Advertisment

ବାହାନଗାରେ ସିବିଆଇ,ଖୋଜୁଛି ଦୁର୍ଘଟଣା ପଛର କାରଣ

୧୦ଜଣିଆ ଟିମ୍‌ ଦୁର୍ଘଟଣାସ୍ଥଳର ବିଶେଷ ଭାବେ ଲୁପ୍ ଲାଇନ ଓ ମେନ୍ ଲାଇନକୁ ଯାଇ ତଦନ୍ତ କରୁଛନ୍ତି।

TrainAccident

TrainAccident

Advertisment

ବାଲେଶ୍ୱର ବାହାନଗାରେ ଘଟିଥିବା ଭୟଙ୍କର ଟ୍ରେନ୍ ଦୁର୍ଘଟଣା ଆକସ୍ମିକ ଥିଲା ନା ଅପରାଧିକ ଷଡ଼ଯନ୍ତ୍ର ଥିଲା ତାର ତଦନ୍ତ କରୁଛି ସିବିଆଇ। ଦିଲ୍ଲୀରୁ ଆସିଥିବା ୧୦ ଜଣିଆ ଟିମ୍ ଆଜି ଦୁର୍ଘଟଣାସ୍ଥଳରେ ପହଞ୍ଚି ଖୋଳତାଡ଼ ଆରମ୍ଭ କରିଛନ୍ତି। ଜଣେ ଆଇଜି ରାଙ୍କର ଅଫିସର ପୂରା ମାମଲାର ତଦନ୍ତ କରୁଛନ୍ତିା ସିବିଆଇ ଟିମ୍ ସହ ସେଣ୍ଟ୍ରାଲ ଫରେନସିକର ବି କିଛି ସଦସ୍ୟ ଏହି ତଦନ୍ତରେ ସାମିଲ ଅଛନ୍ତି।

Advertisment

୧୦ଜଣିଆ ଟିମ୍‌ ଦୁର୍ଘଟଣାସ୍ଥଳର ବିଶେଷ ଭାବେ ଲୁପ୍ ଲାଇନ ଓ ମେନ୍ ଲାଇନକୁ ଯାଇ ତଦନ୍ତ କରୁଛନ୍ତି। କାହିଁକି ଏତେ ବଡ଼ ଦୁର୍ଘଟଣା ଘଟିଲା, ଏହା ପଛରେ କିଏ ଦାୟୀ, ଜାଣିଶୁଣି ତ୍ରୁଟି ହୋଇଛି ନା ଅବହେଳାରୁ ଏତେ ବଡ଼ ଟ୍ରାଜେଡି ହେଲା, ମେନ ଲାଇନରୁ ଲୁପ୍ ଲାଇନକୁ କାହିଁକି ଗଲା କରମଣ୍ଡଳ ଏକ୍ସପ୍ରେସ, କିଏ କଲା ଟାମ୍ପରିଂ ? ଏସବୁ ପ୍ରଶ୍ନର ଉତ୍ତର ଖୋଜୁଛି ତଦନ୍ତକାରୀ ସଂସ୍ଥା(ସିବିଆଇ)।

ଏହାସହ ବାହାନଗା ଷ୍ଟେସନ ମାଷ୍ଟର ଏସ୍. ବି ମହାନ୍ତିଙ୍କୁ ଧରି ସିବିଆଇ ତଦନ୍ତ ଆଗକୁ ବଢ଼ାଇଛି। ସିଗନାଲ ରୁମ୍‌ କୁ ଯାଇ ଖୋ଼ଳତାଡ କରିବା ସହ କାଗଜପତ୍ର ଯାଞ୍ଚ କରିଛି। କିପରି ଦୁର୍ଘଟଣା ଘଟିଥିଲା ଓ ଦୁର୍ଘଟଣା ସମୟରେ କେଉଁମାନେ ଡ୍ୟୁଟିରେ ଥିଲେ ଏନେଇ ଅଧିକାରୀଙ୍କୁ ପଚରାଉଚରା କରିଛି। ଏହାସହ ରିଲେ ରୁମ୍‌କୁ ଯାଇ ମଧ୍ୟ ତଦନ୍ତ କରିଛି।

Advertisment

ଅନ୍ୟପକ୍ଷରେ ପୂର୍ବ ତଟ ରେଲୱେ ସିପିଆର୍‌ଓ କହିଛନ୍ତି, ବାହାନଗା ଟ୍ରେନ ଟ୍ରାଜେଡିର ତଦନ୍ତ ସବୁ ଦିଗରୁ ହେବ।ସିବିଆଇ ତଥ୍ୟ ସଂଗ୍ରହ କରି ତଦନ୍ତ କରୁଛି। ତଦନ୍ତରେ ରେଲୱେ ସମସ୍ତ ସହଯୋଗ କରୁଛି।

Balasore CBI TrainAccidentInOdisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe