Advertisment

ହୋଟେଲ୍‌ରେ ଲାଗିଲା ନିଆଁ

ଆଜି ସନ୍ଧ୍ୟା ବେଳେ ନୂଆବଜାରରେ ଥିବା ହୋଟେଲ୍‌ରେ ନିଆଁ ଲାଗି ଯାଇଥିଲା। ପରେ ନିଆଁ ପାଖ ଦୋକାନକୁ ବ୍ୟାପି ଯାଇଥିଲା। ସେହି ନିଆଁ ସଂସ୍ପର୍ଶରେ ଆସି ଗ୍ୟାସ୍‌ ସିଲିଣ୍ଡର ଗୁଡ଼ିକ ବିସ୍ଫୋରଣ କରିଥିଲା।

author-image
Manoranjan Sial
ଅଦ୍ୟତନ ହୋଇଛି
Balasore

Balasore

ହୋଟେଲ୍‌ରେ ଲାଗିଗଲା ନିଆଁ। ଚାହୁଁ ଚାହୁଁ ନିଆଁ ଆଖପାଖ ଦୋକାନକୁ ବ୍ୟାପି ଯାଇଥିଲା। ହୋଟେଲ୍‌ ନିଆଁ ପାଖରେ ଥିବା ନର୍ସରୀରେ ଲାଗିବାରୁ ଗୋଟିଏ ଗାଈ ଓ ବାଛୁରୀର ଆହତ ହୋଇଛି। ଆଜି ସନ୍ଧ୍ୟା ବେଳେ ଏପରି ଘଟଣା ବାଲେଶ୍ୱର ଟାଉନ୍‌ରେ ଘଟିଛି।

Advertisment

ଆଜି ସନ୍ଧ୍ୟା ବେଳେ ନୂଆବଜାରରେ ଥିବା ହୋଟେଲ୍‌ରେ ନିଆଁ ଲାଗି ଯାଇଥିଲା। ପରେ ନିଆଁ ପାଖ ଦୋକାନକୁ ବ୍ୟାପି ଯାଇଥିଲା। ସେହି ନିଆଁ ସଂସ୍ପର୍ଶରେ ଆସି ଗ୍ୟାସ୍‌ ସିଲିଣ୍ଡର ଗୁଡ଼ିକ ବିସ୍ଫୋରଣ କରିଥିଲା। ସିଲିଣ୍ଡର ଶବ୍ଦ ଏତେ ଭୟଙ୍କର ଥିଲା ଯେ ହୋଟେଲ୍‌ ଆଖପାଖରେ ରହୁଥିବା ଲୋକେ ଭୟଭୀତ ହୋଇ ପଡ଼ିଥିଲେ। ଘରୁ ବାହାରି ଆସିଥିଲେ। ପରବର୍ତ୍ତୀ ସମୟରେ ନିଆଁ ହୋଟେଲ୍‌ ପାଖରେ ଥିବା ନର୍ସରୀକୁ ବ୍ୟାପି ଯାଇଥିଲା। ନର୍ସରୀରେ ଥିବା ଗୋଟିଏ ଗାଈ ଓ ଗୋଟିଏ ବାଛୁରୀ ଆହତ ହୋଇଥିବା ଜଣାପଡ଼ିଛି।

ନିଆଁ ଲାଗିଥିବା ନେଇ ଖବର ପାଇଁ ଅଗ୍ନିଶମ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚିଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ଅଗ୍ନିଶମ କର୍ମଚାରୀମାନେ ନିଆଁ ଆୟତ୍ତ କରିବାରେ ଲାଗି ପଡ଼ିଛନ୍ତି।

Advertisment
Balasore Fire Breakout