Advertisment

ରୋଷେଇ ସମୟରେ ହୋଟେଲରେ ଲାଗିଗଲା ନିଆଁ, ଜଣେ ଆହତ

୨ଟି ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ଫସିରହିଥିବା ଜଣେ କର୍ମଚାରୀଙ୍କୁ ବାହାର କରିଥିଲେ।

author-image
Tapaswini Nayak
ଅଦ୍ୟତନ ହୋଇଛି
Fire

Fire

ବାଲେଶ୍ୱର ଜିଲ୍ଲା ବସ୍‌ଷ୍ଟାଣ୍ଡରେ ଥିବା ଏକ ହୋଟେଲରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଜଣେ ଗୁରୁତର ହୋଇଛନ୍ତି। ତାଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ ଶରୀରର କିଛି ଅଂଶ ପୋଡ଼ି ଯାଇଛି। 

Advertisment

ଆଜି ସକାଳେ ଏହି ହୋଟେଲରେ ରୋଷେଇ ଚାଲିଥିବା ବେଳେ ଗ୍ୟାସ ଟାଙ୍କିରେ ନିଆଁ ଲାଗି ଯାଇଥିଲା। ଏହି ନିଆଁ ପୂରା ହୋଟେଲକୁ ବ୍ୟାପୀ ଯାଇଥିଲା। ଏହି ସମୟରେ ହୋଟେଲରେ କର୍ମଚାରୀ ଭିତରେ କାମ କରୁଥିଲେ। ନିଆଁ ଲାଗି ଯିବାଫଳରେ କର୍ମଚାରୀ ବାହାରକୁ ପଳାଇ ଆସିଥିଲେ। ତେବେ ଜଣେ କର୍ମଚାରୀ ଭିତରେ ରହିଯାଇଥିଲେ।୨ଟି ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ଉକ୍ତ କର୍ମଚାରୀଙ୍କୁ ବାହାର କରିଥିଲେ।

ଏହି ଅଗ୍ନିକାଣ୍ଡରେ ହୋଟେଲରେ ଥିବା ଜିନିଷପତ୍ର ପୋଡ଼ି ଯାଇଛି।

Balasore Fire Breakout