Advertisment

ବାହାନଗା ଟ୍ରେନ ଟ୍ରାଜେଡି; ଆସିଷ୍ଟାଣ୍ଟ ଷ୍ଟେସନ ମାଷ୍ଟର ସମେତ ୨ରେଳ କର୍ମଚାରୀଙ୍କୁ ଉଠାଇନେଲା ସିବିଆଇ

କୌଣସି ଏକ ଅଜ୍ଞାତ ସ୍ଥାନକୁ ନେଇ ୩ କର୍ମଚାରୀଙ୍କୁ ପଚରାଉଚରା କରୁଛି ସିବିଆଇ।

author-image
Tapaswini Nayak
ଅଦ୍ୟତନ ହୋଇଛି
Train Accident

Train Accident

ବାହାନଗା ଟ୍ରେନ ଦୁର୍ଘଟଣାରେ ୩ ଜଣଙ୍କୁ ସିବିଆଇ ଉଠାଇ ନେଇଥିବା ଚର୍ଚ୍ଚା ହେଉଛି। ଦୁର୍ଘଟଣାର ତଦନ୍ତ କରୁଥିବା ସିବିଆଇ ଟିମ୍ ରେଲୱେର୨ କର୍ମଚାରୀଙ୍କୁ ଉଠାଇ ନେଇଥିବା ସୂଚନା ମିଳିଛି। ଜଣେ ଆସିଷ୍ଟାଣ୍ଟ ଷ୍ଟେସନ ମାଷ୍ଟର ଓ ଜଣେ ଟେକ୍ନିସିଆନଙ୍କୁ ସିବିଆଇ ଉଠାଇ ନେଇଥିବା ଜଣାପଡିଛି। କୌଣସି ଏକ ଅଜ୍ଞାତ ସ୍ଥାନକୁ ନେଇ ୨ କର୍ମଚାରୀଙ୍କୁ ପଚରାଉଚରା କରୁଛି ସିବିଆଇ। ତେବେ ଏ ନେଇ ସିବିଆଇ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ । ସେମାନଙ୍କ ଫୋନ୍‌କୁ ସିବିଆଇ ସିଜ୍ କରିଥିବା ଜଣାପଡ଼ିଛି।

Advertisment

କାହାର ଭୁଲ ପାଇଁ ବାହାନଗାରେ ଟ୍ରେନ ଦୁର୍ଘଟଣା ଘଟିଲା। ନା ଏଥିରେ କିଛି ବୈଷୟିକ ତ୍ରୁଟି ରହିଛି। ଗ୍ରୀନ ସିଗନାଲ ସତ୍ତ୍ୱେ କରମଣ୍ଡଳ ଏକ୍ସପ୍ରେସ କିପରି ମାଲବାହୀ ଗାଡି ଉପରେ ଚଢିଗଲା। ଟ୍ରେନ ଲାଇନଚ୍ୟୁତ କାହିଁକି ହେଲା। ଏ ସମସ୍ତ ଦିଗକୁ ନେଇ ଛାନଭିନ କରୁଛି ସିବିଆଇ। ରେଳ ବିଭାଗ ପକ୍ଷରୁ ସିବିଆଇକୁ ତଦନ୍ତ ଦାୟିତ୍ୱ ମିଳିବା ପରେ ତନାଘନା କରୁଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା। ଆଜି ସିବଆଇ ତଦନ୍ତର ଶେଷ ଦିନ। ଆଜି ସିବିଆଇ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରି କେମିତି ଦୁର୍ଘଟଣା ଘଟିଲା ସେ ବିଷୟରେ ସୂଚନା ଦିଆଯିବ ବୋଲି ଚର୍ଚ୍ଚା ହେଉଛି। 

ଦୁର୍ଘଟଣାସ୍ଥଳରେ ଫରେନସିକ ଟିମ୍ ସହାୟତାରେ ସିବିଆଇ ତଦନ୍ତ କରୁଛି। ସିବିଆଇର ୩ଟି ଟିମ୍ ଭାଗ ଭାଗ ହୋଇ ଦୁର୍ଘଟଣାସ୍ଥଳରେ ଯାଞ୍ଚ କରିବା ସହ ବିଭିନ୍ନ ମେସିନ ଏବଂ କାଗଜପତ୍ର ଯାଞ୍ଚ କରିଛି। 

Advertisment

ସୂଚନାଯୋଗ୍ୟ, ଗତ ୨ ତାରିଖରେ ବାହାନଗାରେ ଭୟଙ୍କର ଟ୍ରେନ ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ୨୮୮ ଜଣଙ୍କର ମୃତ୍ୟୁ ଘଟିଥିଲା ବେଳେ ୨ଶହରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ।  ଆହତମାନଙ୍କର ବିଭିନ୍ନ ମେଡିକାଲରେ ଚିକିତ୍ସାଜାରି ରହିଛି। 

Balasore OIdisha Train Accident