ବାଲେଶ୍ୱର: ପ୍ରାଚୀନ ସହର ସଭ୍ୟତାର ସନ୍ଧାନ

ବାଲେଶ୍ୱର(ଓଡ଼ିଶା ରିପୋର୍ଟର):ଓଡିଶାରେ ପ୍ରାଗୈତିହାସିକ ସଭ୍ୟତାର ସନ୍ଧାନ । ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ ଦୁର୍ଗାଦେବୀ ଅଞ୍ଚଳରେ ପ୍ରାଚୀନ ସହର ସଭ୍ୟତାର ସନ୍ଧାନ ମିଳିଛି । ବୁଢାବଳଙ୍ଗ ଏବଂ ସୋନ୍ ନଦୀ ଅବବାହିକା ଅଞ୍ଚଳରେ ପ୍ରାଚୀନ ସହରୀ ସଭ୍ୟତାର ଆବିଷ୍କାର କରାଯାଇଛି । ଉତ୍କଳୀୟ ନୌବାଣିଜ୍ୟ ଓ ଦକ୍ଷିଣପୂର୍ବ ଏସୀୟ ଗବେଷଣା ପ୍ରତିଷ୍ଠାନ ପ୍ରତ୍ନତାତ୍ତ୍ୱିତିକ ସର୍ବେକ୍ଷଣ କରିବାବେଳେ ଏହାର ପ୍ରମାଣ ମିଳିଛି । ଆବିଷ୍କୃତ ସାମଗ୍ରୀ ପ୍ରାୟ ଅଢେଇ ହଜାର ବର୍ଷ ତଳର ବୋଲି ଜଣାପଡିଛି । ଉତ୍‌ଖନନରୁ […]

io0

Tapas Behera
  • Published: Saturday, 03 July 2021
  • , Updated: 03 July 2021, 04:53 PM IST

ବାଲେଶ୍ୱର(ଓଡ଼ିଶା ରିପୋର୍ଟର):ଓଡିଶାରେ ପ୍ରାଗୈତିହାସିକ ସଭ୍ୟତାର ସନ୍ଧାନ । ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ ଦୁର୍ଗାଦେବୀ ଅଞ୍ଚଳରେ ପ୍ରାଚୀନ ସହର ସଭ୍ୟତାର ସନ୍ଧାନ ମିଳିଛି । ବୁଢାବଳଙ୍ଗ ଏବଂ ସୋନ୍ ନଦୀ ଅବବାହିକା ଅଞ୍ଚଳରେ ପ୍ରାଚୀନ ସହରୀ ସଭ୍ୟତାର ଆବିଷ୍କାର କରାଯାଇଛି । ଉତ୍କଳୀୟ ନୌବାଣିଜ୍ୟ ଓ ଦକ୍ଷିଣପୂର୍ବ ଏସୀୟ ଗବେଷଣା ପ୍ରତିଷ୍ଠାନ ପ୍ରତ୍ନତାତ୍ତ୍ୱିତିକ ସର୍ବେକ୍ଷଣ କରିବାବେଳେ ଏହାର ପ୍ରମାଣ ମିଳିଛି ।

ଆବିଷ୍କୃତ ସାମଗ୍ରୀ ପ୍ରାୟ ଅଢେଇ ହଜାର ବର୍ଷ ତଳର ବୋଲି ଜଣାପଡିଛି । ଉତ୍‌ଖନନରୁ ଏହି ସମୟର ପ୍ରାଚୀନ ମାଟିପାତ୍ର, ମାଟି ନିର୍ମିତ ଅଳଙ୍କାର,ଖେଳଣା ଆଦି ମିଳିଛି । ପରବର୍ତ୍ତୀ ଲୌହ ଯୁଗ ସମୟରେ ଏଠାରୁ ଲୁହା ସ୍ଲାଗ, ଭାଲା ଅଗ୍ରଭାଗ, କଣ୍ଟା ଇତ୍ୟାଦି ସହ କଳା ଓ ଲାଲ ରଙ୍ଗର ମାଟି ପାତ୍ର ମଧ୍ୟ ମିଳିଛି । ତେଣୁ ଖ୍ରୀଷ୍ଟପୂର୍ବ ୨ହଜାରରୁ ଖ୍ରୀଷ୍ଟ ପୂର୍ବ ୧୦୦ ପର୍ଯ୍ୟନ୍ତ  ଏଠାରେ ଭିନ୍ନ ଭିନ୍ନ ସମୟରେ ମାନବ ସଭ୍ୟତାର ଅସ୍ତିତ୍ୱର ପ୍ରମାଣ ମିଳିଛି।

Related story