Advertisment

ରାସ୍ତାରେ ଛୁଆକୁ ଛାଡ଼ି ଅଲଗା ଅଲଗା ପଳାଇଲେ ବାପା-ମାଆ

ପିଲାଟିର ନାଁ ଜ୍ୟୋତିରଞ୍ଜନ ମଳିକ। ବୟସ ପ୍ରାୟ ୮ ବର୍ଷ ହେବ। ସେ ତା’ ବାପା କାଳିଆ ମଳିକ ଓ ମାଆଙ୍କ ସହିତ ବାଇକ୍‌ରେ କେତେ ଖୁସିରେ ଯାଉଥିଲେ। ବାଇକ୍‌ରେ ଗଲା ବେଳେ ହଠାତ୍‌ ବାପା-ମାଆଙ୍କ ମଧ୍ୟରେ କୌଣସି କଥାକୁ ନେଇ କଳି ହୋଇଥିଲା।

ଅଦ୍ୟତନ ହୋଇଛି
Soro

Soro

Advertisment

ଧନ୍ୟ ଏମିତି ବାପା-ମାଆ! କଳି ଲାଗିଲେ। ଆଉ ନିଜର ଜନ୍ମକଲା ପିଲାକୁ ସହରର ଅନ୍ଧାରୀ ଗଳିରେ ଛାଡ଼ି ଅଲଗା ଅଲଗା ପଳାଇ ଗଲେ। ସୋମବାର ବିଳମ୍ୱିତ ରାତିରେ ଏପରି ଘଟଣା ବାଲେଶ୍ୱର ଜିଲ୍ଲା ସୋର ବଜାରରେ ଘଟିଛି। ବାପା-ମାଆଙ୍କଠାରୁ ଅଲଗା ହେବା ପରେ ପିଲାଟି ସହରର ଏ ଗଳିରୁ ସେ ଗଳି ଘୂରି ବୁଲୁଥିବା ବେଳେ ପୁଲିସ୍‌ ଉଦ୍ଧାର କରିଛି।

Advertisment

ପିଲାଟିର ନାଁ ଜ୍ୟୋତିରଞ୍ଜନ ମଳିକ। ବୟସ ପ୍ରାୟ ୮ ବର୍ଷ ହେବ। ସେ ତା’ ବାପା କାଳିଆ ମଳିକ ଓ ମାଆଙ୍କ ସହିତ ବାଇକ୍‌ରେ କେତେ ଖୁସିରେ ଯାଉଥିଲେ। ବାଇକ୍‌ରେ ଗଲା ବେଳେ ହଠାତ୍‌ ବାପା-ମାଆଙ୍କ ମଧ୍ୟରେ କୌଣସି କଥାକୁ ନେଇ କଳି ହୋଇଥିଲା। ବାସ୍‌, ଏହା ପରେ କାଳିଆ ତାଙ୍କ ପତ୍ନୀ ଓ ପୁଅକୁ ସୋର ବଜାରର ଉତ୍ତରେଶ୍ୱରରେ ଛାଡ଼ି ପଳାଇ ଯାଇଥିବା ଅଭିଯୋଗ ହୋଇଛି। ସେତେବେଳେ ରାତି ପ୍ରାୟ ୧୦ଟାରୁ ଅଧିକ ହେବ। କ’ଣ କରିବେ? କେମିତି ଘରକୁ ଯିବେ? ଏମିତି କେତେ କ’ଣ ପ୍ରଶ୍ନ ଭିତରେ ଛନ୍ଦି ହୋଇପଡ଼ିଲେ ଜ୍ୟୋତିରଞ୍ଜନଙ୍କ ମାଆ। ସେହି ଚିନ୍ତାରେ ରାସ୍ତାର ଏପାଖ ସେପାଖ ଘୂରି ବୁଲୁଥିଲେ।

କିନ୍ତୁ କଅଁଳ ବୟସରେ ବିନ୍ଦାସ ଥିଲେ ଜ୍ୟୋତିରଞ୍ଜନ। ସେ କଳି କ’ଣ କିଛି ବୁଝି ପାରୁନଥିଲେ। କେବଳ ଏତିକି ଜାଣିଥିଲେ, ମାଆ ଓ ବାପାଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ବାସ୍‌ ସେଇଥିପାଇଁ ମାଆକୁ ଛାଡ଼ି ବାପା ଚାଲି ଯାଇଛନ୍ତି। ସେ ନିଶ୍ଚିତ ଫେରିବେ। ପୁଣି ସେ ଘରକୁ ଫେରିଯିବେ। ହେଲେ ଜ୍ୟୋତିରଞ୍ଜନଙ୍କ ଏସବୁ ଭାବନା, ଭାବନାରେ ରହିଗଲା। ସହରୀ ଆଲୋକମାଳା ଭିତରେ ଜ୍ୟୋତିରଞ୍ଜନ ଘରକୁ ଫେରିବା ପାଇଁ ରାସ୍ତା ଖୋଜୁଥିବା ବେଳେ ତାଙ୍କ ମାଆ କାହାକୁ ଫୋନ୍‌ କଲେ। ଫୋନ୍‌ କରିବାର କିଛି ସମୟ ପରେ କିଏ ଜଣେ ଆସି ପହଞ୍ଚିଲେ। ବାସ୍‌ ତା’ପରେ ତାଙ୍କ ଆଖି ଆଗରେ ତାଙ୍କ ମାଆ ବାଇକରେ ଚାଲିଗଲେ। ହେଲେ ସେ ତାଙ୍କୁ ନେଲେ ନାହିଁ। ଯେତେ ଡାକିଲେ ମଧ୍ୟ ମାଆ ଶୁଣିଲେ ନାହିଁ।

Advertisment

ମାଆ ଚାଲିଯିବା ପରେ ପୂରା ଅସହାୟ ହୋଇପଡ଼ିଲେ ଜ୍ୟୋତି। ସହର ଭିତରେ ଘୂରି ବୁଲୁଥିଲା। ଏତେ ରାତିରେ ପିଲାଟି ବୁଲୁଥିବା ଦେଖି ସୋର ଥାନା ପୁଲିସ୍‌ ଉଦ୍ଧାର କରିଥିଲା। ପରେ ତାକୁ ଥାନାକୁ ଆଣି ନିଜର ପରିଚୟ ପଚାରିଥିଲା। ସେ ନିଜର ନାଁ ଜ୍ୟୋତିରଞ୍ଜନ ମଳିକ ଓ ବାପାଙ୍କ ନାଁ କାଳିଆ ବୋଲି କହିଥିଲା। ଆଉ କିଛି କହିପାରିନଥିଲା। ତା’ ଗାଁ ନାଁ କଣ? ମାଆ ନାଁ କଣ? କେଉଁଠିକି ଯାଉଥିଲା? ଏମିତି କେତେ କଣ ପ୍ରଶ୍ନ ପଚାରିଥିଲା ପୁଲିସ୍‌। ହେଲେ ସେ କୌଣସି ଉତ୍ତର ଦେଇପାରିନଥିଲା। ରାତିରେ ପୁଲିସ ତାକୁ ପାଖରେ ରଖିଥିଲା। ପୁଲିସ୍‌ଠାରୁ ଖବର ପାଇ ଚାଇଲ୍‌ଡ ଲାଇନ୍‌ କର୍ମକର୍ତ୍ତାମାନେ ତାକୁ ଆଜି ଉଦ୍ଧାର ବାଲେଶ୍ୱର CWCରେ ହାଜର କରିଛନ୍ତି।

ରିପୋର୍ଟ-ସୋରରୁ ନୀରଞ୍ଜନ ବେହେରା

Balasore Missing Child Child Trafficking
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe