Advertisment

ବାଲେଶ୍ୱର ସମୁଦ୍ରକୂଳରେ ଡଲଫିନ୍‌

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ସମୁଦ୍ରକୂଳରେ ମୃତ ଡଲଫିନ ଉଦ୍ଧାର। ଡଲଫିନ୍‌ଟି ଆହତ ହୋଇଥିବା ବେଳେ ଆଜି ତାର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସାଧାରଣତଃ ଗଭୀର ସମୁଦ୍ରରେ ଦେଖାଯାଉଥିବା ଡଲଫିନକୁ କୂଳରେ ଦେଖି ସ୍ଥାନୀୟ ଅଂଚଳବାସୀଙ୍କ ମଧ୍ୟରେ ଦେଶ କୌତୁହଳ ସୃଷ୍ଟି ହୋଇଥିଲା । ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ବେଳାଭୂମିର ୯ ମାଇଲ ଠାରେ ଏକ ଡଲଫିନ ସମୁଦ୍ର ଜୁଆରରେ ଭାସି ଆସିଥିଲା । ମାତ୍ର ଡଲଫିନଟି ଆଘାତ ପାଇଥିବା ବେଳେ ତା ମୁଣ୍ଡ ଭାଗରେ କ୍ଷତ ଚିହ୍ନ […]

ବାଲେଶ୍ୱର ସମୁଦ୍ରକୂଳରେ ଡଲଫିନ୍‌

tbm

Advertisment

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ସମୁଦ୍ରକୂଳରେ ମୃତ ଡଲଫିନ ଉଦ୍ଧାର। ଡଲଫିନ୍‌ଟି ଆହତ ହୋଇଥିବା ବେଳେ ଆଜି ତାର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସାଧାରଣତଃ ଗଭୀର ସମୁଦ୍ରରେ ଦେଖାଯାଉଥିବା ଡଲଫିନକୁ କୂଳରେ ଦେଖି ସ୍ଥାନୀୟ ଅଂଚଳବାସୀଙ୍କ ମଧ୍ୟରେ ଦେଶ କୌତୁହଳ ସୃଷ୍ଟି ହୋଇଥିଲା । ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ବେଳାଭୂମିର ୯ ମାଇଲ ଠାରେ ଏକ ଡଲଫିନ ସମୁଦ୍ର ଜୁଆରରେ ଭାସି ଆସିଥିଲା ।

Advertisment

ମାତ୍ର ଡଲଫିନଟି ଆଘାତ ପାଇଥିବା ବେଳେ ତା ମୁଣ୍ଡ ଭାଗରେ କ୍ଷତ ଚିହ୍ନ ଥିବା ଦେଖିବାକୁ ମିଳିଥିଲା ସମ୍ଭବତଃ ଗଭୀର ସମୁଦ୍ରରେ ମାଛ ଧରା ବୋଟ ବା ଟ୍ରଲର ଦ୍ୱାରା ଆଘାତ ପାଇ ବାଟବଣା ହୋଇ ସୁଅରେ କୂଳକୁ ଚାଲିଆସିଥିବା ଅନୁମାନ କରାଯାଇଛି । ଡଲଫିନକୁ କୂଳରେ ଦେଖି ପିଲାମାନେ ତା ସହ ଖେଳିବାକୁ ଲାଗିଥିଲେ। ଟିଭିରେ ଦେଖିଥିବା ଡଲଫିନକୁ ଦେଖିବା ପାଇଁ ସମୁଦ୍ର କୂଳରେ ଦେଶ ଭିଡ ଲାଗିଥିଲା । ସ୍ଥାନୀୟ ମତ୍ସ୍ୟଜୀବୀଆହତ ଡଲଫିନର ସେବା ସୁଶ୍ରୁଶା କରିବା ସହ ତାକୁ ସମୁଦ୍ର ମଧ୍ୟକୁ ଛାଡିଦେବାକୁ ଚେଷ୍ଟା କରିଥିଲେ ।

ଆପଣାଛାଏଁ ଡଲଫିନଟି ସମୁଦ୍ର ମଧ୍ୟକୁ ନଯିବାରୁ ମତ୍ସ୍ୟଜୀବୀ ତାକୁ ଗଭୀର ସମୁଦ୍ର ମଧ୍ୟକୁ ଭସାଇ ଦେଇଥିଲେ। ତେବେ ଡଲଫିନଟି ସମୁଦ୍ର ମଧ୍ୟକୁ ଯାଇଥିଲେ ବି ଆଜି ତାର ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି I ମୃତ ଡଲଫିନ ପୁଣି ଭାସି ଆସି କୂଳରେ ଲାଗିଥିବା ବେଳେ ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେଇଥିଲେ I ବନବିଭାଗ କର୍ମଚାରୀ ପହଞ୍ଚି ମୃତ ଡଲଫିନକୁ ଉଦ୍ଧାର କରିଥିବା ଜଣା ପଡ଼ିଛି I

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe