Advertisment

ଜମି ବିବାଦ ହେଲା କାଳ: ଭାଇ-ଭାଉଜ ହତ୍ୟା ଘଟଣାରେ ଯୁବକ ଗିରଫ

ଗତ ୧ ତାରିଖ ରାତିରେ ବାଲେଶ୍ୱର ଜିଲ୍ଲା ସୋର ଥାନା ମାଝୀ ସାହି ଗାଁରେ ଏକ ଦମ୍ପତିଙ୍କୁ ଗଳା କାଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିବା ବେଳେ ଗତକାଲି ଏହି ଘଟଣାର ପର୍ଦ୍ଦାଫାସ ହୋଇଛି।

Accused

Accused

Advertisment

ଜମିଜମା ବିବାଦ ପାଇଁ ଉଜୁଡ଼ିଗଲା ସଂସାର। ଭାଇ ନେଇଗଲା ଭାଇ ଓ ଭାଉଜର ଜୀବନ। ଏପରିକି ଗଳା କାଟି ଉଜାଡ଼ିଦେଲା ସଂସାର। ଗତ ୧ ତାରିଖ ରାତିରେ ବାଲେଶ୍ୱର ଜିଲ୍ଲା ସୋର ଥାନା ମାଝୀ ସାହି ଗାଁରେ ଏକ ଦମ୍ପତିଙ୍କୁ ଗଳା କାଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିବା ବେଳେ ଗତକାଲି ଏହି ଘଟଣାର ପର୍ଦ୍ଦାଫାସ ହୋଇଛି।

Advertisment

ଗତ ୧ ତାରିଖ ରାତିରେ ରଘୁନାଥ ବେହେରା ଓ ତାଙ୍କ ସ୍ତ୍ରୀ ପ୍ରଭାତି ବେହେରାଙ୍କୁ ଗଳା କାଟି ହତ୍ୟା କରାଯାଇଥିବା ବେଳେ ଏହାର ତନାଘନା ଆରମ୍ଭ କରିଥିଲା ପୁଲିସ୍‌। ଭାଇ, ଭାଉଜଙ୍କ ମୃତ୍ୟୁ ପରେ ଆଖିରୁ ଲୁହ ଗଡ଼ାଉଥିବା ସାନ ଭାଇ ହିଁ ହତ୍ୟାକାରୀ ବୋଲି ତଦନ୍ତରୁ ସ୍ପଷ୍ଟ ହୋଇଛି। ପୁଲିସ୍‌ ଗତକାଲି ତାଙ୍କୁ ଗିରଫ କରିଥିବା ବେଳେ ଘଟଣାସ୍ଥଳକୁ ନେଇ ସିନ୍‌ ରିକ୍ରିଏଶନ କରିଛି।

ଏନେଇ ମୃତକଙ୍କ ମା’ କହିଛନ୍ତି, ଜମିଜମା ବିବାଦକୁ ନେଇ ମୋ’ ବଡ଼ ପୁଅ ଓ ସାନ ପୁଅ ବର୍ଷେ ହେବ କଥା ହେଉ ନ ଥିଲେ। ପୂର୍ବରୁ ଏକ ଜମିକୁ ୨୭ ଲକ୍ଷ ଟଙ୍କାରେ ବିକ୍ରି କରିଥିବା ବେଳେ ବଡ଼ ପୁଅକୁ କିଛି ଅଧିକ ଟଙ୍କା ଦେଇଥିଲି । ଏହାକୁ ନେଇ ସାନ ପୁଅ ଅସନ୍ତୁଷ୍ଟ ଥିଲା। ହେଲେ ସେ କ’ଣ ପାଇଁ ତାକୁ ହତ୍ୟା କରିଛି ମୁଁ ଜାଣିନି।

Advertisment

ସୂଚନାଯୋଗ୍ୟ, ମୃତ ରଘୁନାଥଙ୍କର ଘରଠୁ କିଛି ଦୂରରେ ଏକ କୁକୁଡ଼ା ଫାର୍ମ ଅଛି। ସେ ଓ ତାଙ୍କ ସ୍ତ୍ରୀ ସବୁ ଦିନ ରାତିରେ ଏହି ଫାର୍ମରେ ରହନ୍ତି। ଗତ ୧ ତାରିଖ ରାତିରେ ମଧ୍ୟ ସେମାନେ ଫାର୍ମକୁ ଆସିଥିବା ବେଳେ କେହି ସେମାନଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। କୁକୁଡ଼ା ଫାର୍ମ ପାଖ ପଡ଼ିଆରେ ସେମାନଙ୍କ ମୃତଦେହ ପଡ଼ିଥିବା ବେଳେ ଉଭୟଙ୍କ ବେକ କଟା ଯାଇଥିଲା।

ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ପୁଲିସ୍‌ ଏହାକୁ ନେଇ ତନାଘନା ଆରମ୍ଭ କରିଥିଲା।

Murder Balasore
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe