90
ବାଲେଶ୍ୱର(ରଶ୍ମୀରଞ୍ଜନ ଦାସ):ବାଲେଶ୍ୱର ସହରରେ ଥିବା ଚାରୁ ଓ କାରୁକଳା ମହାବିଦ୍ୟାଳୟରେ ୨୦୧୯ ହୋଲି ଉତ୍ସବ ପାଳନ ବେଳେ ଅଧ୍ୟକ୍ଷ କିଛି ପିଲାଙ୍କୁ ନାଚିବା ପାଇଁ କହିଥିବା ନେଇ ଅଭିଯୋଗ ହୋଇଥିଲା। ନ ନାଚିଲେ ମାର୍କ କମାଇଦେବା ଭଳି କିଛି ଅଡିଓ ଭାଇରାଲ୍ ହୋଇଥିଲା। ଅଧ୍ୟକ୍ଷଙ୍କ ବିରୋଧରେ ଆଜି କିଛି ପିଲା ଅତିରିକ୍ତ ଜିଲ୍ଲାପାଳଙ୍କୁ ଲିଖିତଭାବେ ତାଙ୍କ ବିରୋଧରେ ତଦନ୍ତ ପାଇଁ ଦାବି କରିଛନ୍ତି।
ସେପଟେ ଏହି ଘଟଣାପରେ ପ୍ରଥମଥରପାଇଁ ମୁହଁ ଖୋଲିଛନ୍ତି କଲେଜର ଅଧ୍ୟକ୍ଷ ନିକୁଞ୍ଜ ବିହାରୀ ଦାସ। ସେ କହିଛନ୍ତି ହୋଲି ଉତ୍ସବ ପାଳନ ବେଳେ ସେ କିଛି କଥା ମଜ୍ଜାରେ କହିଥିଲେ । ଖାତାରେ ନମ୍ବର କମାଇବା ବଢ଼ାଇବା ତାଙ୍କ ହାତରେ ନାହିଁ । କେବଳ ତାଙ୍କୁ ଓ କଲେଜକୁ ବଦନାମ କରିବାପାଇଁ କିଛି ତଥାକଥିତ ଚିତ୍ରକର କିଛି ପୁରାତନ ପିଲାଙ୍କୁ ନେଇ ଏମିତି ଅଭିଯୋଗ ଆଣିଛନ୍ତି। ବର୍ତ୍ତମାନର ପିଲା କେହି ଏହିଭଳି ଅଭିଯୋଗ କରି ନାହାନ୍ତି।
ଏହା ହେଉଛି ମୁଁ କରିଥିବା କଲେଜ ବିରୋଧରେ ଏକ ଷଡ଼ଯନ୍ତ୍ର। ସେମାନଙ୍କ ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ। ମତେ ବଦନାମ କରିବା ପାଇଁ କିଛି ପିଲାଙ୍କର ଏହା ଚକ୍ରାନ୍ତ। ଯେଉଁ ହୋଲି କଥା ଉଠୁଛି ତାହା ହେଉଛି ୨୦୧୯ ମସିହାର କଥା। ୨୦୨୦ରେ ହୋଲି ଖେଳ ବନ୍ଦ ଥିଲା। ଯଦି ସେତେବେଳେ ଏମିତି କିଛି ହୋଇଥିଲା ତାହା ସେତେବେଳେ କାହିଁକି ଅଭିଯୋଗ କଲେ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/06/90.jpg)