Advertisment

ବାଲେଶ୍ୱର ଟ୍ରେନ୍ ଦୁର୍ଘଟଣା: ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ମୃତାହତ ବ୍ୟକ୍ତିଙ୍କ ପରିବାରକୁ ସେ ସମବେଦନା ଜଣାଇଛନ୍ତି।

ଅଦ୍ୟତନ ହୋଇଛି
train accident

train accident

Advertisment

ବାଲେଶ୍ୱର ବାହାନଗା ନିକଟରେ ଦୁଇ ଏକ୍ସପ୍ରେସ୍ ଟ୍ରେନ୍ କରମଣ୍ଡଳ ଏକ୍ସପ୍ରେସ ଓ ଯଶୱନ୍ତପୁର-ହାୱଡ଼ା ଏକ୍ସପ୍ରେସ ଭିତରେ ହୋଇଥିବା ଦୁର୍ଘଟଣାରେ ମୃତାହତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଶେଷ ଖବର ସୁଦ୍ଧା ଏହି ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୫୦ରେ ପହଞ୍ଚିଥିବା ବେଳେ ୩୫୦ ରୁ ଅଧିକ ଆହତଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ନିକଟ ଡାକ୍ତରଖାନାମାନଙ୍କରେ ଭର୍ତ୍ତି କରାଯାଇଛି।

Advertisment

ସେପଟେ ଏହି ଦୁର୍ଘଟଣା ପରେ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୃତାହତ ବ୍ୟକ୍ତିଙ୍କ ପରିବାରକୁ ସେ ସମବେଦନା ଜଣାଇଛନ୍ତି। ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ସେ କଥା ହୋଇଛନ୍ତି ଓ ଉଦ୍ଧାର କାର୍ଯ୍ୟରେ ସବୁ ପ୍ରକାର ସହାୟତା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ସେ ଟ୍ୱିଟ କରି ସୂଚନା ଦେଇଛନ୍ତି।

Advertisment

ସ୍ୱତନ୍ତ୍ର ରିଲିଫ୍‌ କମିଶନରଙ୍କ କଣ୍ଟ୍ରୋଲ ରୁମ୍‌ରେ ପହଞ୍ଚି ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦୁର୍ଘଟଣା ନେଇ ସେ ଦୁଃଖ ପ୍ରକାଶ କରିଛନ୍ତି। ଆସନ୍ତାକାଲି ସକାଳେ ଦୁର୍ଘଟଣା ସ୍ଥଳକୁ ଯିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସେପଟେ ଦୁର୍ଘଟଣାସ୍ଥଳରେ ସହାୟତା କରିବା ନିମନ୍ତେ ୬୫ ଆମ୍ବୁଲାନ୍ସ ମୁତାୟନ କରାଯାଇଛି। ଆଉ ୩୫ଟି ଆମ୍ବୁଲାନ୍ସ ଦୁର୍ଘଟଣାସ୍ଥଳରେ ପହଞ୍ଚିବାକୁ ଚେଷ୍ଟା କରୁଛି। ଏହାଛଡ଼ା ୩୦ଟି ବସ୍ ମଧ୍ୟ ଉଦ୍ଧାର କାମରେ ଲାଗିଛି। ୩ ଏନ୍‌ଡିଆରଏଫ୍ ଟିମ୍, ୪ ଓଡ୍ରାଫ୍ ଟିମ୍, ୨୦ ଅଗ୍ନିଶମ ବାହିନୀ ଟିମ୍ ଉଦ୍ଧାର କାମରେ ଲାଗିଥିବା ଏସ୍‌ଆରସି ସୂଚନା ଦେଇଛନ୍ତି।

ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦୁର୍ଘଟଣା ନେଇ ଦୁଃଖ ପ୍ରକାଶ କରିବା ସହ ଆହତଙ୍କୁ ଉଦ୍ଧାର ଓ ଡାକ୍ତରୀ ଚିକିତ୍ସା ଦେବା ନିମନ୍ତେ ପଦକ୍ଷେପ ନିଆଯାଉଥିବା ସୂଚନା ଦେଇଛନ୍ତି। ଭୁବନେଶ୍ୱର ଓ କୋଲକାତାରୁ ଏନ୍‌ଡିଆରଏଫ୍‌ ସହ ଏୟାରଫୋର୍ସ ମୁତାୟନ ହୋଇଥିବା ସେ ସୂଚନା ଦେଇଛନ୍ତି।

ସେହିପରି ଦୁର୍ଘଟଣା ନେଇ ଦୁଃଖପ୍ରକାଶ କରିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ମୃତାହତ ବ୍ୟକ୍ତିଙ୍କ ପରିବାରକୁ ସେ ସମବେଦନା ଜଣାଇଛନ୍ତି। NDRF ଟିମ୍‌ ଦୁର୍ଘଟଣା ସ୍ଥଳରେ ପହଞ୍ଚି ସାରିଥିବା ବେଳେ ଅନ୍ୟ ଉଦ୍ଧାରକାରୀ ଦଳ ମଧ୍ୟ ଦୁର୍ଘଟଣା ସ୍ଥଳ ଯାଉଛି ବୋଲି ସେ କହିଛନ୍ତି।

Balasore Train Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe