ବାହାନଗାରେ ଭୟାବହ ଟ୍ରେନ୍ ଦୁର୍ଘଟଣା: ଘଟଣାସ୍ଥଳକୁ ଗଲେ ଓଡ୍ରାଫ୍ ଓ ଏନଡିଆରଏଫ ଟିମ୍‌

ଆଜି ସନ୍ଧ୍ୟା ପ୍ରାୟ ୭ଟା ୧୫ମିନିଟ ସମୟରେ ବାହାନଗା ଷ୍ଟେସନ ନିକଟରେ କରମଣ୍ଡଳ ଏକ୍ସପ୍ରେସ୍ ଟ୍ରେନକୁ ଏକ ମାଲବାହୀ ଟ୍ରେନ ଧକ୍କା ଦେଇଥିଲା । ଦୁଇ ଟ୍ରେନ ମୁହାଁମୁହିଁ ଧକ୍କା ହେବାପରେ ୫ଟି ବଗି ଓଲଟି ପଡ଼ିଛି ।

Train PhotoOR

ଓଲିଟି ପଡ଼ିଛି ଟ୍ରେନ୍‌ ଇଞ୍ଜିନ

Ordigital Desk
  • Published: Friday, 02 June 2023
  • Updated: 02 June 2023, 08:06 PM IST

Sports

Latest News

ବାଲେଶ୍ୱରର ବାହାନଗା ଷ୍ଟେସନ ନିକଟରେ ଭୟାବହ ଟ୍ରେନ ଦୁର୍ଘଟଣାରେ ୫ରୁ ୬ଟି ଯାତ୍ରୀବାହୀ ବଗି ଓଲଟି ପଡ଼ିଛି । ପ୍ରାୟ ୪୦୦ ଯାତ୍ରୀ ଏବେବି ଟ୍ରେନ ତଳେ ଚାପି ହୋଇ ରହିଥିବା ବେଳେ ଉଦ୍ଧାର କାର୍ଯ୍ୟ ପାଇଁ ଓଡ୍ରାଫ ଓ ଏନଡିଆରଏଫ୍‌ ଟିମକୁ ଘଟଣାସ୍ଥଳକୁ ଯିବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ବାଲେଶ୍ୱର ଜିଲ୍ଲାପାଳଙ୍କୁ ତୁରନ୍ତ ଘଟଣାସ୍ଥଳକୁ ଯାଇ ସ୍ଥାନୀୟ ପ୍ରଶାସନ ସହାୟତାରେ ଉଦ୍ଧାର ଓ ରିଲିଫ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ରାତିର ଅନ୍ଧାର ଯୋଗୁ ଉଦ୍ଧାର କାର୍ଯ୍ୟରେ ସମସ୍ୟା ଲାଗି ରହିଥିବାବେଳେ ଖବର ଲେଖାଯିବା ପର୍ଯ୍ୟନ୍ତ ପ୍ରଶାସନ ଘଟଣାସ୍ଥଳରେ ପହଂଚି ନଥିବା ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁସାରେ, ଆଜି ସନ୍ଧ୍ୟା ପ୍ରାୟ ୭ଟା ୧୫ମିନିଟ ସମୟରେ ବାହାନଗା ଷ୍ଟେସନ ନିକଟରେ କରମଣ୍ଡଳ ଏକ୍ସପ୍ରେସ୍ ଟ୍ରେନକୁ ଏକ ମାଲବାହୀ ଟ୍ରେନ ଧକ୍କା ଦେଇଥିଲା । ଦୁଇ ଟ୍ରେନ ମୁହାଁମୁହିଁ ଧକ୍କା ହେବାପରେ ୫ଟି ବଗି ଓଲଟି ପଡ଼ିଛି । ଏହି ବଗିରେ ଥିବା ପ୍ରାୟ ୪୦୦ ଲୋକ ଏବେବି ଟ୍ରେନ ତଳେ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି । ପ୍ରାରମ୍ଭିକ ଭାବେ ମୃତାହତଙ୍କ ସଂଖ୍ୟା ଜଣା ପଡ଼ିନଥିଲେ ମଧ୍ୟ ଭୟଙ୍କର ଦୁର୍ଘଟଣା ଯୋଗୁ ଏହି ସଂଖ୍ୟା ଅଧିକ ହେବାର ଆଶଙ୍କା କରାଯାଉଛି ।

Also Read

ଏପଟେ ରାଜ୍ୟ ସରକାର ଦୁର୍ଘଟଣାସ୍ଥଳରେ ଉଦ୍ଧାର ଓ ସର୍ଚ୍ଚ ଅପରେସନ୍ ଚଳାଇବାକୁ ବାଲେଶ୍ୱରଠାରେ ଥିବା ଓଡ଼୍ରାଫ ଟିମକୁ ଘଟଣାସ୍ଥଳକୁ ପଠାଇଥିବାବେଳେ ଯାହା ସହାୟତା ଦରକାର ପଡ଼ିବ ତାହା ଯୋଗାଇ ଦିଆଯିବ ବୋଲି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏନଡିଆରଏଫ ଟିମକୁ ମଧ୍ୟ ଘଟଣାସ୍ଥଳକୁ ପଠାଯାଇଛି ।

ତେବେ ଗୋଟିଏ ଟ୍ରକରେ ଦୁଇଟି ଟ୍ରେନ କିଭଳି ଯାତାୟତ ପାଇଁ ଅନୁମତି ପାଇଥିଲେ ଓ ଦୁର୍ଘଟଣାର ପ୍ରାୟ ୩୦ରୁ ୪୦ ମିନିଟ ପରେ ବି ଉଭୟ ରେଳବାଇ କିମ୍ବା ସ୍ଥାନୀୟ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ନପହଂଚିବାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story