Advertisment

ବ୍ୟାଙ୍କ ଖାଲି କରିଦେଲେ ଡକାୟତ, ପ୍ରାୟ ୩୦ ଲକ୍ଷ ଟଙ୍କା ସହ ସୁନା ଧରି ଛୁ

ବ୍ୟାଙ୍କ କର୍ମଚାରୀ ଓ ଗ୍ରାହକଙ୍କୁ ପିସ୍ତଲ ଦେଖାଇ ଲୁଟି ନେଇଛନ୍ତି ପ୍ରାୟ ୩୦ରୁ ୪୦ ଲକ୍ଷ ଟଙ୍କା।

author-image
Niranjan Mishra
ଅଦ୍ୟତନ ହୋଇଛି
Bank robbery in jaleswar,

Bank robbery in jaleswar,

ଦିନ ଦ୍ୱିପହରରେ ବ୍ୟାଙ୍କ ଖାଲି କରିଦେଲେ ଡକାୟତ। ଆଜି ବାଲେଶ୍ୱର ଚନ୍ଦନେଶ୍ୱର ୟୁନିୟନ ବ୍ୟାଙ୍କରୁ ବଡ଼ ଧରଣର ଲୁଟ ହୋଇଛି। ୭ରୁ ୮ ଜଣ ଡକାୟତ ଏହି ୟୁନିୟନ ବ୍ୟାଙ୍କ ଭିତରେ ପଶି ଡକାୟତି କରିଛନ୍ତି।

Advertisment

ବ୍ୟାଙ୍କ କର୍ମଚାରୀ ଓ ଗ୍ରାହକଙ୍କୁ ପିସ୍ତଲ ଦେଖାଇ ଲୁଟି ନେଇଛନ୍ତି ପ୍ରାୟ ୩୦ରୁ ୪୦ ଲକ୍ଷ ଟଙ୍କା। ଖାଲି ଏତିକି ନୁହେଁ ବ୍ୟାଙ୍କରେ ଥିବା ସବୁ ସୁନା ବି ଲୁଟି ନେଇଛନ୍ତିା ଏସବୁର ଆନୁମାନିକ ମୂଲ୍ୟ କୋଟିଏ ଟଙ୍କାରୁ ଅଧିକ ହେବ।

ବ୍ୟାଙ୍କ କର୍ମଚାରୀଙ୍କୁ ତାଲା ପକାଇ ଡକାୟତମାନେ ଟଙ୍କା, ସୁନା ଲୁଟ କରିଛନ୍ତି। ଏତେ ବଡ଼ ଧରଣର ଡକାୟତି କରିବା ପରେ ଲୁଟେରା ମାନେ ପଶ୍ଚିମବଙ୍ଗ ଆଡ଼କୁ ପଲାଇ ଯାଇଥିବା ସୂଚନା ମିଳିଛିା 

Advertisment

ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ବ୍ୟାଙ୍କର ତାଲା ଖୋଲିଥିଲା ଓ ଭିତରୁ କର୍ମଚାରୀଙ୍କୁ ଉଦ୍ଧାର କରିଥିଲା ଜଳେଶ୍ୱର ପୁଲିସ। ସ୍ଥାନୀୟ ଏସ୍‌ଡିପିଓ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛନ୍ତି।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଅପରାହ୍ନ ପ୍ରାୟ ୧.୨୦ ସମୟରେ ‍ବ୍ୟାଙ୍କ ଡକାୟତି ହୋଇଛି। ପ୍ରଥମେ ୪ ଜଣ ଡକାୟତ ମାସ୍କ ପିନ୍ଧି ବ୍ୟାଙ୍କ ଭିତରେ ପଶିଥିଲେ। ବାହାରେ ରହି ସ୍ଥିତି ଉପରେ ନଜର ରଖିଥିବା ଆଉ ୩ ଜଣ ଡକାୟତ ପରେ ବ୍ୟାଙ୍କ ଭିତରେ ପଶିଥିଲେ। ବ୍ୟାଙ୍କ କର୍ମଚାରୀଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଟଙ୍କା, ସୁନା ଲୁଟିଥିଲେ। ବ୍ୟାଙ୍କ ଠାରୁ ପଶ୍ଚିମବଙ୍ଗ ଦୀଘା ମାତ୍ର ୨ କିଲୋମିଟର ହୋଇଥିବା ବେଳେ ସେହିବାଟରେ ଡକାୟତମାନେ ବାଇକ୍ ଧରି ପଳାଇଥିଲେ। ପୁଲିସ ପହଞ୍ଚିବା ପରେ ସିସିଟିଭି ଫୁଟେଜ୍ ଯାଞ୍ଚ କରିଛି। କର୍ମଚାରୀମାନଙ୍କୁ ପଚରାଉଚରା କରିଛି। ତେବେ ପ୍ରକୃତରେ କେତେ ଟଙ୍କା ଓ ସୁନା ଲୁଟ୍ ହୋଇଛି ସେ ନେଇ ପୁଲିସ କିମ୍ବା ବ୍ୟାଙ୍କ କର୍ତ୍ତୃପକ୍ଷ ପ୍ରତିକ୍ରିୟ ରଖିନାହାନ୍ତି। ଡକାୟତମାନେ ଡକାୟତି କରିବା ବେଳେ ବ୍ୟାଙ୍କରେ ସୁରକ୍ଷା କର୍ମୀ ଥିଲେ ନା ନାହିଁ ତାହା ମଧ୍ୟ ସ୍ପଷ୍ଟ ହୋଇପାରିନି।

Bank Loot