ଖୋଲୁଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ମହାଦୁର୍ନୀତି

ସୋର (ନିରଞ୍ଜନ ବେହେରା): ଦିନକୁ ଦିନ ଖୋଲୁଛି  ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ମହାଦୁର୍ନୀତି l ଗ୍ରାମାଞ୍ଚଳରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗରିବଲୋକଙ୍କୁ ଘର ଯୋଗାଉଛନ୍ତି । କିନ୍ତୁ ଏହାର ତଦାରଖ କେମିତି ଚାଲୁଛି ତାହା ଆପଣ ନଦେଖିଲେ ବିଶ୍ୱାସ କରିପାରିବେନି l ଅଧା ଗଢ଼ା ଘର କରି ସମ୍ପୂର୍ଣ୍ଣ ବିଲ ନେଇ ଏବେ ଠିକାଦାର ଫେରାର l ତେଣୁ କିଏ ଝୁମ୍ପୁଡି ଘରେ ରହୁଛି ତ ଆଉ କିଏ ପ୍ଳାଷ୍ଟର ହୋଇନଥିବା ଘରେ ରହୁଛି […]

590

590

Tapas Behera
  • Published: Saturday, 11 September 2021
  • Updated: 11 September 2021, 04:57 PM IST

Sports

Latest News

ସୋର (ନିରଞ୍ଜନ ବେହେରା): ଦିନକୁ ଦିନ ଖୋଲୁଛି  ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ମହାଦୁର୍ନୀତି l ଗ୍ରାମାଞ୍ଚଳରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗରିବଲୋକଙ୍କୁ ଘର ଯୋଗାଉଛନ୍ତି । କିନ୍ତୁ ଏହାର ତଦାରଖ କେମିତି ଚାଲୁଛି ତାହା ଆପଣ ନଦେଖିଲେ ବିଶ୍ୱାସ କରିପାରିବେନି l ଅଧା ଗଢ଼ା ଘର କରି ସମ୍ପୂର୍ଣ୍ଣ ବିଲ ନେଇ ଏବେ ଠିକାଦାର ଫେରାର l ତେଣୁ କିଏ ଝୁମ୍ପୁଡି ଘରେ ରହୁଛି ତ ଆଉ କିଏ ପ୍ଳାଷ୍ଟର ହୋଇନଥିବା ଘରେ ରହୁଛି l ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକରେ l

ଔପଦା ବ୍ଲକ ଗଡ଼ସାହି ପଞ୍ଚାୟତର ପଣ୍ଡୁଆ ଓ ପଥରପଦା ଗାଁରେ ମାକିଡ଼ିଆ ସମ୍ପ୍ରଦାୟ ଲୋକ ବସବାସ କରନ୍ତି। ଏମାନେ ହେଉଛନ୍ତି ଅତ୍ୟନ୍ତ ଗରିବଶ୍ରେଣୀର ଲୋକ l ଏହି ଗାଁରେ ପାଖାପାଖି ୪୦ରୁ ଊର୍ଦ୍ଧ ପରିବାର ବସବାସ କରୁଛନ୍ତି l ଏମାନେ ୨୦୨୦-୨୧ ଆର୍ଥିକ ବର୍ଷରେ ଘର ପାଇଥିଲେ । କିନ୍ତୁ ଘର କରିବାପାଇଁ ଜଣେ ଠିକାଦାର ସେମାନଙ୍କର ସମସ୍ତ କିସ୍ତି ଟଙ୍କା ନେଇଯାଇଥିଲେ ମଧ୍ୟ ତାଙ୍କର ଘର ଗୁଡିକୁ ସମ୍ପୂର୍ଣ କରିନଥିଲେ l ତେଣୁ ଏମାନେ ଏହି ଅସମ୍ପୂର୍ଣ ଘର ଭିତରେ ଆଶ୍ରୟ ନେଉଛନ୍ତି l ଏହି ଘର ଭିତରେ ମାଟିପକାଇ ଛାଡିଦେବା ସହିତ କାନ୍ଥକୁ ପ୍ଲାଷ୍ଟର କରିନାହାନ୍ତି l ଆଉ ଠିକାଦାର ସେମାନଙ୍କର ବ୍ୟାଙ୍କ ଏଟିଏମ ଓ ପାସବୁକ୍  ନେଇଯାଇଛନ୍ତି l

ବର୍ଷା ହେଲେ ଠିକାଦାର ତିଆରି କରିଥିବା ଘରର ଛାତ ଆଗକୁ ବାହାରିନଥିବାରୁ ଘରଭିତରକୁ ପାଣି ପଶିଯାଉଛି l ପାଖରେ ଥିବା କାନ୍ଥରେ ପ୍ଳାଷ୍ଟର ହୋଇନାହିଁ l ଆଉ କିଛି ଘରେ ଟିଣରେ କବାଟ ଲାଗିଛି l ହିତାଧିକାରୀଙ୍କ କହିବା କଥା ଠିକାଦାର ଯେତେବେଳେ ଘର ତିଆରିକଲେ କବାଟ ଓ ଝରକା ଲଗାଇଥିଲେ । ଆଉ ବ୍ଲକର କର୍ମଚାରୀ ଫଟୋ ଉଠାଇନେବା ପରେ ପୁଣି କବାଟ ଓ ଝରକା ଖୋଲି ନେଇଗଲେ l ତେଣୁ ଏଥିରୁ ସରକାରଙ୍କର ବିକାଶର ଚିତ୍ର ସ୍ପଷ୍ଟ ବାରି ହେଉଛି  l ଏଥିସହିତ ଗାଁରେ ଟ୍ରାନ୍ସଫରମର ଅଛି । କିନ୍ତୁ ଘରଗୁଡିକୁ ବିଦ୍ୟୁତ ସଂଯୋଗ ହୋଇନଥିବା ବେଳେ ଘର କରିଥିବା ସ୍ଥାନରେ ତାଙ୍କୁ ଜମିପଟ୍ଟା ମିଳିନାହିଁ। ତେଣୁ ଏ ବାବଦରେ ଔପଦା ବିଡ଼ିଓଙ୍କୁ ପଚାରିବାରୁ ତଦନ୍ତ କରିବା କଥା କହିଛନ୍ତି l ତେବେ କେବେ ଗରିବ ଲୋକଙ୍କୁ ପ୍ରଶାସନ ସହଯୋଗର ହାତ ବଢ଼ାଉଛି ଏବଂ   ଅଧାପନ୍ତରିଆ ଘର କରିଥିବା ଠିକାଦାର ଉପରେ କେବେ କାର୍ଯ୍ୟାନୁଷ୍ଠାନ ହେଉଛି ତାକୁ ହିଁ ଅପେକ୍ଷା l

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos