Advertisment

ସୌମ୍ୟରଂଜନ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ ଦାବି

ସୋର(ଓଡ଼ିଶା ରିପୋର୍ଟର) ପାରଳାଖେମୁଣ୍ଡି ACF ସୌମ୍ୟରଂଜନ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ ଦାବି କରିଛନ୍ତି ପରିବାର।  ତଦନ୍ତ ଅଗ୍ରଗତିରେ ପୁଲିସର ଭୂମିକା ନେଇ ପରିବାର ଲୋକେ ପ୍ରଶ୍ନ ଉଠାଇଛନ୍ତି।  ସୌମ୍ୟଙ୍କ ଭାଇ କହିଛନ୍ତି ପୁଲିସ ତଦନ୍ତ ଉପରୁ ଆମର ଭରସା ତୁଟି ଗଲାଣି ।  ଘଟଣାକୁ ୨୧ ଦିନ ବିତିଥିଲେ ଏଯାଏଁ ପୁଲିସ କାହାରିକୁ ଗିରଫ କରି ନାହିଁ  । ସିବିଆଇ ତଦନ୍ତ ହେଲେ ପ୍ରକୃତ ତଥ୍ୟ ଆସିପାରିବ ବୋଲି ସେ କହିଛନ୍ତି  । ଜୁଲାଇ ୧୩ରେ […]

ସୌମ୍ୟରଂଜନ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ ଦାବି

Bidya & soumya

Advertisment

ସୋର(ଓଡ଼ିଶା ରିପୋର୍ଟର) ପାରଳାଖେମୁଣ୍ଡି ACF ସୌମ୍ୟରଂଜନ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ ଦାବି କରିଛନ୍ତି ପରିବାର।  ତଦନ୍ତ ଅଗ୍ରଗତିରେ ପୁଲିସର ଭୂମିକା ନେଇ ପରିବାର ଲୋକେ ପ୍ରଶ୍ନ ଉଠାଇଛନ୍ତି।  ସୌମ୍ୟଙ୍କ ଭାଇ କହିଛନ୍ତି ପୁଲିସ ତଦନ୍ତ ଉପରୁ ଆମର ଭରସା ତୁଟି ଗଲାଣି ।  ଘଟଣାକୁ ୨୧ ଦିନ ବିତିଥିଲେ ଏଯାଏଁ ପୁଲିସ କାହାରିକୁ ଗିରଫ କରି ନାହିଁ  । ସିବିଆଇ ତଦନ୍ତ ହେଲେ ପ୍ରକୃତ ତଥ୍ୟ ଆସିପାରିବ ବୋଲି ସେ କହିଛନ୍ତି  । ଜୁଲାଇ ୧୩ରେ ପୋଡି ସୌମ୍ୟଙ୍କ ମୃତ୍ୟୁ ହୋଇଥିଲା।

Advertisment

ସୌମ୍ୟଙ୍କ ସଂଦେହଜନକ ମୃତ୍ୟୁକୁ ନେଇ ପରିବାର ଲୋକଙ୍କ ଅଭିଯୋଗ ପରେ ପୁଲିସ ସୌମ୍ୟଙ୍କ ସ୍ତ୍ରୀ ବିଦ୍ୟାଭାରତୀ, DFO ସଂଗ୍ରାମ କେଶରୀ ବେହେରା ଓ ରୋଷେୟା ବିରୋଧରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି।  ଏହାରି ଭିତରେ ପୁଲିସ ସୌମ୍ୟଙ୍କ ଗାଁ ଓ ବିଦ୍ୟାଭାରତୀଙ୍କ ଗାଁକୁ ଯାଇ ତଦନ୍ତ କରିସାରିଛି।

ଏମିତି କି ଡିଏଫଓ ଏବଂ ରୋଷେୟାଙ୍କୁ ମଧ୍ୟ ପଚରାଉଚରା କରିଛି । ତେବେ ଏଯାଏଁ ଘଟଣାର ଖିଅ ପାଇନଥିବା ବେଳେ କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇନାହିଁ । ଅନ୍ୟପଟେ ପୁଲିସକୁ ତଦନ୍ତରେ ସାହାଯ୍ୟ କରୁଛି କ୍ରାଇମବ୍ରାଞ୍ଚ ଟିମ । ପୁଲିସ କାହାକୁ ଗିରଫ କରି ନଥିବାରୁ ପୁଲିସ ଉପରୁ ପରିବାର ଲୋକଙ୍କ ଭରସା ଉଠିଯାଇଛି ବୋଲି କହିଛନ୍ତି ସୌମ୍ୟଙ୍କ ଭାଇ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe