Advertisment

‘ଟ୍ରେନ୍‌ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୨୮୦ ଛୁଇଁଲାଣି’

ବାଲେଶ୍ୱର ବାହାନଗାରେ ଗତ ରାତିରେ ଘଟିଥିବା ଭୟଙ୍କର ଟ୍ରେନ୍‌ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୨୮୦ରେ ପହଞ୍ଚିଲାଣି। ଏଥିସହ ୯ଶହରୁ ଅଧିକ ଗୁରୁତର ହୋଇ ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଏନେଇ ସୂଚନା ଦେଇଛନ୍ତି ଓଡ଼ିଶା ଅଗ୍ନିଶମ ଡିଜି ସୁଧାଂଶଉ ଷଢଙ୍ଗୀ ।

author-image
Niharika Rout
ଅଦ୍ୟତନ ହୋଇଛି
Train Tragedy

Train Tragedy

ବାଲେଶ୍ୱର ବାହାନଗାରେ ଗତ ରାତିରେ ଘଟିଥିବା ଭୟଙ୍କର ଟ୍ରେନ୍‌ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୨୮୦ରେ ପହଞ୍ଚିଲାଣି। ଏଥିସହ ୯ଶହରୁ ଅଧିକ ଗୁରୁତର ହୋଇ ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଏନେଇ ସୂଚନା ଦେଇଛନ୍ତି ଓଡ଼ିଶା ଅଗ୍ନିଶମ ଡିଜି ସୁଧାଂଶଉ ଷଢଙ୍ଗୀ । ଜାତୀୟ ଗଣମାଧ୍ୟମ ସଂସ୍ଥା ଇଣ୍ଡିଆ ଟୁଡେକୁ ଦେଇଥିବା ସାକ୍ଷାତକାରରେ ସେ ଏପରି କହିଛନ୍ତି। 

Advertisment

ଗତକାଲି ରାତିରେ ଘଟିଥିବା ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଦୀର୍ଘ ୧୪ ଘଣ୍ଟା ପରେ ଏବେବି ଉଦ୍ଧାର କାର୍ଯ୍ୟ ଶେଷ ହୋଇନି। ଏବେ ବି ଓଡିଆରଏଫ, ଏନଡିଆରଏଫ, ଅଗ୍ନିଶମ ବିଭାଗ କର୍ମଚାରୀ ଓ ଆର୍ମି ଘଟଣାସ୍ଥଳରେ ମୁତୟନ ହୋଇ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରୁଛନ୍ତି।

ଏନଡିଆରଏଫ ତରଫରୁ ୬ଟି ଟିମ୍‌ ମୁତୟନ ହୋଇଥିବା ବେଳେ ଡଗ୍‌ ସ୍କ୍ୱାର୍ଡ ଓ ମେଡିକାଲ ଟିମ୍‌ ବି ଘଟଣାସ୍ଥଳରେ ମୁତୟନ ହୋଇଥିବା ଜଣେ ସିନିୟର କମାଣ୍ଡର ପ୍ରକାଶ କରିଛନ୍ତି। ଏଥିସହ ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏବେ ବଗି ତଳୁ ମୃତଦେହ ବାହାର କରିବା ପ୍ରକ୍ରିୟା ଚାଲୁ ରହିଛି ।  

Advertisment

ଏଥିସହ ଟ୍ରେନ୍‌ ଦୁର୍ଘଟଣାରେ ମୃତକଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଉଛି। ମାତ୍ର ବହୁ ମୃତଦେହ ଚିହ୍ନଟ ହୋଇ ପାରୁ ନଥିବାରୁ ସେଗୁଡ଼ିକୁ କାହାକୁ ହସ୍ତାନ୍ତର କରାଯାଇ ପାରୁନି। ଦୁର୍ଘଟଣାସ୍ଥଳରେ ବି ଖୁବ୍‌ ହୃଦୟ ବିଦାରକ ଚିତ୍ର ଦେଖିବାକୁ ମିଳୁଛି। କାହାର ହାତ ତ କାହାର ଗୋଡ଼ ଟ୍ରାକ୍‌ ଉପରେ ପଡ଼ି ରହିଛି।

ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ ଆଜି ସକାଳେ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ପ୍ରଥମେ ଉଦ୍ଧାର କାର୍ଯ୍ୟ ସମେତ ଗୁରୁତରଙ୍କୁ ଚିକିତ୍ସା ଯୋଗାଇଦେବାକୁ ପ୍ରାଥମିକତା ଦିଆଯାଉଛି। ଏହାପରେ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଦୁର୍ଘଟଣାର କାରଣ ଖୋଜାଯିବ ବୋଲି ସେ କହିଛନ୍ତି। ଏହି ଦୁର୍ଘଟଣାର ମୃତକଙ୍କ ପ୍ରତି ସମବେଦନା ଜଣାଇବାକୁ ଆଜି ଓଡ଼ିଶା ଓ ତାମିଲନାଡ଼ୁରେ ଦିନିକିଆ ଶୋକ ପାଳନ କରାଯାଉଛି। 

ପୁଲିସ୍‌ ଡିଜି ସୁନୀଲ ବଂଶଲ ଘଟଣାସ୍ଥଳ ପରିଦର୍ଶନ କରି ଏହା ଏକ ଭୟଙ୍କର ଦୁର୍ଘଟଣା ବୋଲି କହିଛନ୍ତି। ଗୋଟିଏ ମାଲବାହୀ ଟ୍ରେନ୍‌ ଓ ୨ଟି ଯାତ୍ରୀବାହୀ ଟ୍ରେନ୍‌ ମଧ୍ୟରେ ଏହି ଦୁର୍ଘଟଣା ଘଟିଥିବାରୁ ମୃତକଙ୍କ ସଂଖ୍ୟା ଆହୁରି ବଢ଼ିବା ଆଶଙ୍କା କରାଯାଉଛି। ଘଟଣାସ୍ଥଳରେ  ୫ଟି ଓଡ୍ରାଫ ଟିମ୍‌ , ଓଡ଼ିଶା ଅଗ୍ନିଶମ ବିଭାଗର ବହୁ ଟିମ୍‌ ସମେତ ସେନା ବି ମୁତୟନ  ହୋଇଛନ୍ତି । ଏଥିରେ ମୃତକମାନେ ବିଭିନ୍ନ ରାଜ୍ୟର ହୋଇଥିବା ବେଳେ ତୁରନ୍ତ ସେମାନଙ୍କ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଉଛି ବୋଲି କହିଛନ୍ତି ଡିଜି।

ଏଥିସହ ସେ କହିଛନ୍ତି, ବହୁ ସଂଖ୍ୟାରେ ଟ୍ରେନ୍‌ ବଗି ଓଲଟି ପଡ଼ିଥିବାରୁ ଏହାକୁ ଟ୍ରାକ୍‌ରୁ ବାହାର କରିବାକୁ ଭାରୀ ଯନ୍ତ୍ରାଶଂ ଦରକାର। କୋଲକତାରୁ ଉକ୍ତ ଯନ୍ତ୍ରାଶଂ ମଗା ଯାଇଥିବା ବେଳେ ତାହା ପହଞ୍ଚିବା ପରେ ବି ଉଦ୍ଧାର କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରାଯାଇ ପାରିବ । ଏଥିନିମନ୍ତେ କିଛି ସମୟ ଦରକାର ବୋଲି କହିଛନ୍ତି ପୁଲିସ୍‌ ଡିଜି। 

Balasore Train Accident TrainMishapInOdisha