Advertisment

ପତ୍ନୀ ଉପରେ ଏସିଡ୍‌ ଫିଙ୍ଗି ବନ୍ଧା ହେଲା ଅଭିଯୁକ୍ତ ସ୍ୱାମୀ

ଏସିଡ୍‌ ମାଡ଼ ନେଇ ଅଭିଯୋଗ ହେବା ପରେ ପୁଲିସ୍‌ ମାମଲା ରୁଜୁ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ମାତ୍ର ମୁଖ୍ୟ ଅଭିଯୁକ୍ତ ଚନ୍ଦନକୁ ପାଉନଥିଲା ପୁଲିସ୍‌। ତାକୁ ଧରିବା ପାଇଁ ପୁଲିସ୍‌ ୫ଟି ଟିମ୍‌ ଗଠନ କରିଥିଲା। ୨ଟି ଟିମ୍‌ ରାଜ୍ୟ ଭିତରେ ବିଭିନ୍ନ ସ୍ଥାନରେ ଚଢ଼ଉ କରୁଥିବା ବେଳେ ଆଉ ୩ଟି ଟିମ୍‌ ରାଜ୍ୟ ବାହାରକୁ ଯାଇଥିଲା।

ଅଦ୍ୟତନ ହୋଇଛି
Chandan

Chandan

Advertisment

ପତ୍ନୀ ଉପରେ ଏସିଡ୍‌ ଫିଙ୍ଗି ବନ୍ଧା ହେଲା ସ୍ୱାମୀ। ୧୭ ଦିନ ପରେ ଅଭିଯୁକ୍ତକୁ ରାଜ୍ୟ ବାହାରୁ ଗିରଫ କରିଛି ବାଲେଶ୍ୱର ପୁଲିସ୍‌। ମୁଖ୍ୟ ଅଭିଯୁକ୍ତଙ୍କ ସହ ମୋଟ୍‌ ୮ ଜଣଙ୍କୁ ବାନ୍ଧିଛି ପୁଲିସ୍‌। ଏନେଇ ସୂଚନା ଦେଇଛନ୍ତି ବାଲେଶ୍ୱର ଏସ୍‌ପି ସାଗରିକା ନାଥ।

Advertisment

ଏସ୍‌ପିଙ୍କ କହିବା ଅନୁସାରେ ପତ୍ନୀ ବନିତା ସିଂଙ୍କୁ ହତ୍ୟା କରିବା ପାଇଁ ପ୍ରସ୍ତୁତ ହୋଇଯାଇଥିଲା ଚନ୍ଦନ କୁମାର ରଣା। ସାଥୀରେ ଏସିଡ୍‌, ପେଟ୍ରୋଲ ଓ ଦିଆସିଲ୍‌ ନେଇ ଯାଇଥିଲା। ଯୁକ୍ତିତର୍କ ଭିତରେ ଚନ୍ଦନ ଏସିଡ୍‌ ଫିଙ୍ଗି ଦେଇଥିଲା। ପରେ ସେଠାରୁ ଚମ୍ପଟ ମାରି ଜଳେଶ୍ୱର ପଳାଇ ଯାଇଥିଲା। ସେଠାରୁ ପଶ୍ଚିମବଙ୍ଗ ଚାଲି ଯାଇଥିଲା। ସେଠାରେ କିଛି ଦିନ ରହିବା ପରେ ଅନ୍ୟ ରାଜ୍ୟକୁ ପଳାଇ ଯାଇଥିଲା ବୋଲି ଏସ୍‌ପି ସାଗରିକା ନାଥ କହିଛନ୍ତି।

ଏସିଡ୍‌ ମାଡ଼ ନେଇ ଅଭିଯୋଗ ହେବା ପରେ ପୁଲିସ୍‌ ମାମଲା ରୁଜୁ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ମାତ୍ର ମୁଖ୍ୟ ଅଭିଯୁକ୍ତ ଚନ୍ଦନକୁ ପାଉନଥିଲା ପୁଲିସ୍‌। ତାକୁ ଧରିବା ପାଇଁ ପୁଲିସ୍‌ ୫ଟି ଟିମ୍‌ ଗଠନ କରିଥିଲା। ୨ଟି ଟିମ୍‌ ରାଜ୍ୟ ଭିତରେ ବିଭିନ୍ନ ସ୍ଥାନରେ ଚଢ଼ଉ କରୁଥିବା ବେଳେ ଆଉ ୩ଟି ଟିମ୍‌ ରାଜ୍ୟ ବାହାରକୁ ଯାଇଥିଲା। ଏଥିସହ ପଶ୍ଚିମବଙ୍ଗ, ମହାରାଷ୍ଟ୍ର ଓ ତାମିଲନାଡୁ ପୁଲିସ୍‌ର ସହଯୋଗ ନେଇଥିଲା ଓଡ଼ିଶା ପୁଲିସ୍‌। ଯାହା ଫଳରେ ଆଜି ମୁଖ୍ୟ ଅଭିଯୁକ୍ତ ଚନ୍ଦନକୁ ପୁଲିସ ଧରିବାରେ ସଫଳ ହୋଇଛି। ତେବେ ନିର୍ଦ୍ଦିଷ୍ଟ ଭାବେ କେଉଁ ସ୍ଥାନରୁ ଚନ୍ଦନ ଗିରଫ ହୋଇଛି, ପୁଲିସ ତାହା ସମ୍ପର୍କରେ ମୁହଁ ଖୋଲୁନାହିଁ। ପୁଲିସ ଏହି ମାମଲାରେ ୮ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Advertisment

ନୀଳଗିରି ନୟାପାଟଣା ଗାଁର ଚନ୍ଦନ କୁମାର ରଣା ପେଶାରେ ଜଣେ ସୁନାରୀ। ସେ ବାଲେଶ୍ୱର ସହଦେବଖୁଣ୍ଟା ଥାନା ଭୀମପୁର ଗାଁର କାର୍ତ୍ତିକ ସିଂଙ୍କ ସାନ ଝିଅ ବନିତାଙ୍କୁ ପ୍ରେମ ବିବାହ କରିଥିଲେ। ବାହାଘର ପରେ ବନିତା ଶାଶୂ ଘରକୁ ଚାଲି ଯାଇଥିଲେ। ଶାଶୂ ଘରେ ପହଞ୍ଚିବା ପରେ ପ୍ରେମିକରୁ ଜୀବନ ସାଥୀ ହୋଇଥିବା ଚନ୍ଦନର କଳା କାହାଣୀ ଜାଣିବାକୁ ପାଇଲେ ବନିତା। ଚନ୍ଦନ ପୂର୍ବରୁ ବିବାହିତ ଓ ତାଙ୍କର ପିଲାପିଲି ଅଛନ୍ତି ବୋଲି ଜାଣିବାକୁ ପାଇଲେ। ଏହା ପରେ ସେ ଶାଶୂ ଘର ଛାଡ଼ି ବଡ଼ ଭଉଣୀ ବର୍ଷା ରହୁଥିବା ଭୀମପୁର ସ୍ଥିତ ଭଡ଼ା ଘରକୁ ପଳାଇ ଆସି ଥିଲେ। ଭିଣୋଇ ରାଜ୍ୟ ବାହାରେ ଚାକିରି କରିଥିବାରୁ ବଡ଼ ଭଉଣୀ, ପୁତୁରା ଓ ଝିଆରୀଙ୍କ ସହି ରହୁଥିଲେ ବନିତା।

ଅନ୍ୟପକ୍ଷରେ ବନିତା ଘର ଛାଡ଼ି ପଳାଇ ଆସିଥିବାରୁ ବିବ୍ରତ ହୋଇପଡ଼ିଥିଲା ଚନ୍ଦନ। ପ୍ରତିଶୋଧ ପରାୟଣା ହୋଇପଡ଼ିଥିବା ଚନ୍ଦନ। ଗତ ୨୦ ତାରିଖରେ ନିଜ ବନ୍ଧୁଙ୍କ ସହ ମିଶି ବନିତା ରହୁଥିବା ଘରକୁ ଯାଇଥିଲା ଚନ୍ଦନ। କଥାବାର୍ତ୍ତା ଭିତରେ ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହା ପରେ ଚନ୍ଦନ ପାଖରେ ରଖିଥିବା ଏସିଡ୍‌କୁ ବନିତା ଓ ବର୍ଷାଙ୍କ ଉପରକୁ ଫିଙ୍ଗି ଦେଇଥିଲା। ଫିଙ୍ଗିବା ବେଳେ କିଛି ଏସିଡ୍‌ ଛିଟିକି ହୋଇ ବର୍ଷା ଛୋଟ ଛୋଟ ପିଲାଙ୍କ ଉପରେ ପଡ଼ିଥିଲା। ଏହା ପରେ ସମସ୍ତଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ବନିତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡ଼ିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା। ଏଠାରେ ଚିକିତ୍ସାଧୀନ ଅବସ୍ଥାରେ ବନିତାଙ୍କ ମୃତ୍ୟୁ ଘଟିଥିଲା।

Balasore Acid Attack Crime Story
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe