Advertisment

୩ ଟ୍ରେନ୍‌କୁ ପିଟିଛି କରମଣ୍ଡଳ! ୭୦ ମୃତ, ୩୫୦ରୁ ଅଧିକ ଗୁରୁତର

ବାହାନଗା ଷ୍ଟେଶନ ନିକଟ ଦେଇ ହାୱଡାରୁ ଚେନ୍ନାଇ ଆସୁଥିବା କରମଣ୍ଡଳ ଏକ୍ସପ୍ରେସ୍ ପାସ୍‌ କରୁଥିବା ବେଳେ କୌଣସି କାରଣରୁ ଏହା ଲାଇନ୍‌ ଚ୍ୟୁତ୍‌ ହୋଇ ପାଖରେ ଅନ୍ୟ ଲାଇନ୍‌ରେ ଠିଆ ହୋଇଥିବା ଦୁଇଟି ମାଲଗାଡ଼ି ସହ ଧକ୍କା ହୋଇଥିଲା।

author-image
Niranjan Mishra
ଅଦ୍ୟତନ ହୋଇଛି
Train accident

Train accident

ବାଲେଶ୍ୱର ବାହାନଗା ନିକଟରେ ଘଟିଥିବା ଭୟଙ୍କର ଟ୍ରେନ୍‌ ଦୁର୍ଘଟଣାରେ ମୃତ୍ୟୁ ୭୦ରେ ପହଞ୍ଚିଥିବା ବେଳେ ଆହତଙ୍କ ସଂଖ୍ୟା ୩୫୦ ଶହରୁ ଅଧିକ ହୋଇଛନ୍ତି। ଆହତଙ୍କୁ ବାଲେଶ୍ୱର ଭଦ୍ରକର ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏବେବି ଉଦ୍ଧାର କାର୍ଯ୍ୟ ଚାଲିଥିବାରୁ ମୃତାହତଙ୍କ ସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି। ତେବେ ସରକାରୀ ଭାବେ ମୃତାହତ ସଂଖ୍ୟା ଘୋଷଣା କରାଯାଇନାହିଁ। ଦୁର୍ଘଟଣାସ୍ଥଳରେ ବହୁସଂଖ୍ୟାରେ ମୃତଦେହ ପଡ଼ିଥିବା ବେଳେ ଡାକ୍ତରଖାନା ମାନଙ୍କରେ ବହୁ ଗୁରୁତର ପ୍ରାଣ ହରାଇଛନ୍ତି। ସେଠାରେ ମୃତଦେହଗୁଡ଼ିକ ପଡ଼ିଥିବା ଦେଖିବାକୁ ମିଳିଛି। ସ୍ୱେଚ୍ଛାସେବୀ, ସ୍ଥାନୀୟ ଲୋକଙ୍କ ସହ ପ୍ରଶାସନିକ ବିଭିନ୍ନ ଟିମ୍ ଉଦ୍ଧାର କାମରେ ନିୟୋଜିତ ଅଛନ୍ତି।

Advertisment

ବାହାନଗା ଷ୍ଟେଶନ ନିକଟ ଦେଇ ହାୱଡାରୁ ଚେନ୍ନାଇ ଆସୁଥିବା କରମଣ୍ଡଳ ଏକ୍ସପ୍ରେସ୍ ପାସ୍‌ କରୁଥିବା ବେଳେ କୌଣସି କାରଣରୁ ଏହା ଲାଇନ୍‌ ଚ୍ୟୁତ୍‌ ହୋଇ ପାଖରେ ଅନ୍ୟ ଲାଇନ୍‌ରେ ଠିଆ ହୋଇଥିବା ଦୁଇଟି ମାଲଗାଡ଼ି ସହ ଧକ୍କା ହୋଇଥିଲା। ଠିକ୍‌ ଏହି ସମୟରେ ଅନ୍ୟ ଏକ ଲାଇନ୍‌ ଦେଇ ଯଶବନ୍ତପୁର-ହାୱାଡ଼ା ସୁପରଫାଷ୍ଟ ଏକ୍ସପ୍ରେସ୍‌ର ଦୃତଗତିରେ ପାସ୍ କରୁଥିଲା। ଏହି ଟ୍ରେନ୍‌ ଲାଇନ୍‌ ଉପରେ ଦୁର୍ଘଟଣାଗ୍ରସ୍ତ କରମଣ୍ଡଳ ଏକ୍ସପ୍ରେସ୍‌ର ବଗି ପଡ଼ିବାରୁ ଯଶବନ୍ତପୁର-ହାୱାଡା ସୁପରଫାଷ୍ଟ ଏକ୍ସପ୍ରେସ୍ ମଧ୍ୟ ଦୁର୍ଘଟଣାର ଶିକାର ହୋଇଥିଲା। ଦୁଇଟି ଏକ୍ସପ୍ରେସ୍‌ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ ହେବାରୁ ଏଥିରେ ଯାଉଥିବା ଶତାଧିକ ଯାତ୍ରୀ ମୃତାହତ ହୋଇଛନ୍ତି। ସନ୍ଧ୍ୟା ପ୍ରାୟ ୭ଟା ୧୫ରେ ଏହି ଦୁର୍ଘଟଣା ଘଟିଥିଲା।

Balasore Train Accident