Advertisment

ବାଲେଶ୍ୱର ଟ୍ରେନ ଟ୍ରାଜେଡି: ଦୁଇଦିନ ପରେ ଦୁର୍ଘଟଣାସ୍ଥଳରୁ ମିଳିଲେ ଅଚେତ ହୋଇ ପଡ଼ିଥିବା ଯୁବକ

ବାଲେଶ୍ୱର ଜିଲ୍ଲା ବାହାନଗା ଟ୍ରେନ୍ ଟ୍ରାଜେଡିର ଦୁଇଦିନ ପରେ ଆର୍ଥାତ୍ ଆଜି ସନ୍ଧ୍ୟାରେ ଜଣେ ଯୁବକଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଦୁର୍ଘଟଣାସ୍ଥଳ ନିକଟରୁ ଉଦ୍ଧାର କରାଯାଇଛି।

ଅଦ୍ୟତନ ହୋଇଛି
unconscious youth was found

unconscious youth was found

Advertisment

ବାଲେଶ୍ୱର ଜିଲ୍ଲା ବାହାନଗା ଟ୍ରେନ୍ ଟ୍ରାଜେଡିର ଦୁଇଦିନ ପରେ ଆର୍ଥାତ୍ ଆଜି ସନ୍ଧ୍ୟାରେ ଜଣେ ଯୁବକଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଦୁର୍ଘଟଣାସ୍ଥଳ ନିକଟରୁ ଉଦ୍ଧାର କରାଯାଇଛି। ଦୁର୍ଘଟଣା ପରେ ସେ ଟ୍ରେନ୍‌ରୁ ଛିଟିକି ଏକ ବୁଦା ମୂଳରେ ପଡ଼ିଥିଲେ। ସେ ଚେତାଶୂନ ହୋଇପଡ଼ିଥିବା ବେଳେ ସର୍ଚ୍ଚ ଅପରେସନ କରୁଥିବା ପୁଲିସ କର୍ମଚାରୀମାନଙ୍କ ନଜର ପଡ଼ିଥିଲା।

Advertisment

ପରେ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ସୋର ମେଡିକାଲକୁ ନିଆଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଯୁବକଙ୍କ ଚେତା ଫେରିଥିଲା। ହେଲେ ସେ ଠିକ୍ ଭାବେ କହିପାରୁ ନ ଥିବା ବେଳେ ଶରୀରରେ ଗୁରୁତର ଆଘାତ ଲାଗିଥିବାରୁ ତାଙ୍କୁ ବାଲେଶ୍ୱର ଜିଲ୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ତାଙ୍କ ଘର ଆସାମ୍‌ ବୋଲି ଜଣାପଡ଼ିଛି। ଦୁର୍ଘଟଣା ପରେ ତାଙ୍କ ପକେଟରେ ଥିବା ମୋବାଇଲ ଓ ପର୍ସ ସମେତ ବ୍ୟାଗ୍‌କୁ କେହି ଲୁଟି ନେଇଛି।

ତେବେ ପ୍ରଶାସନ ପକ୍ଷରୁ ତାଙ୍କ ଠିକଣା ସଂଗ୍ରହ କରାଯାଇଛି। ସେ ଟ୍ରେନ୍‌ରେ କର୍ମସ୍ଥଳକୁ ଯାଉଥିବା ବେଳେ ଏହି ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ପ୍ରାଥମିକ ସୂଚନା ମିଳିଛି। ତାଙ୍କ ପରିବାର ଲୋକଙ୍କ ସହ ସମ୍ପର୍କ କରାଯିବା ପରେ ଘରକୁ ଫେରିବାର ବନ୍ଦୋବସ୍ତ କରାଯିବ ବୋଲି ଜଣାପଡ଼ିଛି।

Advertisment
Balasore Train Accident BalasoreTrainAccident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe