Advertisment

ମହିଳାଙ୍କ ୟୁଟ୍ରସ୍‌ ଅପରେସନ କରି ଅଧାରୁ ହାତ ଟେକି ଦେଲେ ଡାକ୍ତର

ଡାକ୍ତର ଘୋଷ, ଗୀତାଞ୍ଜଳିଙ୍କ ପେଟ କାଟି ଅପରେସନ୍‌ କରୁଥିଲେ। ତେବେ ହଠାତ୍‌ ଅପରେସନ ମଝିରେ ଓଟି ଭିତରକୁ ରଞ୍ଜନଙ୍କୁ ଡାକିଥିଲେ ଡାକ୍ତର ଘୋଷ। ଆଉ କହିଲେ, ଏଠାରେ ଅପରେସନ୍‌ ହୋଇପାରିବ ନାହିଁ। ପେସେଣ୍ଟକୁ କଟକ ନେଇଯାଅ।

Balasore

Balasore

Advertisment

ମହିଳାଙ୍କ ୟୁଟ୍ରସ୍‌ ଅପରେସନ କରି ଅଧାରୁ ହାତ ଟେକି ଦେଲେ ଡାକ୍ତର। ଆଉ କହିଲେ, ମୁଁ ଅପରେସନ୍‌ କରିପାରିବି ନାହିଁ, କଟକ ନେଇଯାଅ। ଚିକିତ୍ସା ସେବାର ଏପରି ବିକଳ ଚିତ୍ର ଆସିଛି ବାଲେଶ୍ୱର ଟାଉନ୍‌ରୁ। ଏନେଇ ମହିଳାଙ୍କ ସ୍ୱାମୀ ରଞ୍ଜନ କୁମାର ବିଶ୍ୱାର ଥାନାରେ ଅଭିଯୋଗ କରିଛନ୍ତି।

Advertisment

ଏତଲା ଦର୍ଶା ଯାଇଛି, ଦୀର୍ଘ ଦିନ ଧରି କୁରୁଡା ଅଞ୍ଚଳର ରଞ୍ଜନ କୁମାର ବିଶ୍ୱାଳଙ୍କ ପତ୍ନୀ ଗୀତାଞ୍ଜଳିଙ୍କ ପେଟ ଯନ୍ତ୍ରଣା ହେଉଥିଲା। ତେଣୁ ସେ ତାଙ୍କ ପତ୍ନୀଙ୍କୁ ଡାକ୍ତର ଅନୁପ କୁମାର ଘୋଷଙ୍କୁ ଦେଖାଇଥିଲେ। ତାଙ୍କ ପରାମର୍ଶରେ ଗୀତାଞ୍ଜଳି ଗତ ୨ ବର୍ଷ ହେଲା ଚିକିତ୍ସା ହେଉଥିଲେ। ତେବେ ୧୫ ଦିନ ତଳେ ଗୀତାଞ୍ଜଳି ମେଡ଼ିକାଲ୍‌ ଚେକ୍‌ଅପ୍‌ ପାଇଁ ଡାକ୍ତର ଅନୁପ କୁମାର ଘୋଷଙ୍କ ପାଖକୁ ଆସିଥିଲେ। ଚେକ୍‌ଅପ୍‌ କରିବା ପରେ ଅଲ୍‌ଟ୍ରାସାଉଣ୍ଡ କରିବାକୁ ପରାମର୍ଶ ଦେଇଥିଲେ। ଡାକ୍ତର ପରାମର୍ଶରେ ଗୀତାଞ୍ଜଳିଙ୍କର ଅଲ୍‌ଟ୍ରାସାଉଣ୍ଡ କରାଯାଇଥିଲା। ରଞ୍ଜନ ତାଙ୍କ ପତ୍ନୀଙ୍କ ଅଲ୍‌ଟ୍ରାସାଉଣ୍ଡ ରିପୋର୍ଟକୁ ଡାକ୍ତର ଘୋଷଙ୍କୁ ଦେଖାଇଥିଲେ। ରିପୋର୍ଟ ଦେଖିବା ପରେ ଗୀତାଞ୍ଜଳିଙ୍କ ୟୁଟ୍ରସ୍‌ ଅପରେସନ୍‌ କରିବାକୁ କହିଥିଲେ। କଥାବାର୍ତ୍ତା ପରେ ଡାକ୍ତରଙ୍କ ପରାମର୍ଶରେ ରଞ୍ଜନ ତାଙ୍କ ପତ୍ନୀଙ୍କୁ ଏକ ନର୍ସିଂହୋମ୍‌ରେ ଗତ ୫ ତାରିଖ ସକାଳେ ଭର୍ତ୍ତି କରିଥିଲେ। ସେହିଦିନ ଅପରାହ୍ନରେ ଗୀତାଞ୍ଜଳିଙ୍କୁ ଓଟିକୁ ନେଇଥିଲେ। ତା’ପରେ ଆରମ୍ଭ ହେଲା ଅପରେସନ୍‌ ବୋଲି ଏଫ୍‌ଆଇଆର୍‌ରେ ଦର୍ଶା ଯାଇଛି।

ଏଫ୍‌ଆଇଆରରେ ଆହୁରି ଲେଖାଯାଇଛି, ଡାକ୍ତର ଘୋଷ, ଗୀତାଞ୍ଜଳିଙ୍କ ପେଟ କାଟି ଅପରେସନ୍‌ କରୁଥିଲେ। ତେବେ ହଠାତ୍‌ ଅପରେସନ ମଝିରେ ଓଟି ଭିତରକୁ ରଞ୍ଜନଙ୍କୁ ଡାକିଥିଲେ ଡାକ୍ତର ଘୋଷ। ଆଉ କହିଲେ, ଏଠାରେ ଅପରେସନ୍‌ ହୋଇପାରିବ ନାହିଁ। ପେସେଣ୍ଟକୁ କଟକ ନେଇଯାଅ। ଡାକ୍ତର ଘୋଷଙ୍କଠାରୁ ଏପରି କଥା ଶୁଣିବା ପରେ ରଞ୍ଜନଙ୍କ ଅକଲ ଗୁଡୁମ୍‌ ହୋଇଯାଇଥିଲା। ସେ ସଙ୍ଗେ ସଙ୍ଗେ କହିଥିଲେ, ଆପଣ(ଡାକ୍ତର ଘୋଷ) ଏଠାରେ ଅଧା ଅପରେସନ କଲେ, ଏବେ ମୁଁ ତାଙ୍କୁ କଟକ ନେଇ କ’ଣ କରିବି? ରଞ୍ଜନଙ୍କଠାରୁ ଏପରି କଥା ଶୁଣିବା ପରେ ଗୀତାଞ୍ଜଳିଙ୍କ ପେଟ୍‌କୁ ସିଲାଇ କରି ବେଡ୍‌ରେ ପକାଇ ଦେଇଥିଲେ ଡାକ୍ତର ଘୋଷ। ଗତ ୩ ଦିନ ହେଲା ଗୀତାଞ୍ଜଳି ମେଡ଼ିକାଲ ବେଡ୍‌ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି। ଡାକ୍ତର ଘୋଷ କିନ୍ତୁ ଧରାଛୁଆଁ ଦେଉନାହାନ୍ତି। ଡାକ୍ତର ଓ ନର୍ସିଂହୋମ୍‌ ମାଲିକଙ୍କଠାରୁ ନ୍ୟାୟ ନପାଇ ରଞ୍ଜନ ଆଜି ଏନେଇ ଥାନାରେ ଅଭିଯୋଗ କରିଛନ୍ତି।

Advertisment

ସେପଟେ ନର୍ସିଂହୋମ୍‌ ମାଲିକ କହିଛନ୍ତି, ଅପରେସନ୍‌କୁ ଅଧାରୁ ଅଟକାଯାଇ ନାହିଁ। ପେସେଣ୍ଟଙ୍କ ଅଲ୍‌ଟ୍ରାସାଉଣ୍ଡ ରିପୋର୍ଟ ଭୁଲ ଥିବାରୁ ଅପରେସନ୍‌ ବେଳେ ଅଧିକ ଜଟିଳ ସ୍ଥିତି ଉପୁଜିବାରୁ ଡାକ୍ତର ଅପରେସନ କରିପାରିଲେ ନାହିଁ। ଏବେ ତାଙ୍କର ଚିକିତ୍ସା ଚାଲିଛି। ଡାକ୍ତର ପରାମର୍ଶ କଲେ ଅନ୍ୟତ୍ର ସ୍ଥାନାନ୍ତରିତ ହେବ ବୋଲି ନର୍ସିଂହୋମ୍‌ ମାଲିକ କହିଛନ୍ତି।

ତେବେ ଏନେଇ ଅନରେସନ୍‌ କରିଥିବା ଡାକ୍ତର ଓ ପୁଲିସ୍‌ର ପ୍ରତିକ୍ରିୟା ମିଳିପାରି ନାହିଁ।

Balasore
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe