Advertisment

ବରକୋଳି ଭାବି କାଚ ଗୁଲିକୁ ଗିଳିଦେଲା ୩ ବର୍ଷର ଶିଶୁ

ସୌଭାଗ୍ୟବଶତଃ ପିଲାଟି ଭଲ ଅଛି। ଡାକ୍ତରମାନେ ପିଲାଟିର ପେଟରୁ କାଚ ଗୁଲି କାଢ଼ିବାକୁ ଉଦ୍ୟମ ଚଳାଇଛନ୍ତି

author-image
Tapaswini Nayak
ଅଦ୍ୟତନ ହୋଇଛି
soro

soro

ବରକୋଳି ଭାବି କାଚ ଗୁଲିକୁ ଗିଳିଦେଲା ୩ ବର୍ଷର ଶିଶୁା । ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ପୁରୁଷୋତ୍ତମପୁର ଗାଁରେ ଏହି ଘଟଣା ଘଟିଛି। ପିଲାଟିକୁ ଡାକ୍ତରଖାଗରେ ଭର୍ତ୍ତି କରାଯାଇଛି।

Advertisment

ଗତକାଲି ଶିଶୁଟି ନିଜ ବାଡ଼ିରେ ସାଙ୍ଗମାନଙ୍କ ସହ ଖେଳୁଥିଲା ବେଳେ ବରକୋଳି ଭାବି କାଚ ଗୁଲିକୁ ଗିଳି ଦେଇଥିଲା। ପେଟରେ ଯନ୍ତ୍ରଣା ହେବାରୁ ପରିବାର ଲୋକେ ପିଲାଟିକୁ ସୋର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଅଲଟ୍ରାସାଉଣ୍ଡ କରିବା ପରେ ପିଲାଟି କାଚ ଗୋଲି ଗିଳିଦେଇଥିବା ଜଣାପଡ଼ିଥିଲା। କିଛି ସମୟ ଭିତରେ ପିଲାଟି ମଳତ୍ୟାଗ କରିଥିଲା। ମଳତ୍ୟାଗରେ ୨ଟି କାଚ ଗୁଲି ବାହାରିଥିଲା ବେଳେ ଆଉ ଗୋଟିଏ କାଚ ଗୁଲି ପିଲାଟିର ପେଟରେ ରହିଯାଇଥିଲା। ଶିଶୁଟିର ଅବସ୍ଥା ଗୁରୁତର ହୋଇଥିବାରୁ ତାକୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଡାକ୍ତରମାନେ ପିଲାଟିର ପେଟରୁ କାଚ ଗୁଲି କାଢ଼ିବାକୁ ଉଦ୍ୟମ ଚଳାଇଛନ୍ତି।