Advertisment

ପିଇବାକୁ ପାଣି ମାଗି ଘରେ ପଶି କଳାକନା ବୁଲାଇଲେ ୫ ଦୁର୍ବୃତ୍ତ

ଆଜି ବାଲେଶ୍ୱର ଜିଲ୍ଲା ଖଇରା ଥାନା ମିଟୁଆଣି ଗାଁରେ ଦିନ ଦ୍ୱିପ୍ରହରରେ ଏହି ଲୁଟ୍ ହୋଇଛି।

ଅଦ୍ୟତନ ହୋଇଛି
miscreants barge into this house

miscreants barge into this house

Advertisment

ପିଇବାକୁ ପାଣି ମାଗି ଘରେ ପଶି କଳାକନା ବୁଲାଇଲେ ୫ ଦୁର୍ବୃତ୍ତ। ଆଜି ବାଲେଶ୍ୱର ଜିଲ୍ଲା ଖଇରା ଥାନା ମିଟୁଆଣି ଗାଁରେ ଦିନ ଦ୍ୱିପ୍ରହରରେ ଏହି ଲୁଟ୍ ହୋଇଛି। ଲୁଟେରାମାନେ ଦାଣ୍ଡ ଦୁଆରେ ପହଞ୍ଚି ଘରେ ଉପସ୍ଥିତ ବୋହୂକୁ କୌଶଳ କରି ପାଣି ମାଗିଥିଲେ। ଘରେ କେଉଁମାନେ ଅଛନ୍ତି ନ ଅଛନ୍ତି ବୁଝିଥିଲେ। ବୋହୂ ପାଣି ପାଇଁ ଭିତରକୁ ଯାଇଥିବା ବେଳେ ପଛେପଛେ ଦୁର୍ବୃତ୍ତମାନେ ଘର ଭିତରକୁ ପଶି ଯାଇଥିଲେ। ବୋହୂକୁ ଆକ୍ରମଣ କରିବା ସହ ଘରେ ଥିବା ପ୍ରାୟ ୧ ଲକ୍ଷ ଟଙ୍କା ଓ ୧୦ ଭରି ସୁନା ଅଳଙ୍କାର ଲୁଟ୍ କରି ନେଇଥିବା ଅଭିଯୋଗ ହୋଇଛି।

Advertisment

ଏନେଇ ଖବର ପାଇବା ପରେ ଖଇରା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି। ସେପଟେ ଲୁଟେରାଙ୍କ ଆକ୍ରମଣରେ ବୋହୂ ଗୁରୁତର ହୋଇ ଖଇରା ମେଡିକାଲରେ ଭର୍ତ୍ତି ହୋଇଛି।

ମିଟୁଆଣି ଗାଁର ସୁଦର୍ଶନ ପାଣିଗ୍ରାହୀଙ୍କ ଘରେ ଏହି ଲୁଟ୍ ହୋଇଛି। ସେ ଆଜି ଖଇରା ବଜାରକୁ କୌଣସି କାମ ପାଇଁ ଯାଇଥିଲେ। ତାଙ୍କ ବୋହୂ ଘରେ ଏକୁଟିଆ ଥିଲେ। ଏହି ସମୟରେ ଦୁର୍ବୃତ୍ତମାନେ ଅଘଟଣ ଘଟାଇଛନ୍ତି।

Advertisment

ଦୁର୍ବୃତ୍ତମାନେ ବୋହୂକୁ ପ୍ରଥମେ ବାଡ଼ିରେ ଆକ୍ରମଣ କରିଥିଲେ। ପରେ ହାତ ଓ ଗୋଡ଼, ମୁହଁକୁ ଶାଢ଼ୀରେ ବାନ୍ଧି ଦେଇ ଭୁଜାଲିରେ ଆକ୍ରମଣ କରିଥିଲେ।

Loot House
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe