/odisha-reporter/media/post_attachments/uploads/2021/07/io0.jpg)
io0
ବାଲେଶ୍ୱର(ଓଡ଼ିଶା ରିପୋର୍ଟର):ଓଡିଶାରେ ପ୍ରାଗୈତିହାସିକ ସଭ୍ୟତାର ସନ୍ଧାନ । ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ ଦୁର୍ଗାଦେବୀ ଅଞ୍ଚଳରେ ପ୍ରାଚୀନ ସହର ସଭ୍ୟତାର ସନ୍ଧାନ ମିଳିଛି । ବୁଢାବଳଙ୍ଗ ଏବଂ ସୋନ୍ ନଦୀ ଅବବାହିକା ଅଞ୍ଚଳରେ ପ୍ରାଚୀନ ସହରୀ ସଭ୍ୟତାର ଆବିଷ୍କାର କରାଯାଇଛି । ଉତ୍କଳୀୟ ନୌବାଣିଜ୍ୟ ଓ ଦକ୍ଷିଣପୂର୍ବ ଏସୀୟ ଗବେଷଣା ପ୍ରତିଷ୍ଠାନ ପ୍ରତ୍ନତାତ୍ତ୍ୱିତିକ ସର୍ବେକ୍ଷଣ କରିବାବେଳେ ଏହାର ପ୍ରମାଣ ମିଳିଛି ।
Advertisment
ଆବିଷ୍କୃତ ସାମଗ୍ରୀ ପ୍ରାୟ ଅଢେଇ ହଜାର ବର୍ଷ ତଳର ବୋଲି ଜଣାପଡିଛି । ଉତ୍ଖନନରୁ ଏହି ସମୟର ପ୍ରାଚୀନ ମାଟିପାତ୍ର, ମାଟି ନିର୍ମିତ ଅଳଙ୍କାର,ଖେଳଣା ଆଦି ମିଳିଛି । ପରବର୍ତ୍ତୀ ଲୌହ ଯୁଗ ସମୟରେ ଏଠାରୁ ଲୁହା ସ୍ଲାଗ, ଭାଲା ଅଗ୍ରଭାଗ, କଣ୍ଟା ଇତ୍ୟାଦି ସହ କଳା ଓ ଲାଲ ରଙ୍ଗର ମାଟି ପାତ୍ର ମଧ୍ୟ ମିଳିଛି । ତେଣୁ ଖ୍ରୀଷ୍ଟପୂର୍ବ ୨ହଜାରରୁ ଖ୍ରୀଷ୍ଟ ପୂର୍ବ ୧୦୦ ପର୍ଯ୍ୟନ୍ତ ଏଠାରେ ଭିନ୍ନ ଭିନ୍ନ ସମୟରେ ମାନବ ସଭ୍ୟତାର ଅସ୍ତିତ୍ୱର ପ୍ରମାଣ ମିଳିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
