Advertisment

ଅତି ନିର୍ମମ ଭାବେ ବାନ୍ଧି ଚାଲାଣ କରୁଥିଲେ ୬୦ ଗୋରୁ

ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଶେରଗଡ଼ ଟୋଲଗେଟ ନିକଟରୁ ଆଜି ଏହି ବେଆଇନ ଗୋରୁ ବୋଝେଇ କଣ୍ଟେନର ଜବତ ହୋଇଛି।

author-image
Niranjan Mishra
Cattle-laden truck

Cattle-laden truck

ଅତି ନିର୍ମମ ଭାବେ ଗୋଟିଏ ଟ୍ରକ୍‌ରେ ଗୋରୁମାନଙ୍କୁ ଭର୍ତ୍ତି କରି ରାଜ୍ୟ ବାହାରକୁ ଚାଲାଣ କରାଯାଉଥିଲା। ଟୋଲଗେଟ୍ ଠାରେ ଏହି ଟ୍ରକ୍ ଗୋ-ସୁରକ୍ଷାକାରୀ ଓ ପୁଲିସ ହାତରେ ଧରାପଡ଼ିଛି। ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଶେରଗଡ଼ ଟୋଲଗେଟ ନିକଟରୁ ଆଜି ସକାଳେ ଏହି ବେଆଇନ ଗୋରୁ ବୋଝେଇ କଣ୍ଟେନର ଜବତ ହୋଇଛି। ଏହି କଣ୍ଟେନରଟି ଖୋର୍ଦ୍ଧାରୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିଲା।

Advertisment

ସ୍ଥାନୀୟ ଲୋକେ ସନ୍ଦେହ କରି ଏହି କଣ୍ଟେନରକୁ ପିଛା କରିଥିଲେ। ପରେ ଏହି ବେଆଇନ ଗୋରୁ ବୋଝେଇ କଣ୍ଟେନରକୁ ଶେରଗଡ଼ ଟୋଲ ଗେଟ ନିକଟରେ ଧରିଥିଲେ। କଣ୍ଟେନରରେ ୬୦ରୁ ଅଧିକ ଗୋରୁ ଥିଲେ।

ଏନେଇ ସ୍ଥାନୀୟଲୋକେ ଖନ୍ତାପଡ଼ା ଥାନାରେ ଅଭିଯୋଗ ପରେ ପୁଲିସ ପହଞ୍ଚି ଏହି ଟ୍ରକ୍ ଓ ଏହାକୁ ସୁରକ୍ଷା ଦେଇ ଯାଉଥିବା ଗୋଟିଏ ସ୍କ୍ରପିଓକୁ ଜବତ କରିଛି। ଏହି ଗାଡ଼ିରେ ଯାଉଥିବା ୫ ଜଣ ଦଲାଲଙ୍କୁ ପୁଲିସ ଅଟକ ରଖିଛି।

Advertisment

ଉଦ୍ଧାର ହୋଇଥିବା ଗୋରୁମାନଙ୍କୁ ବାଲେଶ୍ୱର ବାମପଦାରେ ଥିବା ଗୋଶାଳାରେ ଛଡ଼ାଯାଇଛି। ଏନେଇ ସଦର ଏସ୍‌ଡିପିଓ ଡଃ ଶଶାଙ୍କଶେଖର ବେଉରା କହିଛନ୍ତି, ଖୁବ୍‌ଶୀଘ୍ର ଏହି ଘଟଣାରେ ମାମଲା ରୁଜୁ କରାଯିବା ସହ ଅଟକ ଥିବା ବ୍ୟକ୍ତିଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ।

ରିପୋର୍ଟ ସୋରରୁ ନିରଞ୍ଜନ ବେହେରା

Animal Smuggling Murder Using Truck