Advertisment

ବାଲେଶ୍ୱର ଟ୍ରେନ୍ ଦୁର୍ଘଟଣା: ଆସନ୍ତାକାଲିକୁ ପୂରୁଛି ୧୦ ଦିନ, ଦଶାହ ସହ ଭଜନ କୀର୍ତ୍ତନ କରିବେ ଅଞ୍ଚଳବାସୀ

କାଲି ଦୁର୍ଘଟଣାକୁ ୧୦ ଦିନ ପୂରୁଥିବାରୁ ଦିବଂଗତ ଯାତ୍ରୀ ଓ ଆହତଙ୍କ ଉଦ୍ଦେଶ୍ୟରେ ସର୍ବଧର୍ମ ପ୍ରାର୍ଥନା ସଭା ସହ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ରଖିଛନ୍ତି ଅଞ୍ଚଳବାସୀ।

ଅଦ୍ୟତନ ହୋଇଛି
Press meet

Press meet

Advertisment

ସାରା ବିଶ୍ୱକୁ ଦୋହଲାଇ ଦେଇଥିବା ବାଲେଶ୍ୱର ବାହାନଗା ରେଳ ଦୁର୍ଘଟଣାର କାରଣ କ’ଣ ? ଯାନ୍ତ୍ରିକ ତ୍ରୁଟି ନା ମନୁଷ୍ୟ କୃତ ? ଶତାବ୍ଦୀର ଭୟଙ୍କର ଟ୍ରେନ୍ ଟ୍ରାଜେଡି ପଛରେ ଯେଉଁ ଷଡ଼ଯନ୍ତ୍ର ଆଶଙ୍କା କରାଯାଉଛି, ତା ପଛରେ ଅଛନ୍ତି କି କେଉଁ କାର୍ପଟଦାର ? ଗ୍ରୀନ୍ ସିଗ୍ନାଲ ଦେଇ ମାଲଗାଡ଼ି ଛିଡ଼ା ହୋଇଥିବା ଲୁପ୍ ଲାଇନରେ କାହିଁକି କରମଣ୍ଡଳର ଦିଶା ବଦଳା ଯାଇଥିଲା ? ଆଜିକୁ ୮ ଦିନ ବିତିଲା, ତଦନ୍ତ ଭାର ହାତକୁ ନେଇ କଡ଼ିକୁ କଡ଼ି ଯୋଡୁଛି ସିବିଆଇ। ବାହାନଗା ରେଳ ଦୁର୍ଘଟଣା ପଛର ଖୋଜା ଚାଲିଛି କାରଣ। ସିବିଆଇର ୩ଟି ଟିମ୍ କଡ଼ିକୁ କଡ଼ି ଯୋଡ଼ି ତଥ୍ୟ ପ୍ରମାଣ ଯୋଗାଡ଼ କରୁଛି। ଆଜିକୁ ୮ଦିନ ହେଲା, ଆସିଷ୍ଟାଣ୍ଟ ଷ୍ଟେସନ ମାଷ୍ଟରଙ୍କ ସମେତ କିଛି କର୍ମଚାରୀଙ୍କୁ ସ୍କାନରରେ ରଖି ପଚରାଉଚରା କରୁଛି ସିବିଆଇ। ଲଗବୁକ୍, ରିଲେ ପାନେଲ ସହ ସିଗ୍ନାଲିଂ ସିଷ୍ଟମର ଉପକରଣକୁ ସିବିଆଇ ସିଲ୍ କରି ରଖିଥିବାରୁ ବାହାନଗାରେ ବାତିଲ କରିଦିଆଯାଇଛି ଟ୍ରେନ ଷ୍ଟପେଜ୍। ଅପରପକ୍ଷେ କାଲି ଦୁର୍ଘଟଣାକୁ ୧୦ ଦିନ ପୂରୁଥିବାରୁ ଦିବଂଗତ ଯାତ୍ରୀ ଓ ଆହତଙ୍କ ଉଦ୍ଦେଶ୍ୟରେ ସର୍ବଧର୍ମ ପ୍ରାର୍ଥନା ସଭା ସହ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ରଖିଛନ୍ତି ଅଞ୍ଚଳବାସୀ।

Advertisment

ବାହାନଗା ଷ୍ଟେସନର ଆସିଷ୍ଟାଣ୍ଟ ଷ୍ଟେସନ ମାଷ୍ଟର ଶଶିଭୂଷଣ ମହାନ୍ତିଙ୍କ ସମେତ ରେଲୱେର ଏକାଧିକ କର୍ମଚାରୀଙ୍କୁ ସ୍କାନରରେ ରଖିବା ସହ ସେମାନଙ୍କ ମୋବାଇଲକୁ ସିଜ୍ କରି ପଚରାଉଚରା କରୁଛି ସିବିଆଇ। କେବଳ ଏତିକି ନୁହେଁ, ବାହାନଗା ଷ୍ଟେସନର ଲଗବୁକ୍, ରିଲେ ପାନେଲ ସହ ସିଗ୍ନାଲିଂ ସିଷ୍ଟମର ଉପକରଣକୁ ସିବିଆଇ ସିଲ୍ କରି ରଖିଛି। ସିବିଆଇର ୩ଟି ଟିମ୍ ମଧ୍ୟରୁ ଗୋଟିଏ ଟିମ୍ ବାହାନଗା ଷ୍ଟେସନର ଉତ୍ତର ଏବଂ ଦକ୍ଷିଣ କ୍ୟାବିନରେ ଖୋଳତାଡ଼ କରୁଥିବାବେଳେ ଅନ୍ୟ ୨ଟି ଟିମ୍ ଖୋର୍ଦ୍ଧା ଏବଂ ଭୁବନେଶ୍ୱରରେ ତଥ୍ୟ ସଂଗ୍ରହ କରୁଛନ୍ତି। କରମଣ୍ଡଳର ଲୋକୋ ପାଇଲଟ୍ ଗୁଣନିଧି ମହାନ୍ତି ଏବଂ ଆସିଷ୍ଟାଣ୍ଟ ପାଇଲଟ ହଜାରି ବେହେରା ଦୁର୍ଘଟଣାର ପ୍ରତ୍ୟକ୍ଷଦର୍ଶୀ ତଥା ପ୍ରଥମ ସାକ୍ଷୀ। ତେଣୁ ଉଭୟଙ୍କ ସଂପର୍କରେ ତଥ୍ୟ ସଂଗ୍ରହ କରିବା ସହ ସୁସ୍ଥ ହେଲା ପରେ ସିବିଆଇ ପୁଣି ପଚରାଉଚରା କରିବ ବୋଲି ସୂଚନା ମିଳିଛି।

ଏସବୁ ତଦନ୍ତ ଜାରି ରହିଥିବାରୁ ପରବର୍ତ୍ତୀ ନୋଟିସ ପର୍ଯ୍ୟନ୍ତ କୌଣସି ଟ୍ରେନ୍ ବାହାନଗା ବଜାର ଷ୍ଟେସନରେ ରହିବନି। ଏପରିକି ପାସେଞ୍ଜର, ମେମୁ କିମ୍ବା କୌଣସି ମାଲବାହୀ ଟ୍ରେନ୍ ବି ଏହି ଷ୍ଟେସନରେ ଅଟକିବନି ବୋଲି ରେଳ ବିଭାଗ ସୂଚନା ଦେଇଛି।

Advertisment

ଏସବୁ ଭିତରେ ରେଳ ଇତିହାସର ରକ୍ତରଞ୍ଜିତ ଅଧ୍ୟାୟରେ ଯୋଡ଼ି ହୋଇଯାଇଥିବା ଭୟଙ୍କର ଦୁର୍ଘଟଣାକୁ ଆଜି ପୂରିଛି ୯ ଦିନ। ଅର୍ଥାତ ରାତି ପାହିଲେ ଦଶ। ପିଲାଠୁ ବୟସ୍କ, ମହିଳାଙ୍କଠୁ ପୁରୁଷ। ଜୀବନର ଅନ୍ତିମ ଯାତ୍ରାର ଗନ୍ତବ୍ୟ ସ୍ଥଳୀ ଥିଲା ବାହାନଗା ମାଟି। ସେଦିନର ଲୁହ, ଲହୁ ଆଉ ଯନ୍ତ୍ରଣାର ଆର୍ତ୍ତ ଚିତ୍କାର ଶୁଣିଥିବା ବାହାନଗାର ବୀର ମାନେ ଆଜି ବି ସ୍ତବ୍ଧ। ତଥାପି ମଣିଷ ପଣିଆର କର୍ତ୍ତବ୍ୟ ତୁଳାଇବା ପାଇଁ ଆଗେଇ ଆସିଛନ୍ତି। ଦିବଙ୍ଗତମାନଙ୍କ ଆତ୍ମାର ଶାନ୍ତି, ସଦଗତି, ତୃପ୍ତି ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା ପାଇଁ ବାହାନଗାରେ ଆୟୋଜନ କରିବାକୁ ଯାଉଛନ୍ତି ୩ ଦିନିଆ ସର୍ବଧର୍ମ ପ୍ରାର୍ଥନା ସଭା ସହ ସମୂହ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ।

pray for the deadଟ୍ରେନ୍‌ ଦୁର୍ଘଟଣାରେ ମୃତକଙ୍କ ନିମନ୍ତେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମ ବିବରଣୀ

କାଲି ମୁଣ୍ଡନ ସହ ଦଶାହ କର୍ମ ଥିବାବେଳେ ତା’ପରଦିନ ବିଶ୍ୱଶାନ୍ତି ମହାଯଜ୍ଞ, ଅଷ୍ଟପ୍ରହର ନାମ ସଂକୀର୍ତ୍ତନ, ଅଖଣ୍ଡ ଗାୟତ୍ରୀମନ୍ତ୍ରୀ ଜପ ଏବଂ ଦ୍ୱାଦଶାହ ଦିନ ରିତମ୍ଭରା ଅନ୍ତର୍ଜାତୀୟ ସଂଘ ତରଫରୁ ୫ ହଜାର ୮ ଦୀପଦାନ କରାଯିବ। ପରେ ଅମୃତଧାରା ସତସଙ୍ଗ ସମାରୋହ କରାଯିବ। ବାହାନଗା, ସୋର ଅଞ୍ଚଳବାସୀ ଏବଂ ବାଲେଶ୍ୱର ସାମାଜିକ ସଂଗଠନର କର୍ମକର୍ତ୍ତା ମିଳିତ ଭାବେ ଆୟୋଜନ କରୁଛନ୍ତି ଏହି କାର୍ଯ୍ୟକ୍ରମ। ଏଥିପାଇଁ ଚାଲିଛି ପ୍ରସ୍ତୁତି ପର୍ବ। ଏନେଇ ସୂଚନା ଦେଇଛନ୍ତି କାର୍ଯ୍ୟକ୍ରମର ଆୟୋଜକ ଶରତ ରାଜ।

Balasore Train Accident BalasoreTrainAccident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe