Advertisment

ବଡ଼ବାପାଙ୍କ ମୃତ୍ୟୁ ଖବର ପାଇ ଫେରୁଥିଲେ, ମଝି ଦରିଆରେ ବୁଡ଼ିଗଲା ବୋଟ୍‌

ଆଉ ସେହି ଜୁଆର ମାଡ଼ରେ ବୋଟ୍‌ଟି ଓଲଟି ପଡ଼ିଥିଲା। ୭ ଜଣ ଯାକ ମତ୍ସ୍ୟଜୀବୀ ପାଣିରେ ପହଁରିବା ସହିତ ଜୀବନ ବଞ୍ଚାଇବା ପାଇଁ ଚିତ୍କାର କରୁଥିଲେ। ଠିକ୍‌ ସେହି ସମୟରେ ମାଛ ଧରି ଫେରୁଥିବା ଅନ୍ୟ ମତ୍ସ୍ୟଜୀବୀମାନେ ସେମାନଙ୍କ ଭିତରୁ ୬ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲେ।

undefined

Boat

Advertisment

ନୀଳ ସମୁଦ୍ରକୁ ମାଛ ଧରିବାକୁ ଯାଇଥିଲେ। ହଠାତ୍‌ ଖବର ପାଇଲେ ବଡ଼ବାପାଙ୍କ ମୃତ୍ୟୁ ହୋଇଛି। ଏହି ଖବର ପାଇବା ପରେ କୂଳକୁ ଫେରୁଥିଲେ। ହଠାତ୍‌ ମଝି ଦରିଆରେ ବୁଡ଼ିଗଲା ବୋଟ୍‌। ଆଉ ଅଫେରା ରାଇଜକୁ ଚାଲିଗଲେ ପୁତୁରା। ଆଜି ଏପରି ହୃଦୟ ବିଦାରକ ଘଟଣା ବାଲେଶ୍ୱର ଜିଲ୍ଲାରେ ଘଟିଛି। ବଡ଼ବାପା ଓ ପୁତୁରାଙ୍କ ଜୁଈ ଏକ ସଙ୍ଗେ ଜଳିଛି।

Advertisment

ଶନିବାର ରାତି ପ୍ରାୟ ୨ଟା ବେଳେ କଷାଫଳ ମୁହାଣ ଅଞ୍ଚଳର କାଳିପଦ ମାନା ଓ ତାଙ୍କର ୬ ଜଣ ମତ୍ସ୍ୟଜୀବୀ ସାଥୀ ମାଛ ଧରିବାକୁ ସମୁଦ୍ରକୁ ଯାଇଥିଲେ। ରାତି ସାରା ମାଛ ଧରି ଥିଲେ। ଭୋରୁ ଭୋରୁ କାଳିପଦଙ୍କ ବଡ଼ ବାପାଙ୍କ ମୃତ୍ୟୁ ହୋଇଥିଲା। ଏ ଖବର ପାଇବା ପରେ କାଳିପଦ ଓ ତାଙ୍କ ସାଥୀମାନେ କୂଳକୁ ଫେରୁଥିଲେ। ଆଜି ପୂର୍ବାହ୍ନ ୧୧ଟା ବେଳେ ହଠାତ୍‌ ପ୍ରବଳ ବେଗରେ ପବନ ବୋହିଥିଲା। ତା’ପରେ ଗୋଟିଏ ବଡ଼ ଜୁଆର ମାଡ଼ି ଆସିଥିଲା।

ଆଉ ସେହି ଜୁଆର ମାଡ଼ରେ ବୋଟ୍‌ଟି ଓଲଟି ପଡ଼ିଥିଲା। ୭ ଜଣ ଯାକ ମତ୍ସ୍ୟଜୀବୀ ପାଣିରେ ପହଁରିବା ସହିତ ଜୀବନ ବଞ୍ଚାଇବା ପାଇଁ ଚିତ୍କାର କରୁଥିଲେ। ଠିକ୍‌ ସେହି ସମୟରେ ମାଛ ଧରି ଫେରୁଥିବା ଅନ୍ୟ ମତ୍ସ୍ୟଜୀବୀମାନେ ସେମାନଙ୍କ ଭିତରୁ ୬ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲେ। ତେବେ କାଳିପଦଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ବାଲେଶ୍ୱର ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Advertisment

ସେପଟେ ଆଉ ଜଣେ ମତ୍ସ୍ୟଜୀବୀଙ୍କ ପତ୍ତା ମିଳୁନଥିଲା। ବହୁ ଖୋଜାଖୋଜି ପରେ ତାଙ୍କୁ ଉଦ୍ଧାର କରାଯାଇ ବସ୍ତା ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର ଚିକିତ୍ସା ଚାଲିଛି। ସେ ବିପଦ ମୁକ୍ତ ଥିବା ଜଣାପଡ଼ିଛି।

ସୂଚନାରୁ ପ୍ରକାଶ, ଗତ ୧୬ ତାରିଖରୁ ନୀଳ ସମୁଦ୍ରରେ ମାଛ ଧରା ଆରମ୍ଭ ହୋଇଛି। ଏହା ପରେ ଜୀବୀକା ଓ ଜୀବନ ପାଇଁ ମତ୍ସ୍ୟଜୀବୀମାନେ ମାଛ ଧରିବାକୁ ଯାଉଛନ୍ତି।

ରିପୋର୍ଟ- ବାଲେଶ୍ୱରରୁ ରଞ୍ଜିତ ପାକଳ

Balasoe
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe