/odisha-reporter/media/post_attachments/uploadimage/library/16_9/16_9_0/IMAGE_1687186221.jpg)
Balasore Train Tragedy
ବାଲେଶ୍ୱର ଜିଲ୍ଲା ବାହାନଗା ଟ୍ରେନ୍ ଟ୍ରାଜେଡି ଘଟଣାରେ ଆଜି ସନ୍ଧ୍ୟାରେ ବାହାନଗା ଷ୍ଟେସନ୍ ମାଷ୍ଟର ଏସ୍ପି ମହାନ୍ତିଙ୍କ ଘରେ ସିବିଆଇ ଟିମ୍ ଚଢ଼ାଉ କରିଛି। ସୋର ବ୍ଲକ୍ ତେଣ୍ଟେଇ ସ୍ଥିତ ବାହାନଗା ଷ୍ଟେସନ୍ ମାଷ୍ଟରଙ୍କ ଘରେ ପହଞ୍ଚି ସିବିଆଇ ଟିମ୍ ପଚରାଉଚରା ଆରମ୍ଭ କରିଛି।
Advertisment
ଏହା ପୂର୍ବରୁ ଆଜି ଅପରାହ୍ନରେ ସୋର ସେକ୍ସନ ସିଗ୍ନାଲ ଜେଇଙ୍କ ସୋର ସ୍ଥିତି ଭଡ଼ାଘର ସିଲ୍ କରିଛି ସିବିଆଇ। ସିବିଆଇର ଅଚାନକ ଚଢ଼ାଉକୁ ନେଇ ଅଲୋଚନା ଜୋର ଧରିଥିବା ବେଳେ ଏନେଇ ରେଲୱେ ପକ୍ଷରୁ କିନ୍ତୁ କୌଣସି ସ୍ପଷ୍ଟିକରଣ ରଖାଯାଇନି।
ସୂଚନା ଥାଉକି, ବାହାନଗା ଟ୍ରେନ୍ ଦୁର୍ଘଟଣାରେ ୨୯୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୧୨ଶହ ଯାତ୍ରୀ ଆହତ ହୋଇଥିଲେ। ଦୁର୍ଘଟଣାର ତଦନ୍ତ ସିବିଆଇ ଓ ରେଲୱେ ସୁରକ୍ଷା ବୋର୍ଡ କରୁଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
