Advertisment

ଭୟରେ ବାହାନଗା ହାଇସ୍କୁଲ ପିଲା, ପଢ଼ିବେ ଆଧ୍ୟାତ୍ମିକ ପାଠ

କାରଣ ବାହାନଗା ଷ୍ଟେସନ ନିକଟରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା ପରେ ସମସ୍ତ ମୃତଦେହ ପ୍ରଥମେ ବାହାନଗା ହାଇସ୍କୁଲକୁ ଅଣାଯାଇଥିଲା।

ଅଦ୍ୟତନ ହୋଇଛି
Bahanaga High School

Bahanaga High School

Advertisment

ଭୟରେ ବାଲେଶ୍ୱର ଜିଲ୍ଲା ବାହାନଗା ହାଇସ୍କୁଲ ପିଲା। କାରଣ ବାହାନଗା ଷ୍ଟେସନ ନିକଟରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା ପରେ ସମସ୍ତ ମୃତଦେହ ପ୍ରଥମେ ବାହାନଗା ହାଇସ୍କୁଲକୁ ଅଣାଯାଇଥିଲା। ପରେ ଏହି ମୃତଦେହକୁ ଚିହ୍ନଟ ନିମନ୍ତେ ବିଭିନ୍ନ ହସ୍ପିଟାଲକୁ ପଠାଯାଇଥିଲା। ମୃତଦେହଗୁଡ଼ିକ ସ୍କୁଲ ଘରେ ରଖାଯାଇଥିବାରୁ ଏଭଳି ଭୟର ବାତାବରଣ ଦେଖାଦେଇଛି। ତେଣୁ ପୂଜାପାଠ ପରେ ହାଇସ୍କୁଲ ଖୋଲିବାକୁ ପ୍ରସ୍ତୁତି ହୋଇଛି। ଏଥିସହ ପିଲାଙ୍କୁ ଆଧ୍ୟାତ୍ମିକ ଶିକ୍ଷା ଦେବାକୁ ନିଷ୍ପତ୍ତି ହୋଇଛି। ଆଜି ଏନେଇ ଜିଲ୍ଲା ଶିକ୍ଷାଧିକାରୀ ସ୍କୁଲରେ ପହଞ୍ଚି ସ୍କୁଲର ଶିକ୍ଷକ ଓ ଅଭିଭାବକଙ୍କ ସହ ଆଲୋଚନା କରିଛନ୍ତିା

Advertisment

ବାଲେଶ୍ୱର ଜିଲ୍ଲା ଶିକ୍ଷାଧିକାରୀ କହିଛନ୍ତି, ଏହି ସ୍କୁଲ ବହୁ ପୁରୁଣା ସ୍କୁଲ। ଏଠାରେ ପ୍ରାୟ ୬୫୦ ପିଲା ପାଠପଢ଼ନ୍ତି। ସ୍କୁଲରେ ମୃତଦେହଗୁଡ଼ିକ ରଖାଯାଇଥିବାରୁ ଏହାକୁ ଭଲ ଭାବେ ପରିଷ୍କାର କରିବା ପରେ ସ୍କୁଲ ଖୋଲାଯିବ। ଜୁନ୍ ୧୮ରେ ସ୍କୁଲ ଖୋଲୁଥିବାରୁ ଏହା ପୂର୍ବରୁ ସ୍କୁଲରେ ଛାତ୍ରଛାତ୍ରୀଙ୍କ ପାଇଁ ଉତ୍ତର ସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରାଯିବ। ପିଲାମାନଙ୍କୁ ଆଧ୍ୟାତ୍ମିକ ପାଠ ପଢ଼ାଯିବ।

ସ୍କୁଲ ପରିଚାଳନା କମିଟି ସଦସ୍ୟ କହିଛନ୍ତି, ଏହି ସ୍କୁଲର ୯ମ ଓ ୧୦ମ ଶ୍ରେଣୀର ଏନ୍‌ସିସି କ୍ୟାଡର ପିଲାମାନେ ବାହାନଗା ଟ୍ରେନ୍‌ ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟ କରିଥିଲେ। ଅନେକ ମୃତକଙ୍କୁ ଏଠାକୁ ଆଣିଥିଲେ। ତେଣୁ ସେମାନେ ଏଥିପାଇଁ ଭୟଭୀତ ନୁହଁନ୍ତି। ତଥାପି ସମସ୍ତଙ୍କୁ ସଚେତନ କରାଯିବ। ସ୍କୁଲର ବିଶୋଧନ କାମ ସରିଛି। ପୂଜାପାଠ ପରେ ସ୍କୁଲ ଖୋଲିବ। ଅଭିଭାବକଙ୍କ ମନରୁ ନକାରାତ୍ମକ ଚିନ୍ତା ଦୂର ପାଇଁ ସଚେତନ କରାଯିବ।

Advertisment
Balasore Students BalasoreTrainAccident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe