Advertisment

ପ୍ରସିଦ୍ଧ ଚନ୍ଦନେଶ୍ଵର ଚଡକ ପର୍ବ ଶୁଭାରମ୍ଭ

ମହାମାରୀ କରୋନା ପାଇଁ ୩ ବର୍ଷ ପରେ ସର୍ବସାଧାରଣଙ୍କ ପାଇଁ ମେଳା ହୋଇଛି। ପାଟଭକ୍ତ ହରିଶ୍ଚନ୍ଦ୍ର ସାହୁ ଓ ଦେଉଳିଆ ଅଜିତ ପାତ୍ରଙ୍କ ଘରକୁ ଯାଇ ବାବ୍ୟକାରମାନେ ପାରମ୍ପରିକ ବାଦ୍ୟ ବଜାଇ ମନ୍ଦିରକୁ ଆଣିଥିଲେ।

Chadak Mela

Chadak Mela

Advertisment

ପୂର୍ବ ଭାରତର ପ୍ରସିଦ୍ଧ ଶୈବପୀଠ ଚନ୍ଦନେଶ୍ଵର ଜୀଉଙ୍କ ବିଶ୍ୱ ପ୍ରସିଦ୍ଧ ଚଡକ ପର୍ବ ଆଜି ପାଖରୁ ଶୁଭାରମ୍ଭ ହୋଇଛି। ଆଜି ପର୍ବର ୧୧ ଅର୍ଘ୍ୟରେ ପାଟଭକ୍ତ, ଦେଉଳିଆଙ୍କ ସମେତ ୧୩ ଜଣ ଭକ୍ତ ଗଳାରେ ପଇତା ଧାରଣ କରିଛନ୍ତି। ହୁଗୁଳି ପଞ୍ଚାୟତ ଅଧୀନ ବିନ୍ଧା ପଦ୍ମପୁର ଗାଁର ସୁଧାଂଶୁ ଶେଖର ପ୍ରଧାନଙ୍କ ବାଡିରୁ ପଡା ବାଉଁଶ ଛେଦନ କରାଯାଇଛି।

Advertisment

ବାଲେଶ୍ୱର ଜିଲ୍ଲା ଭୋଗରାଇର ଚନ୍ଦନେଶ୍ଵର ଚଡ଼କ ମେଳାରେ ପ୍ରତିବର୍ଷ ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଆନ୍ତି। ମହାମାରୀ କରୋନା ପାଇଁ ୩ ବର୍ଷ ପରେ ସର୍ବସାଧାରଣଙ୍କ ପାଇଁ ମେଳା ହୋଇଛି। ପାଟଭକ୍ତ ହରିଶ୍ଚନ୍ଦ୍ର ସାହୁ ଓ ଦେଉଳିଆ ଅଜିତ ପାତ୍ରଙ୍କ ଘରକୁ ଯାଇ ବାବ୍ୟକାରମାନେ ପାରମ୍ପରିକ ବାଦ୍ୟ ବଜାଇ ମନ୍ଦିରକୁ ଆଣିଥିଲେ। ଶ୍ରୀଜୀଉଙ୍କ ଆଜ୍ଞାମାଳ ଆସିବା ପରେ ଭକ୍ତମାନେ ଉପବୀତ ଧାରଣ କରିଥିଲେ। ପରେ ପଡା ବାଉଁଶ ଛେଦନ ପାଇଁ ବାହାରି ଥିଲେ। ମନ୍ଦିରରୁ ଏକ ବିଶାଳ ପଟୁଆରରେ ସେବାୟତ, ବାଦ୍ୟକାର ଓ ଉପବୀତଧାରୀ ଭକ୍ତମାନେ ଚନ୍ଦନେଶ୍ଵର ବଜାର ପରିକ୍ରମା କରି ଧ୍ୱଜ ବାଉଁଶ ଛେଦନ ପାଇଁ ଯାଇଥିଲେ। ସେଠାରୁ ପୁଣି ମନ୍ଦିରକୁ ଫେରିବା ବେଳେ ରାସ୍ତାର ଉଭୟ ପାର୍ଶ୍ୱରେ ମହିଳାମାନେ ଶଙ୍ଖଧ୍ୱନି କରିଥିଲେ। ମନ୍ଦିର ପରିକ୍ରମା ପରେ ଅର୍ଘ୍ୟଦାନ ହୋଇଥିଲା। ଏଥିପାଇଁ ପୁଲିସ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ରିପୋର୍ଟ-ଜଳେଶ୍ୱରରୁ ଅଜିତ ଦାସ

Balasore
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe