Advertisment

ବାଲେଶ୍ୱର ଟ୍ରେନ୍ ଟ୍ରାଜେଡି: ରେଲୱେ ସୋର ସେକ୍ସନ ସିଗ୍‌ନାଲ ଜେଇଙ୍କ ଘର ସିଲ୍

କିଛି ଦିନ ହେଲା ସିଗ୍‌ନାଲ ଜେଇ ଅନୁପସ୍ଥିତ ଥିବା ବେଳେ ପୁଲିସ ଘରକୁ ଜଗି ବସିଛି।

ଅଦ୍ୟତନ ହୋଇଛି
Railway Sora Section JE home Sealed

Railway Sora Section JE home Sealed

Advertisment

ବାଲେଶ୍ୱର ଜିଲ୍ଲା ବାହାନଗା ଟ୍ରେନ୍ ଟ୍ରାଜେଡି ଘଟଣାରେ ରେଲୱେ ସୋର ସେକ୍ସନ ସିଗ୍‌ନାଲ ଜେଇ ଅମିର ଖାନ୍‌ଙ୍କ ଭଡ଼ା ଘର ସିଲ୍ କରାଯାଇଛି। ସୋରଠାରେ ଜେଇଙ୍କ ଏହି ଭଡ଼ା ଘର ରହିଛି। ଜିଆରପି ପୁଲିସ ଉପସ୍ଥିତିରେ ଘରକୁ ସିବିଆଇ ପକ୍ଷରୁ ସିଲ୍‌ କରାଯାଇଛି। ଦୁର୍ଘଟଣା ପରେ  କିଛି ଦିନ ହେଲା ସିଗ୍‌ନାଲ ଜେଇ ଓ ତାଙ୍କ ପରିବାର ଘରେ ଅନୁପସ୍ଥିତ ଥିଲେ। ଏବେ ଜିଆରପି ପୁଲିସ ଘରକୁ ଜଗି ବସିଛି।

Advertisment

ପ୍ରାଥମିକ ତଦନ୍ତ କରି ସିବିଆଇ ଟିମ୍‌ ଗତ ୧୬ ତାରିଖରେ ବାହାନଗାରୁ ଚାଲି ଯାଇଥିବା ବେଳେ ପୁଣି ଆଜି ଫେରିଛନ୍ତି। ପୂର୍ବରୁ ସିଗ୍‌ନାଲ ଜେଇଙ୍କୁ ସିବିଆଇ ପଚରାଉଚରା କରିଥିଲା। ଷ୍ଟେସନମାଷ୍ଟର ଏସ୍‌ପି ମହାନ୍ତିଙ୍କୁ ମଧ୍ୟ ପଚରାଉଚରା କରାଯାଇଥିଲା। ହେଲେ ଘରେ ସିଗ୍‌ନାଲ ଜେଇ ନ ଥିବା ବେଳେ ସିବିଆଇ’ର ଦୁଇ ଜଣିଆ ଟିମ୍‌ ଜିଆରପି ପୁଲିସ ଉପସ୍ଥିତିରେ ତାଙ୍କ ଭଡ଼ା ଘରକୁ ସିଲ୍‌ କରିବା ଅଲୋଚନାର ବିଷୟ ହୋଇଛି। ସିଗ୍‌ନାଲ ଜେଇ ଏବେ କେଉଁଠି ଅଛନ୍ତି ସେନେଇ ମଧ୍ୟ ଜଣାପଡ଼ିନି। ଏବାବଦରେ ରେଲୱେ ପକ୍ଷରୁ ମଧ୍ୟ କିଛି ବି ସ୍ପଷ୍ଟ ଭାବେ କୁହାଯାଇନାହିଁ।

ସୂଚନା ଥାଉକି, ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ୨୯୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୧୨ଶହ ଯାତ୍ରୀ ଆହତ ହୋଇଥିଲେ। ଦୁର୍ଘଟଣାର ତଦନ୍ତ ସିବିଆଇ ଓ ରେଲୱେ ସୁରକ୍ଷା ବୋର୍ଡ କରୁଛି। ହେଲେ ଏପର୍ଯ୍ୟନ୍ତ ଏହି ଘଟଣାରେ କିଏ ଦୋଷୀ ତାହା ସ୍ପଷ୍ଟ କରାଯାଇନି। ବାହାନାଗା ବଜାର ରେଳ ଷ୍ଟେଶନ ନିକଟରେ ଶାଲିମାର-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ ଓ ବେଙ୍ଗାଲୁରୁ-ହାୱାଡା ସୁପରଫାଷ୍ଟ ଏକ୍ସପ୍ରେସ ଦୁର୍ଘଟଣାର ଶିକାର ହୋଇଥିଲା। ଏହି ଘଟଣାକୁ ୧୮ଦିନ ପୂରିଛି।

Advertisment
Balasore Train Accident BalasoreTrainAccident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe