Advertisment

ମାଛ ଧରି ଭୋଟ୍ ମାଗୁଛନ୍ତି

ଜଳେଶ୍ୱର (ଅଜିତ୍ କୁମାର ଦାସ): ପଞ୍ଚାୟତ ନିର୍ବାଚନ ପାଇଁ ଜୋରଦାର ପ୍ରଚାର ଚାଲିଛି। କରୋନା କଟକଣା କାରଣରୁ ପ୍ରାର୍ଥୀମାନେ ସାଥୀରେ ସୀମିତ ଲୋକଙ୍କୁ ଧରି ପ୍ରଚାର କରୁଛନ୍ତି। ହେଲେ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଏଥର ଅଭିନବ ଓ ନୂତନ ଉପାୟ ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ଭୋଗରଇ ବ୍ଲକ କୁସୁଡା ଗ୍ରାମ ପଞ୍ଚାୟତରେ। ପଞ୍ଚାୟତର କଳ୍ପନା ମହାନା ହାତରେ ମାଛ ଧରି ଭୋଟ ଭିକ୍ଷା ମାଗିଛନ୍ତି। କଳ୍ପନା ମାହାନା ସରପଞ୍ଚ ପ୍ରାର୍ଥୀ ଭାବେ କୁସୁଡାରୁ ଛିଡ଼ା […]

author-image
Ranjit Kumar Jena
ମାଛ ଧରି ଭୋଟ୍ ମାଗୁଛନ୍ତି

campaign

ଜଳେଶ୍ୱର (ଅଜିତ୍ କୁମାର ଦାସ): ପଞ୍ଚାୟତ ନିର୍ବାଚନ ପାଇଁ ଜୋରଦାର ପ୍ରଚାର ଚାଲିଛି। କରୋନା କଟକଣା କାରଣରୁ ପ୍ରାର୍ଥୀମାନେ ସାଥୀରେ ସୀମିତ ଲୋକଙ୍କୁ ଧରି ପ୍ରଚାର କରୁଛନ୍ତି। ହେଲେ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଏଥର ଅଭିନବ ଓ ନୂତନ ଉପାୟ ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ଭୋଗରଇ ବ୍ଲକ କୁସୁଡା ଗ୍ରାମ ପଞ୍ଚାୟତରେ। ପଞ୍ଚାୟତର କଳ୍ପନା ମହାନା ହାତରେ ମାଛ ଧରି ଭୋଟ ଭିକ୍ଷା ମାଗିଛନ୍ତି।

Advertisment

କଳ୍ପନା ମାହାନା ସରପଞ୍ଚ ପ୍ରାର୍ଥୀ ଭାବେ କୁସୁଡାରୁ ଛିଡ଼ା ହୋଇଛନ୍ତି। ତାଙ୍କୁ ନିର୍ବାଚନ ଚିହ୍ନ ମିଳିଛି ମାଛ। ମାଛ ଚିହ୍ନ ଥିବାରୁ ସେ ଘରକୁ ଘର ବୁଲି ଲୋକଙ୍କୁ ଭୋଟ ଭିକ୍ଷା କରୁଛନ୍ତି। ଘରକୁ ଘର ଭୋଟ ମଗିବା ସହିତ ଲୋକଙ୍କୁ ବିକାଶର ପ୍ରତିଶ୍ରୁତି ଦେଇଛନ୍ତି। ସେହିପରି କୁସୁଡା ପଞ୍ଚାୟତର ସମିତି ସଭ୍ୟ ଦୁର୍ଗା ମଣି ଜେନା କେଟଲୀ ଚିହ୍ନ ପାଇଥିବାରୁ ସେ କେଟଲି ହାତରେ ଧରି ସମର୍ଥକଙ୍କ ସହ ଭୋଟ ମାଗୁଛନ୍ତି।

କଳ୍ପନା ମାହାନା କହିଛନ୍ତି, ଯେହେତୁ ମୋର ମାଛ ଚିହ୍ନ, ତେଣୁ ମୁଁ ମାଛ ଚିହ୍ନ ଦେଖାଇ ଲୋକଙ୍କ ଠାରୁ ଭୋଟ ଭିକ୍ଷା କରୁଛି। ମାଛ ଚିହ୍ନରେ ଭୋଟ ଦେଲେ, ମୁଁ ସେମାନଙ୍କର ସୁଖ ଦୁଃଖରେ ଛିଡ଼ା ହେବି। ଏହାଛଡ଼ା ପଞ୍ଚାୟତ ବିକାଶ ପାଇଁ କାମ କରିବି। ପଞ୍ଚାୟତରେ ପାନୀୟ ଜଳ, ରାସ୍ତାଘାଟ, ଶିକ୍ଷାର ବିକାଶ ଉପରେ ମୁଁ ଗୁରୁତ୍ୱ ଦେଉଛି।

Advertisment

ସେହିପରି ଦୁର୍ଗାମଣି ଜେନା କହିଛନ୍ତି, ନିର୍ବାଚନ ପାଇଁ ମୋତେ କେଟଲୀ ଚିହ୍ନ ମିଳିଛି। ଆଉ କେଟଲୀ ଧରି ବୁଲିଲେ ଲୋକମାନେ ମୋତେ ମନେ ରଖିବେ। ମୁଁ ଜିତିଲେ ଲୋକମାନଙ୍କର ମୌଳିକ ସମସ୍ୟାର ସମାଧାନ କରିବି।

Odisha Panchayat Election 2022