Advertisment

କ୍ୟାଲେଣ୍ଡର ବୟ ନବନୀତ ଦାସ; ଅନର୍ଗଳ କହୁଛନ୍ତି ପୂଜାପର୍ବର ତାରିଖ, ବାର

ନବନୀତ ଦାସଙ୍କର ପାଞ୍ଜି ପ୍ରତି ରହିଛି ଅହେତୁକ ଆକର୍ଷଣ । କେବଳ ପୂଜା, ପର୍ବ ନୁହେଁ ଛୋଟମୋଟ ଘଟଣା ବି କମ୍ପ୍ୟୁଟରରେ ସେଭ ହେବା ପରି ତାଙ୍କ ମୁଣ୍ଡରେ ସେଭ ହୋଇ ଯାଉଛି।

ଅଦ୍ୟତନ ହୋଇଛି
Calander Boy

Calander Boy

Advertisment

୨୦୧୭ ମସିହା ଦୁର୍ଗା ପୂଜା କେବେ ପଡ଼ିଥିଲା। ୨୦୧୮ ମସିହାରେ ହୋଲି, ଦିପାବଳୀ କେବେ ପଡ଼ିଥିଲା । ଏହି ସବୁ ତାରିଖ ଆମମାନଙ୍କ ମଧ୍ୟରୁ କାହାରି ମନେ ନ ଥିବ । ମାତ୍ର ବାଲେଶ୍ୱର ଜିଲ୍ଲା ସୋର ଥାନା ମୋବାରକପୁର ଗାଁର ୧୨ ବର୍ଷର ନାବାଳକ ନବନୀତ ଦାସଙ୍କ ମୁହଁରୁ ଅନର୍ଗଳ ବାହାରି ଯାଉଛି ଏହି ସବୁ ତାରିଖ ସାଙ୍ଗକୁ ବାର। କେବଳ ପୂଜା, ପର୍ବ ନୁହେଁ ଛୋଟମୋଟ ଘଟଣା ବି କମ୍ପ୍ୟୁଟରରେ ସେଭ ହେବା ପରି ତାଙ୍କ ମୁଣ୍ଡରେ ସେଭ ହୋଇ ଯାଉଛି।

Advertisment

ଆଖପାଖରେ ଥିବା ସମସ୍ତଙ୍କ ଜନ୍ମ ଦିନ, ବିବାହ ବାର୍ଷିକୀକୁ ବି ସେ ଅନର୍ଗଳ କହି ପାରୁଛନ୍ତି। କେବଳ ସେତିକି ନୁହେଁ, ବହୁ ଟ୍ରେନ ନମ୍ବର ବି ତାଙ୍କ ମୁହଁରୁ ଫଟାଫଟ ବାହାରୁଛି। ଖୁବ୍‌ କମ୍ ଦିନରେ ବିସ୍ମୟ ବାଳକ ଭାବେ ପରିଚୟ ହାସଲ କରି ପାରିଥିବା ନବନୀତ ଦାସ ଏବେ କ୍ୟାଲେଣ୍ଡର ବୟ ଭାବେ ଖୁବ୍‌ ଜଣାଶୁଣା ହୋଇଗଲେଣି।

ବିମଳ କାନ୍ତୁ ଦାସ ଓ ବନିତା ପ୍ରିୟଦର୍ଶୀନି ଦାସଙ୍କ ଏକମାତ୍ର ପୁଅ ହେଉଛନ୍ତି ନବନୀତ । ଏବେ ଏକ ଘରୋଇ ଇଂଲିଶ ମିଡିୟମ ସ୍କୁଲରେ ପଞ୍ଚମ ଶ୍ରେଣୀରେ ସେ ପଢ଼ୁଛନ୍ତି। 

Advertisment
Calander Boyନିଜ ବାପା ଓ ଜେଜେମା’ଙ୍କ ସହ ନବନୀତ ଦାସ ।

ଜନ୍ମରୁ ଠିକ୍‌ଠାକ ଥିବା ନବନୀତଙ୍କର ପ୍ରାୟ ୬ ବର୍ଷ ଯାଏ ପାଟି ଫିଟି ନ ଥିଲା। ଫଳରେ ପରିବାର ଲୋକେ ଚିନ୍ତାରେ ପଡ଼ି ଯାଇଥିଲେ। ପାଟି ଫିଟି ନ ଥିଲେ ବି ପିଲା ବେଳୁ ନବନୀତଙ୍କର ପାଞ୍ଜି ପ୍ରତି ଥିଲା ଅହେତୁକ ଆକର୍ଷଣ । ଜେଜେମା’ ସବୁବେଳେ ପାଞ୍ଜି ପଢ଼ି ନିଜ ପିଲାମାନଙ୍କୁ ବିଭିନ୍ନ ଓଷା, ବାର ସମ୍ପର୍କରେ କହୁଥିବା ବେଳେ ଏହାକୁ ଶୁଣି ମନେ ରଖି ଦେଉଥିଲେ ନବନୀତ ।

ଧୀରେ ଧୀରେ କଥା କହିବା ଆରମ୍ଭ କରିବା ପରେ ନବନୀତଙ୍କ ଏହି ପ୍ରତିଭା ସମ୍ପର୍କରେ ପରିବାର ଲୋକେ ଜାଣି ପାରିଥିଲେ। ଏପରିକି ବହୁ ବର୍ଷ ପୂର୍ବେ ବି କେଉଁ ପୂଜା କେଉଁ ଦିନ ପଡ଼ିଥିଲା ତାହା ସେ ଆଖି ପିଛୁଳାକେ କହି ପାରୁଛନ୍ତି। ଅତୀତ ସହ ଭବିଷ୍ୟତରେ ପଡ଼ିବାକୁ ଥିବା ପୂଜାପର୍ବ ତାରିଖ ବି ସେ ଅନ୍ତର୍ଗତ କହି ପାରୁଛନ୍ତି । ଆଖପାଖରେ ଥରେ କାହା ବିବାହ, ବ୍ରତଘର, ଜନ୍ମଦିନ ସମ୍ପର୍କରେ ଶୁଣିଲେ ତାହାକୁ ବି ବହୁ ବର୍ଷ ପରେ ବିନା ଦ୍ୱିଧାରେ କହି ପାରୁଛନ୍ତି।

କେବଳ ସେତିକି ନୁହେଁ, ବାଲେଶ୍ୱରରୁ ଭୁବନେଶ୍ୱର ମଧ୍ୟରେ ଥିବା ଟ୍ରେନ ଷ୍ଟେଶନର ନାମ ତାଙ୍କ ପାଟିରୁ ଅନର୍ଗଳ ବାହାରି ଯାଉଥିବା ବେଳେ ଟ୍ରେନ୍‌ର ନମ୍ବରଗୁଡ଼ିକ ବି ତାଙ୍କର ମନେ ରହି ଯାଇଛି।

 କ୍ୟାଲେଣ୍ଡର ବୟ ଭାବେ ପରିଚିତ ନବନୀତ କହିଛନ୍ତି, ବିଭିନ୍ନ ପର୍ବ ପର୍ବାଣୀ କେଉଁ ତାରିଖ, କେଉଁ ବାରରେ ପଡ଼ିବ ସବୁ ଜାଣିଛି। ୨୦୦୭ରୁ ୨୦୩୦ ମସିହା ମଧ୍ୟରେ କେଉଁ ପୂଜାପର୍ବ କେଉଁ ତାରିଖ ଓ କେଉଁ ବାରରେ ପଡ଼ିବ ସବୁ କହିପାରିବି। ବହୁ ଟ୍ରେନ ନମ୍ବର ସହ ବାଲେଶ୍ୱରରୁ ଭୁବନେଶ୍ୱର ମଧ୍ୟରେ ଥିବା ଷ୍ଟେଶନ ନାଁ ବି କହି ପାରିବି ।  

ଏନେଇ ନବନୀତଙ୍କ ଜେଜେମା’ କହିଛନ୍ତି, ପୁଅ ଯେତେବେଳେ ଦେଢ ବର୍ଷର ହୋଇଥିବା ବେଳେ ମୁଁ ପାଞ୍ଜି ଦେଖି ଯେତେବେଳେ କେଉଁ ପୂଜା,ପର୍ବ କେବେ ପଡ଼େ ଘରର ଅନ୍ୟମାନଙ୍କୁ କୁହେ, ତାହା ସେ ଶୁଣି ମନେ ରଖୁଥିଲା। ସେ ୬ ବର୍ଷ ପର୍ଯ୍ୟନ୍ତ କଥା କହି ପାରୁ ନ ଥିଲା। ହେଲେ ସବୁବେଳେ ପାଞ୍ଜି ଦେଖିବାକୁ ଆଗ୍ରହ ପ୍ରକାଶ କରେ।

ଏନେଇ ନବନୀତଙ୍କ ବାପା କହିଛନ୍ତି, ୬ ବର୍ଷ ଯାଏ କଥା କହୁ ନ ଥିଲା। ହେଲେ ତା’ ପୂର୍ବରୁ ସେ କିନ୍ତୁ ସବୁବେଳେ ପାଞ୍ଜି ଦେଖେ । ଯେତେବେଳେ ଯେଊଁ ଘଟଣା ଘଟେ, ତାହା ତା’ ମନରେ ରହି ଯାଉଥିଲା। ଏପରିକି ଆଖପାଖର ସମସ୍ତଙ୍କ ଜନ୍ମଦିନ ବିବାହ ବାର୍ଷିକି ବି କେବେ ପଡ଼ିବ ମନେ ରହି ଯାଉଥିଲା। କେବଳ ସେତିକି ନୁହେଁ, ବର୍ଷେ, ୨ ବର୍ଷ ପୂର୍ବରୁ କିଏ କେବେ ଘରକୁ ଆସୁଥିଲେ, ତାହାକୁ ବି ସେ ଅନାୟସରେ କହି ପାରୁଛି। 

Balasore Viral
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe