Advertisment

ଘରେ ପଶି ନାବାଳିକାଙ୍କୁ ଦଳି ଦେଲା ହାତୀ

ପରିର ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
elephant

elephant

ଘରେ ପଶି ନାବାଳିକାକୁ ଦଳି ଦେଲା ହାତୀ।  ଏପରି ଦୁଃଖଦ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ସରଳିଆ ଚିତ୍ରାଶୁଳ ଗାଁରେ। ମୃତ ନାବାଳିକା ଜଣଙ୍କ ହେଲେ ନିଶିକାନ୍ତ ଦେଉରୀଙ୍କର ଝିଅ ପରି ଦେହୁରୀ।  ଝିଅଟିକୁ ୮ବର୍ଷ ହୋଇଥିଲା।

Advertisment

ସୂଚନାଅନୁସାରେ, ପରି ଗତକାଲି ରାତିରେ ନିଜ ପରିବାର ସହିତ ଖାଇପିଇ ଘରେ ଶୋଇଥିଲେl ବିଳମ୍ବିତ ରାତିରେ ୮ ରୁ ୯ ଟି ହାତୀ ପରିଙ୍କ ବାଡ଼ି ଭିତରେ ପଶି ନଡିଆ ଗଛ ଖାଉଥିଲେ। ଶବ୍ଦ ଶୁଣି ପରିବାର ଲୋକେ ଉଠି ହାତୀକୁ ଘଉଡାଇବା ବେଳେ ଗୋଟିଏ ହାତୀ ଘର ଭାଙ୍ଗି ଭିତରକୁ ପଶି ଆସିଥିଲା। ସେହି ସମୟରେ ପରି ଘରେ ଏକା ଶୋଇଥିଲା। ହାତୀଟି ଅନ୍ଧାରରେ ପରିର ମୁଣ୍ଡ ଉପରେ ଚଢି ଯାଇଥିଲା। ଗ୍ରାମବାସୀ ଓ ପରିବାର ଲୋକେ ଦୌଡ଼ି ଆସି ହାତୀକୁ ଘଉଡାଇଥିଲେ। ଏହାସହ ପରିକୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର  ଝିଅଟିକୁ ମୃତ ଘୋଷଣା କରିଥିଲେ।

ସୋର ପୁଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହା ସହିତ ଘଟଣାର ତଦନ୍ତ କରୁଛି।  ପରିର ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି। ଝିଅକୁ ହରାଇ ବାପା ମା’ ଭାଙ୍ଗି ପଡ଼ିଛନ୍ତି। 

Advertisment
Balasore Deadbody Escape Elephant Attack