Advertisment

ଠିକାଦାରଙ୍କ ଠାରୁ ଲାଞ୍ଚ ନେଇ ଧରାପଡ଼ିଲେ ଜଳସେଚନ ବିଭାଗ କ୍ୟାସିଅର

ଲାଞ୍ଚ ନେଇ ଧରାପଡ଼ିଲେ ବାଲେଶ୍ୱର ଜଳସେଚନ ବିଭାଗ ସୁପରିଟେଣ୍ଡିଂ ଇଞ୍ଜିନିୟର ଅଫିସ୍‌ର କ୍ୟାସିଅର ପ୍ରଦୀପ୍ତ କୁମାର ରାଉତ।

author-image
Niranjan Mishra
Junior Asst.-cum-Cashier

Junior Asst.-cum-Cashier

ଲାଞ୍ଚ ନେଇ ଧରାପଡ଼ିଲେ ବାଲେଶ୍ୱର ଜଳସେଚନ ବିଭାଗ ସୁପରିଟେଣ୍ଡିଂ ଇଞ୍ଜିନିୟର ଅଫିସ୍‌ର କ୍ୟାସିଅର ପ୍ରଦୀପ୍ତ କୁମାର ରାଉତ। ଜଣେ କଣ୍ଟ୍ରାକ୍ଟରଙ୍କ ଠାରୁ ସେ ୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି।

Advertisment

ସମ୍ପୃକ୍ତ ଠିକାଦାର ଜଣକ ଲୋକନାଥ ଜେନା। ସେ ଜଳସେଚନ ବିଭାଗର ଏକ ଠିକା କାମ ନେଇଥିଲେ। କାମ ସରିଥିଲା। ହେଲେ ବିଭାଗ ନିକଟରେ ଜମା କରିଥିବା ସିକ୍ୟୁରିଟି ଜମା ଟଙ୍କାକୁ ଫେରାଇ ପାଇବାରେ ସମ୍ପୃକ୍ତ କ୍ୟାସିୟର ସହଯୋଗ କରୁ ନ ଥିଲେ। ଏହି ଟଙ୍କା ପାଇବାକୁ ହେଲେ ଲାଞ୍ଚ ମାଗିଥିଲେ। ଏନେଇ ଲୋକନାଥ ଭିଜିଲାନ୍ସରେ ଅଭିଯୋଗ କରିଥିଲେ।

ଆଜି ଯୋଜନା ମୁତାବକ ଲେପ ଲଗାଯାଇଥିବା ଟଙ୍କାକୁ ପ୍ରଦୀପ ଜଳସେଚନ ଅଫିସ୍‌କୁ ଯାଇ କାର୍ଯ୍ୟାଳୟରେ ଉପସ୍ଥିତ କ୍ୟାସିୟର ପ୍ରଦୀପ କୁମାର ରାଉତଙ୍କୁ ଦେଇଥିଲେ। ପ୍ରଦୀପ ଏହି ଟଙ୍କା ଗ୍ରହଣ କରିଥିଲେ। ଏହାର କିଛି ସମୟ ପରେ ଭିଜିଲାନ୍ସ ଚଢ଼ାଉ କରି ଏହି ଲାଞ୍ଚ ଟଙ୍କାକୁ ଜବତ କରିବା ସହ ପ୍ରଦୀପଙ୍କୁ ଗିରଫକୁ ନେଇଥିଲା।

Advertisment

ଏନେଇ ଭିଜିଲାନ୍ସ ପକ୍ଷରୁ ଏକ ମାମଲା ରୁଜୁ କରାଯିବା ସହ ଆୟବର୍ହିଭୂତ ସମ୍ପତ୍ତି ଠୁଳ ଆଶଙ୍କା କରି ପ୍ରଦୀପ୍ତଙ୍କ କାର୍ଯ୍ୟାଳୟ ସହ ତାଙ୍କ ଭଡା ଘର ଓ ପୈତୃକ ଘର ଭଦ୍ରକରେ ଏକ ସାଙ୍ଗରେ ଚଢ଼ାଉ କରାଯାଇଛି।

Vigilance Raid Vigilance