ଜଳେଶ୍ୱର (ଅଜିତ୍ କୁମାର ଦାସ): ଘରୋଇ କଳହ ହେଲା କାଳ। ଘର ଭିତରୁ ମିଳିଲା ଦମ୍ପତିଙ୍କ ମୃତଦେହ। ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ବାଲିବିଲ ଗ୍ରାମରେ ଘଟିଛି ଏଭଳି ହୃଦୟ ବିଦାରକ ଘଟଣା। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ଜଣା ପଡ଼ିନାହିଁ।
ବାଲିଆପାଳ ଥାନା ଅନ୍ତର୍ଗତ ବାଲିବିଲ ଗ୍ରାମର ଲକ୍ଷ୍ମୀଧର ଜ୍ୟୋତିଙ୍କ ପୁଅ ଜଗନ୍ନାଥ ଗତ ବର୍ଷ ରୁନୁ ଜ୍ୟୋତିଙ୍କୁ ବିବାହ କରିଥିଲେ। ତେବେ ଆଜି କୌଣସି ଏକ ଘରୋଇ ସମସ୍ୟାକୁ ନେଇ ପତି ଓ ପତ୍ନୀଙ୍କ ମଧ୍ୟରେ କଳହ ଆରମ୍ଭ ହୋଇଥିଲା। ତେବେ ଏହି କଳହ ପରବର୍ତ୍ତୀ ସମୟରେ ଅତି ସାଙ୍ଘାତିକ ହୋଇପଡ଼ିଥିଲା।
ଅପରାହ୍ନରେ ଘରେ ଅନ୍ୟ କେହି ସଦସ୍ୟ ନଥିବା ସମୟରେ ଉଭୟ ଦମ୍ପତି ଗୋଟିଏ ଘର ଭିତରେ ରଶି ଲଗାଇ ଝୁଲି ପଡ଼ିଛନ୍ତି। ପରିବାର ଲୋକେ ସନ୍ଧ୍ୟା ସମୟରେ ଘରକୁ ଫେରି ସ୍ୱାମୀ ଓ ସ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ପାଇଲେ। ପରିବାର ଲୋକେ ତୁରନ୍ତ ବାଲିଆପାଳ ପୁଲିସକୁ ଏ ନେଇ ଖବର ଦେଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ବଲ୍ ପାଇଁ ସାନ ଭାଇ ସହିତ ହୋଇଥିଲା ଝଗଡ଼ା, ଗଛରୁ ମିଳିଲା ଝୁଲନ୍ତା ମୃତଦେହ
ପଞ୍ଚମ ଶ୍ରେଣୀରେ ପଢୁଥିବା ସାନ ଭାଇ ବୁଝି ଯାଇଥିଲେ, କିନ୍ତୁ ଯୁକ୍ତ ଦୁଇରେ ପଢୁଥିବା ଗୌତମ ବୁଝି ନଥିଲେ।
Accident
ବାପାଙ୍କ ସହ ଟ୍ୟୁସନରୁ ଫେରୁଥିବା ବେଳେ ପିଟି ଦେଲା ଟ୍ରାକ୍ଟର, ୬ ବର୍ଷର ଶିଶୁ କନ୍ୟା ମୃତ
ଦ୍ରୁତ ଗତିରେ ଆସୁଥିବା ଟ୍ରାକ୍ଟର ଧକ୍କାରେ ପ୍ରଦୀପ ଓ ସୁପ୍ରିୟା ବାଇକ୍ରୁ ଛିଟିକି ପଡ଼ିଥିଲେ।
Miscellaneous
ପୂରଣ ହେଲା ନୀଳଗିରିବାସୀଙ୍କ ସ୍ୱପ୍ନ
ଟ୍ରେନଟି ପ୍ରତିଦିନ ତିନି ଥର ନୀଳଗିରିରୁ ବାଲେଶ୍ୱରକୁ ଯିବା ଆସିବା କରିବ।
Crime
ଧରମ ବାପା ଥିଲେ; ସ୍ୱାମୀ କରିବାକୁ ଚାହୁଁଛି !
୨୫ ବର୍ଷୀୟ ଯୁବତୀଙ୍କୁ ଧରମ ଝିଅ କରିଥିଲେ। ପରେ ତାଙ୍କୁ ନିଜଘରକୁ ନେଇ ଯାଇଥିଲେ। ନିଜ ଝିଅ ଠାରୁ ଅଧିକ ଯତ୍ନ ନେଉଥିଲେ। ହେଲେ କିଛି ଦିନର ରହଣୀ ଭିତରେ ସେ ଧରମ ଝିଅ ଉପରେ ପାପ ନଜର ପକାଇ ଥିଲେ। ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବା ପାଇଁ ଚାହିଁ ଥିଲେ।