Advertisment

୨୧ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗର ଜବତ

ଅବକାରୀ ବିଭାଗ ଚଢ଼ଉ ୨୧୦ ଗ୍ରାମ ବ୍ରାଉନ୍‌ସୁଗର ଜବତ କରିଥିଲା। ଯାହାର ଆନୁମାନିକ ମୂଲ୍ୟ ୨୧ ଲକ୍ଷ ଟଙ୍କା ହେବ। ଏହି ମାମଲାରେ ଉତ୍ତର କୁମାର ମହାନ୍ତିଙ୍କୁ ଅବକାରୀ ବିଭାଗ ଗିରଫ କରିଥିଲା।

ଅଦ୍ୟତନ ହୋଇଛି
Balasore

Balasore

Advertisment

ଅବକାରୀ ବିଭାଗକୁ ମିଳିଛି ବଡ଼ ସଫଳତା। ୨୧ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗର ଜବତ କରିଛି। ଏହି ମାମଲାରେ ଅବକାରୀ ବିଭାଗ ଗୋଟିଏ ଦାମୀ ଗାଡ଼ି ଜବତ କରିବା ସହିତ ଜଣକୁ ଗିରଫ କରିଛି।

Advertisment

ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ପଞ୍ଚୁଘଣ୍ଟା ଗାଁରୁ ବ୍ରାଉନ୍‌ସୁଗର ଚାଲାଣ ହେଉଥିବା କୌଣସି ସୂତ୍ରରୁ ଖବର ପାଇଥିଲା ଅବକାରୀ ବିଭାଗ। ଏହା ପରେ ଅବକାରୀ ବିଭାଗ ପକ୍ଷରୁ ଆଜି ଚଢ଼ଉ କରାଯାଇଥିଲା। ଚଢ଼ଉ ସମୟରେ ଅବକାରୀ ବିଭାଗକୁ ୨୧୦ ଗ୍ରାମ ବ୍ରାଉନ୍‌ସୁଗର ମିଳିଥିଲା। ଯାହାର ଆନୁମାନିକ ମୂଲ୍ୟ ୨୧ ଲକ୍ଷ ଟଙ୍କା ହେବ। ଏହି ମାମଲାରେ ଉତ୍ତର କୁମାର ମହାନ୍ତିଙ୍କୁ ଅବକାରୀ ବିଭାଗ ଗିରଫ କରିଥିଲା। ଏଥିସହ ଗୋଟିଏ ବାଇକ ମଧ୍ୟ ଜବତ କରିଥିଲା। ତେବେ ଉତ୍ତର ମହାନ୍ତି କେତେଦିନ ହେଲା ବ୍ରାଉନ୍‌ସୁଗର କାରବାର କରୁଥିଲା, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ। ଅବକାରୀ ବିଭାଗ ତାହା ଉପରେ ତଦନ୍ତ ଚଳାଇଛି।

‍ଫେବ୍ରୁଆରୀ ୨୭ ତାରିଖରେ ଜଳେଶ୍ୱର ଅବକାରୀ ବିଭାଗ ଓ ପୁଲିସ୍‌ ମିଳିତ ଭାବେ ଚଢ଼ଉ କରି ୩୦ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗର ଜବତ କରିଥିଲା। ଏହି ମାମଲାରେ ବଙ୍ଗୀୟ ମହିଳା କିଂଗପିନ୍‌ ସହ ୩ ଜଣଙ୍କୁ ଗିରଫ କରିଥିଲା। ଏହା ପୂର୍ବରୁ ଅର୍ଥାତ ୨୨ ତାରିଖରେ ମଧ୍ୟ ଅବକାରୀ ବିଭାଗ ଓ ପୁଲିସ ୩୪ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗର ଜବତ କରିଥିଲା। ଏହି ମାମଲାରେ ପୁଲିସ ୩ ଜଣଙ୍କୁ ଗିରଫ କରିଥିବା ବେଳେ ଗୋଟିଏ ଦାମୀ ବାଇକ୍‌ ଜବତ କରିଥିଲା।

Advertisment

ରିପୋର୍ଟ-ଜଳେଶ୍ୱରରୁ ଅଜିତ ଦାସ

Balasore Crime Brown Sugar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe