Advertisment

ବାଲେଶ୍ୱର ଟ୍ରେନ୍ ଟ୍ରାଜେଡି: ସୋର ସେକ୍ସନର ସିଗନାଲ ଜେଇଙ୍କୁ ଧରି ପଚରାଉପରା କରୁଛି ସିବିଆଇ

ଆମୀରଙ୍କୁ ତାଙ୍କ କରମପୁର ସ୍ଥିତ ବାସଭବନକୁ ନେଇ କାଗଜପତ୍ର ଯାଞ୍ଚ କରୁଛି ସିବିଆଇ।

JE Amir Khan

JE Amir Khan

Advertisment

ବାଲେଶ୍ୱର ଜିଲ୍ଲା ବାହାନଗା ଟ୍ରେନ୍ ଟ୍ରାଜେଡିର ଖୋଲତାଡ଼ ଜୋରଦାର କରିଛି CBI। ଆଜି ସୋର ସେକ୍ସନର ସିଗନାଲ JE ଅମୀର ଖାନଙ୍କୁ ନେଇ ପଚରାଉଚରା ଓ ଛାନଭିନ୍ କରୁଛି CBI। ଆମୀରଙ୍କୁ ତାଙ୍କ କରମପୁର ସ୍ଥିତ ବାସଭବନକୁ ନେଇ କାଗଜପତ୍ର ଯାଞ୍ଚ କରୁଛି ସିବିଆଇ। ଅମୀରଙ୍କ ଘର ପଶ୍ଚିମବଙ୍ଗ ହୁଗୁଳି ଜିଲ୍ଲା ଡଙ୍କଣୀ ଅଞ୍ଚଳରେ ବୋଲି ଜଣାପଡିଛି । ଦୁର୍ଘଟଣା ପରଠୁ ଅମୀରଙ୍କ ଦେଖାନଥିବା ବେଳେ, ସିଗନାଲ JEଙ୍କ ଭଡ଼ାଘରକୁ ସିଲ୍ କରିଥିଲା CBI ।

Advertisment

ସେପଟେ ବାହାନଗା ଷ୍ଟେସନ ମାଷ୍ଟରଙ୍କ ସୋର ବ୍ଲକ୍ ତେଣ୍ଟେଇ ସ୍ଥିତ ଘରେ ମଧ୍ୟ ତନାଘନା କରିଛି CBI ଟିମ୍। ଜୁନ ୨ ତାରିଖରେ ବାହାନଗା ବଜାର ଷ୍ଟେସନ ନିକଟରେ କରମଣ୍ଡଳ ଏକ୍ସପ୍ରେସ୍ ପ୍ରଥମେ ଏକ ମାଲଗାଡ଼ିକୁ ଧକ୍କା ଦେଇ ଲାଇନଚ୍ୟୁତ ହୋଇଥିଲା। ଟ୍ରାକରୁ ଖସି ଥିବା ବଗିଗୁଡ଼ିକ ଆର ଟ୍ରାକରେ ଆସୁଥିବା ଯଶୱନ୍ତପୁର-ହାୱଡ଼ା ଟ୍ରେନକୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ୨୯୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ହଜାରେ ଲୋକ ଆହତ ହୋଇଥିଲେ।

Balasore Train Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe