Advertisment

କୋଇଲା ବୋଝେଇ ଟ୍ରେନ୍‌ରେ ଅଗ୍ନିକାଣ୍ଡ

୨ଟି ବଗିରେ ନିଆଁ ଲାଗିଥିବାରୁ ଅନ୍ୟ ବଗିଗୁଡ଼ିକୁ ବ୍ୟାପି ଯି଼ବାର ସମ୍ଭାବନା ରହିଛି। ଅଗ୍ନିଶମ ବାହିନୀ ପହଞ୍ଚି କିପରି ନିଆଁକୁ ଆୟତ୍ତ କରାଯିବ ଉଦ୍ୟମ ଚଳାଇଛନ୍ତି।

ଅଦ୍ୟତନ ହୋଇଛି
fire

fire

Advertisment

ବାଲେଶ୍ୱର ଜିଲ୍ଲା ସୋର ଷ୍ଟେସନରେ କୋଇଲା ବୋଝେଇ ଟ୍ରେନ୍‌ରେ ନିଆଁ ଲାଗିଯାଇଛି। ଫଳରେ ବଗିରେ ଥିବା କୋଇଲା ଗୁଡ଼ିକ ହୁ ହୁ ହୋଇ ଜଳୁଛି। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି। ଟ୍ରେନରେ ନିଆଁ ଲାଗିବା ଯୋଗୁ କାହାର କିଛି କ୍ଷତି ହୋଇ ନାହିଁ।

Advertisment

ନିଆଁଟି ୨ଟି ବଗିରେ ଲାଗିଥିବାରୁ ଅନ୍ୟ ବଗିଗୁଡ଼ିକୁ ବ୍ୟାପି ଯି଼ବାର ସମ୍ଭାବନା ରହିଛି। ଅଗ୍ନିଶମ ବାହିନୀ ପହଞ୍ଚି କିପରି ନିଆଁକୁ ଆୟତ୍ତ କରାଯିବ ଉଦ୍ୟମ ଚଳାଇଛନ୍ତି।

କୋଇଲା ବୋଝେଇ ଟ୍ରେନ୍‌ଟି ଧାମରାରୁ ଆସୁଥିବା ବେଳେ ସୋର ଷ୍ଟେସନରେ ନିଆଁ ଲାଗି ଯାଇଥିଲା। ତେବେ ଟ୍ରେନ୍‌ରେ କେଉଁ କାରଣ ଯୋଗୁ ନିଆଁ ଲାଗିଲା ତାର କାରଣ ଅସ୍ପଷ୍ଟ ରହିଛି। ସର୍ଟସର୍କିଟ ଯୋଗୁ ଟ୍ରେନରେ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।  ଟ୍ରେନରେ ଅଗ୍ନିକାଣ୍ଡ ଯୋଗୁ ସେହି ରୁଟ୍‌ରେ ଟ୍ରେନ୍‌ ଚଳାଚଳ ବନ୍ଦ ରହିଛି। 

Advertisment
Balasore Fire Mishap
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe