍ଟିଲ ପାଇପ୍ ଧରି ଗୋଡ଼ାଇ ଗୋଡ଼ାଇ ପିଟିଲେ। ରାଗ ଶାନ୍ତ ନ ହେବାରୁ ତାଙ୍କ ବାଇକ୍‌ରେ ନିଆଁ ଲଗାଇ ଫେରାର ହୋଇଗଲେ। ଏପରି ଅଭାବନୀୟ ଘଟଣା ଗତ ରାତିରେ ବାଲେଶ୍ୱର ଜିଲ୍ଲା ଖଇରା ଥାନା ମୁନିପଦା ନିକଟରେ ଗତ ରାତିରେ ଘଟିଛି। ଯୁବକଙ୍କ ଆକ୍ରମଣରେ ଗୁରୁତର ହୋଇଥିବା ୱାର୍ଡ ମେମ୍ବରଜଣଙ୍କ ହେଲେ ଖଇରା ବ୍ଲକ ଡ଼ାଲଙ୍ଗ ଗାଁର ୬ନଂ ୱାର୍ଡର ୱାର୍ଡ ସଭ୍ୟ ଦୀପକ ପାଣିଗ୍ରାହୀ ।

Advertisment

ଦୀପକ ପାଣିଗ୍ରାହୀ ଗତ ରାତିରେ ଏକ ସମସ୍ୟାର ସମାଧାନ ପାଇଁ ଜଳଦା ପଞ୍ଚାୟତ ସମ୍ପେଇ ଗାଁକୁ ଯାଇଥିଲେ। ସେଠାରୁ ସେ ଘରକୁ ଫେରୁଥିଲେ l ତୁଟ ମୁନିପଦାଠାରେ ୭ରୁ ଊର୍ଦ୍ଧ୍ୱ ଯୁବକ ମୁହଁରେ ଲୁଗା ବାନ୍ଧି ପାଇପରେ ତାଙ୍କୁ ଆଖି ବୁଜା ପିଟିଥିଲେ।

ଜୀବନ ବିକଳରେ ଦୀପକ ଦୌଡ଼ି ଥିବାବେଳେ ଦୁର୍ବୃତ୍ତ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ। ଏହାପରେ ତାଙ୍କ ବାଇକ୍‌ରେ ନିଆଁ ଲଗାଇ ଫେରାର ହୋଇଯାଇଥିଲେ l ବାଇକ୍‌ରୁ ନିଆଁ ଲିଭା ଯାଇଥିବା ବେଳେ ତାହାର କିଛି ଅଂଶ ପୋଡ଼ି ଯାଇଛି।

Advertisment

ଦୀପକଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକମାନେ ଗୁରୁତର ଅବସ୍ଥାରେ ତାଙ୍କୁ ଖଇରା ମେଡିକାଲକୁ ଆଣିଥିଲେ l ଆକ୍ରମଣରେ ଦୀପକଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତବିକ୍ଷତ ହୋଇଯାଇଛି l

କିଛି ଦିନ ତଳେ କିଛି ଗଣ୍ଡଗୋଳକୁ ନେଇ ତୁଟ ଗାଁର କିଛି ଯୁବକଙ୍କ ସହିତ ଦୀପକଙ୍କର ମନାନ୍ତର ହୋଇଥିଲା l ସେହି ଘଟଣାକୁ ନେଇ ଦୀପକକୁ ଆକ୍ରମଣ ହୋଇଥିବା ନେଇ ସନ୍ଦେହ କରାଯାଉଛି l ଥାନାରେ ଅଭିଯୋଗ ପରେ ପୁଲିସ ତଦନ୍ତ ଆରମ୍ଭ କରିଛି l

ଏନେଇ ଆକ୍ରମଣର ଶିକାର ହୋଇଥିବା ୱାର୍ଡସଭ୍ୟ ଦୀପକ କହିଛନ୍ତି, ୭ ଆକ୍ରମଣକାରୀଙ୍କ ମଧ୍ୟରୁ ମୁଁ ୨ ଜଣଙ୍କୁ ଚିହ୍ନିଛି। ସେମାନେ ତୁଟ ଗାଁର । ଏକ ସାମାନ୍ୟ ବଚସାକୁ ନେଇ ସେମାନେ ମୋତେ ଆକ୍ରମଣ କରିଛନ୍ତି।

Balasore