Advertisment

ତତଲା ରାଜଧାନୀରେ ସାନ ଭାଇକୁ ଖୋଜୁଛି ବଡ଼ ଭାଇ

ଆସାମର ଧୁବୁରୀ ଜିଲ୍ଲାର ମୁସା ସେକ୍‌ ବେଙ୍ଗାଲୁରୁରେ ରାଜମିସ୍ତ୍ରୀ ଭାବେ କାମ କରନ୍ତି। ସେଥିରୁ ଯାହା ରୋଜଗାର କରନ୍ତି, ସେଥିରେ ଚଳେ ପୂରା ପରିବାର। ଦୀର୍ଘ ଦିନ ପରେ ମୁସା ସେକ୍‌ ବେଙ୍ଗାରୁଲୁ-ୟଶବନ୍ତପୁର ସୁପରଫାଷ୍ଟରେ ହାୱାଡା ଫେରୁଥିଲେ।

ଅଦ୍ୟତନ ହୋଇଛି
Balasore

Balasore

Advertisment

ସାନ ଭାଇ କେଉଁଠି ଅଛି? ମୃତ ନା ଜୀବିତ? ଏ କଥା ଭାବିଲା ବେଳକୁ ବଡ଼ଭାଇ ଆମିରୁଦ୍ଦିନଙ୍କ କଣ୍ଠ ବାଷ୍ପରୋଧ ହୋଇଯାଉଥିଲା। ଆଉ ଆଖିରୁ ବୋହିଯାଉଥିଲା ଅବିଶ୍ରାନ୍ତ ଲୁହ। ଛାତିର କୋହ ଓ ଆଖିର ଲୁହକୁ ଜାବୁଡ଼ି ଧରି ତତଲା ରାଜଧାନୀରେ ସାନ ଭାଇକୁ ଖୋଜି ବୁଲୁଛନ୍ତି ଆସାମର ଅମିରୁଦ୍ଦିନ ଓ ତାଙ୍କ ସମ୍ପର୍କୀୟ ଆଜାର୍‌ ଅଲ୍ଲୀ। ଆଉ କୋହଭରା କଣ୍ଠରେ କହିଛନ୍ତି, ଯେ ପର୍ଯ୍ୟନ୍ତ ସାନ ଭାଇ ନମିଳିଛି, ସେ ପର୍ଯ୍ୟନ୍ତ ଓଡ଼ିଶା ଛାଡ଼ି ଯିବୁନାହିଁ।

Advertisment

ଆସାମର ଧୁବୁରୀ ଜିଲ୍ଲାର ମୁଶା ସେକ୍‌ ବେଙ୍ଗାଲୁରୁରେ ରାଜମିସ୍ତ୍ରୀ ଭାବେ କାମ କରନ୍ତି। ସେଥିରୁ ଯାହା ରୋଜଗାର କରନ୍ତି, ସେଥିରେ ଚଳେ ପୂରା ପରିବାର। ଦୀର୍ଘ ଦିନ ପରେ ମୁଶା ସେକ୍‌ ବେଙ୍ଗାରୁଲୁ-ୟଶବନ୍ତପୁର ସୁପରଫାଷ୍ଟରେ ହାୱାଡା ଫେରୁଥିଲେ। ସେଠାରୁ ବସ୍‌ରେ ଜନ୍ମ ମାଟି ଧୁବୁରୀ ଯାଇଥାଆନ୍ତେ। ଏ ସମ୍ପର୍କରେ ସେ ପରିବାର ଲୋକଙ୍କୁ ଜଣାଇ ଦେଇଥିଲେ। ମୁଶା ସେକ୍‌ ଘରକୁ ଫେରୁଥିବାର ଲୋକଙ୍କ ଭିତରେ ବେଶ୍‌ ଉତ୍ସାହର ମାହୋଲ ଥିଲା। ତାଙ୍କ ଫେରିବା ବାଟକୁ ଅନାଇ ରହିଥିଲା ପୂରା ପରିବାର।

ହେଲେ ଶୁଣିବାକୁ ମିଳିଲା ଦୁଃଖ ଖବର। ମୁଶା ସେକ୍‌ ଆସୁଥିବା ବେଙ୍ଗାଲୁରୁ-ୟଶବନ୍ତପୁର ସୁପରଫାଷ୍ଟ ବାଲେଶ୍ୱର ଜିଲ୍ଲା ବାହାନଗା ଷ୍ଟେସନ୍‌ ବଜାରରେ ଦୁର୍ଘଟଣାରେ ସମ୍ମୁଖୀନ ହେଲା। ତା’ପରଠାରୁ ମୁଶା ସେକ୍‌ଙ୍କ ପତ୍ତା ମିଳୁନି। ଟ୍ରେନ୍‌ ଦୁର୍ଘଟଣା ସମ୍ପର୍କରେ ଖବର ପାଇ ଆସାମରୁ ଓଡ଼ିଶା ଧାଇଁ ଆସିଥିଲ ମୁଶା ସେକ୍‌ଙ୍କ ବଡ଼ ଭାଇ ଅମିରୁଦ୍ଦିନ ଓ ତାଙ୍କ ସମ୍ପର୍କୀୟ ଆଜାର୍‌ ଅଲ୍ଲୀ। ସେମାନେ ଦୁର୍ଘଟଣାସ୍ଥଳ ବାହାନଗା ବଜାର ଷ୍ଟେସନ୍‌ ଅଞ୍ଚଳ, ବାଲେଶ୍ୱର, ସୋର, ଭଦ୍ରକ, କଟକ ଓ ଭୁବନେଶ୍ୱର ଏମ୍‌ସକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି। ହେଲେ ମୁସା ସେକ୍‌ଙ୍କ ପତ୍ତା ପାଉନାହାନ୍ତି।

Advertisment
Balasoreମୁଶା ସେକ୍‌କୁ ଖୋଜୁଛନ୍ତି ଭାଇ

ସେପଟେ ଏମ୍ସରେ ବଡ଼ ଭାଇ ଅମିରୁଦ୍ଦିନର ଡିଏନଏ ଟେଷ୍ଟ ସରିଛି। ହେଲେ କୌଣସି ଶବ ସହିତ ମିଶୁନାହିଁ। ଯେଉଁଥିପାଇଁ ଚିନ୍ତାରେ ପଡ଼ି ଯାଇଛନ୍ତି ଅମିରୁଦ୍ଦିନ। ଯେଉଁ ସାନ ଭାଇକୁ ଗେହ୍ଲ ବତ୍ସଳରେ ବଢ଼ାଇଥିଲେ, ତାକୁ ନପାଇବାରୁ ଭାଙ୍ଗି ପଡ଼ିଛନ୍ତି। ଆଉ ବାଷ୍ପରୋଧ କଣ୍ଠରେ ସେ କହିଛନ୍ତି, ଯେ ପର୍ଯ୍ୟନ୍ତ ଭାଇର ଶବ ନମିଳିବ, ସେ ପର୍ଯ୍ୟନ୍ତ ଓଡ଼ିଶା ଛାଡି ଯିବୁନାହିଁ।

ଅନ୍ୟପକ୍ଷରେ ବାହାନଗା ଟ୍ରେନ୍‌ ଦୁର୍ଘଟଣାକୁ ୧୧ ଦିନ ବିତିଲାଣି। ମୃତ ବ୍ୟକ୍ତିଙ୍କ ଅମର ଆତ୍ମାର ସଦ୍‌ଗତି ପାଇଁ ବାହାନଗା ବାସୀ ରବିବାର ଦଶାହ କାର୍ଯ୍ୟ କରିଥିବା ବେଳେ ଆଜି ଏକାଦଶାହ କାର୍ଯ୍ୟ ହେଉଛି। ଏଥିସହ ସର୍ବଧର୍ମ ସଭା ମଧ୍ୟ ଆୟୋଜିତ ହେଉଛି। ଏପରି ସ୍ଥିତିରେ ମୁଶା ସେକ୍‌ଙ୍କ ପରି ଅନେକ ବ୍ୟକ୍ତିଙ୍କ ପତ୍ତା ମିଳୁନାହିଁ। ସେଥିପାଇଁ ତାଙ୍କ ପରିବାର ଲୋକେ ଭୁବନେଶ୍ୱରରୁ କଟକ ଓ କଟକରୁ ବାହାନଗା ଦୌଡ଼ୁଛନ୍ତି।

Balasore Bhubaneswar Aiims BalasoreTrainAccident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe