Advertisment

୧୧ ଦିନ ପରେ ଶୋଇବା ଘର ମାଟିତଳୁ ବାହାରିଲା ମୃତଦେହ

ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ବଡ଼ ପୁଅ ସହ ମିଶି ସାନ ପୁଅକୁ ହତ୍ୟା କଲା ଜନ୍ମ କଲା ମା’। ଅପରାଧ ଲୁଚାଇବାକୁ ଘର ଭିତରେ ଗାତ ଖୋଳି ଶବକୁ ପୋତିଦେଲେ ଉଭୟ ମା’ ଓ ପୁଅ। ଏମିତି ଏକ ଜଘନ୍ୟ ଅପରାଧ ଘଟିଛି ବାଲେଶ୍ୱର ସୋର ଥାନା ବାହାନଗାରେ। ଖବର ଅନୁସାରେ ଗତ ୧୨ ତାରିଖ ରାତି ୧୧ଟା ସମୟରେ ମଦ ପିଇ ସାନପୁଅ ବଳରାମ ଘରକୁ ଫେରିବା ପରେ କୌଣସି କଥାକୁ ନେଇ ଉଭୟ ମା’ […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
୧୧ ଦିନ ପରେ ଶୋଇବା ଘର ମାଟିତଳୁ ବାହାରିଲା ମୃତଦେହ

balasore

ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ବଡ଼ ପୁଅ ସହ ମିଶି ସାନ ପୁଅକୁ ହତ୍ୟା କଲା ଜନ୍ମ କଲା ମା'। ଅପରାଧ ଲୁଚାଇବାକୁ ଘର ଭିତରେ ଗାତ ଖୋଳି ଶବକୁ ପୋତିଦେଲେ ଉଭୟ ମା' ଓ ପୁଅ। ଏମିତି ଏକ ଜଘନ୍ୟ ଅପରାଧ ଘଟିଛି ବାଲେଶ୍ୱର ସୋର ଥାନା ବାହାନଗାରେ।

Advertisment

ଖବର ଅନୁସାରେ ଗତ ୧୨ ତାରିଖ ରାତି ୧୧ଟା ସମୟରେ ମଦ ପିଇ ସାନପୁଅ ବଳରାମ ଘରକୁ ଫେରିବା ପରେ କୌଣସି କଥାକୁ ନେଇ ଉଭୟ ମା' ଏବଂ ପୁଅଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ବଚସା ଉଗ୍ରରୂପ ଧାରଣ କରିବା ପରେ ମା' ସୁକୁରୀ ଜେନା ଏବଂ ବଡ଼ ପୁଅ ଜଗବନ୍ଧୁ ଜେନା ମଦ୍ୟପ ସାନ ପୁଅ ବଳରାମ ଜେନାଙ୍କୁ ଶାବଳରେ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ବଳରାମର ମୃତ୍ୟୁ ଘଟିଥିଲା।

ପୁଲିସ୍ ଜାଣିବା ଭୟରେ ବଳରାମକୁ ଶୋଇବା ଘର ଭିତରେ ଗାତ ଖୋଳି ଲୁଣ ଦେଇ ପୋତି ଦେଇଥିଲେ। ଏହାରି ଭିତରେ ୧୧ ଦିନ ବିତିଯାଇଥିଲେ ହେଁ, ଏହାର କୌଣସି ସୁରାକ ପାଇନଥିଲା ପୁଲିସ୍। କିନ୍ତୁ ଗତକାଲି ଖବର ପାଇବା ପରେ କୋଲକାତା ପୁଲିସ୍ ଆଜି ପହଞ୍ଚିଥିଲା।

Advertisment

ପୁଲିସ୍ ମା' ଓ ତା'ର ବଡ଼ ପୁଅକୁ ଗିରଫ କରିଥିବା ବେଳେ ସୋର ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ମାଟି ଖୋଳି ମୃତଦେହକୁ ଉଦ୍ଧାର କରିଛି। ପୁଲିସ୍ ଏବେ ଏହି ମାମଲାର ଅଧିକ ତଦନ୍ତ ଆରମ୍ଭ କରିଦେଇଛି।